ଯୁରୋପରେ ଆକାଶରୁ ବର୍ଷୁଛି ନିଆଁ, ଭିଷଣ ଗରମରେ ଫ୍ରାନ୍ସ ବେହାଲ, ଆମେରିକାରେ ୭ ଜଣଙ୍କର ମୃତ୍ୟୁ

Published By : Prameya-News7 Bureau | June 29, 2019 IST

ଫ୍ୟାରିସ୍: ଚଳିତବର୍ଷ ସମଗ୍ର ୟୁରୋପରେ ଅସହ୍ୟ ଗ୍ରୀଷ୍ମ ଅନୁଭୂତ ହେଉଛି। ଜୁନ ଶେଷ ସପ୍ତାହରେ ବି ୟୁରୋପର ହାରାହାରି ତାପମାତ୍ରା ୪୫ ଡିଗ୍ରି ସେଲସିୟସ ରହିବା ଜନଜୀବନ ଗୁରୁତର ପ୍ରଭାବିତ ହେଉଛି।  ଶୁକ୍ରବାର ଫ୍ରାନ୍ସରେ ସର୍ବାଧିକ ତାପମାତ୍ରା ୪୫.୧ ଡିଗ୍ରି ସେଲସିୟସ ରେକର୍ଡ କରାଯାଇଥିବା ବେଳେ ଦେଶରେ ଅଘୋଷିତ କର୍ଫ୍ୟୁ ଭଳି ପରିସ୍ଥିତି ଉପୁଜିଥିଲା। ତେବେ ଯୁରୋପରେ ଗ୍ରୀଷ୍ମ ଋତୁରେ ଏଭଳି ତାପମାତ୍ରା କିଛି ନୂଆ କଥା ନୁହେଁ। ପୂର୍ବରୁ ୨୦୦୩ ମସିହାରେ ମଣ୍ଟପେଲ୍ଲିୟରରେ ସର୍ବାଧିକ ୪୪.୧ ଡିଗ୍ରି ସେଲସିୟସ ରେକର୍ଡ ହୋଇଛି।

{"id":128670}

୨୫ରୁ ୪୫ ଡିଗ୍ରି ଅକ୍ଷାଂସରେ ରହୁଥିବା ୟୁରୋପ ବିଶ୍ୱର ଶୀତ ପ୍ରଧାନ ମହାଦେଶ। ଏଣୁ ୟୁରୋପୀୟ ଦେଶମାନଙ୍କରେ ଲୋକେ ସବୁବେଳେ ଶୀତ ପ୍ରସ୍ତୁତିରେ ରହନ୍ତି। ତେବେ ପାଣିପାଗରେ ପରିବର୍ତ୍ତନ ଯୋଗୁ ଲୋକେ ଏବେ ଗ୍ରୀଷ୍ମର ଅନୁଭବ ମଧ୍ୟ କଲେଣି। ଫ୍ରାନ୍ସରେ ଶୁକ୍ରବାରର ତାପମାତ୍ରା ଅନେକଙ୍କୁ ବିଶ୍ମିତ କରିଛି। ତେବେ ଚଳିତ ଗ୍ରୀଷ୍ମରେ ତାପମାତ୍ରା ଆହୁରି ବଢିପାରେ ବୋଲି ପାଣିପାଗ ବିଭାଗ ସତର୍କ କରାଇବା ଲୋକଙ୍କୁ ଆତଙ୍କିତ କରିଥିବା ବେଳେ ଉତ୍ତାପ ହ୍ରାସ  ପାଇଁ ସରକାର ସ୍ଥାନେ ସ୍ଥାନେ ଫାଉଣ୍ଟେନ ସୃଷ୍ଟି କରିଛନ୍ତି।

{"id":128671,"width":579,"height":347}

ଆଫ୍ରିକାରୁ ପ୍ରବାହିତ ହେଉଥିବା ଶୁଷ୍କ ମରୁ ହାୱା ଯୋଗୁ ସମ୍ପୂର୍ଣ୍ଣ ମହାଦେଶରେ ଏଭଳି ଗ୍ରୀଷ୍ମ ଅନୁଭୂତ ହେଉଥିବା  କହିଛନ୍ତି ପାଣିପାଗ ବିଭାଗ। ଏଣୁ ସମସ୍ତ ସ୍କୁଲ, କଲେଜ ଛୁଟି ଘୋଷଣା କରିବା ସହ ସରକାର ଲୋକଙ୍କୁ ଗ୍ରୀଷ୍ମ ପ୍ରକୋପରୁ ରକ୍ଷା କରିବା ଲାଗି ଉଦ୍ୟମ କରୁଥିବା କହିଛନ୍ତି ଫ୍ରାନ୍ସ ରାଷ୍ଟ୍ରପତି ଇମାନ୍ୟୁଏଲ ମେକ୍ରା। ଫ୍ରାନ୍ସ ଭଲି ସ୍ୱିଜରଲ୍ୟାଣ୍ଡରେ ମଧ୍ୟ ପ୍ରବଳ ଗ୍ରୀଷ୍ମ ଅନୁଭୂତ ହେଉଛି। ଏଣୁ ଲୋକଙ୍କୁସତର୍କ କରାଇବା ପାଇଁ ସରକାର ଶେଷ ୱାର୍ଣ୍ଣିଂ ଜାରୀ କରିସାରିଲେଣି। ୟୁରୋପୀୟ ଦେଶମାନଙ୍କରେ ଏବେ ପଙ୍ଖା, କୁଲର ଓ ଏୟାର କଣ୍ଡିସନର ମିଳୁ ନାହିଁ। ଏମିତିରେ ସେ ସବୁ ଦେଶରେ ଏସବୁ ସାମଗ୍ରୀର ଏତେ ଆବଶ୍ଯକ ପଡେନି।  ତେବେ ଚଳିତବର୍ଷ ପରିସ୍ଥିତି କିନ୍ତୁ ଏବେ ଏଭଳି ସାମଗ୍ରୀ ପାଇଁ ଲୋକଙ୍କୁ ଖର୍ଚ୍ଚାନ୍ତ ହେବାକୁ ବାଧ୍ୟ କରିଛି।

{"id":128672}

ସେପଟେ ଆମେରିକାର ମେକ୍ସିକୋ ସୀମାରେ ଭୀଷଣ ଗ୍ରୀଷ୍ମ ଅନୁଭୂତ ହେବା ଲୋକେ ଗୁରୁତର ପ୍ରଭାବିତ ହୋଇଛନ୍ତି। ଭିଷଣ ଗ୍ରୀଷ୍ମ ଯୋଗୁ ମଧ୍ୟଆମେରକୀୟ ଦେଶମାନଙ୍କରୁ ଲୋକେ ଏବେ ପଳାୟନ କରୁଛନ୍ତି। ଅସହ୍ୟ ଗ୍ରୀଷ୍ମରେ ଏପର୍ଯ୍ୟନ୍ତ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ୩ ଜଣ ଶିଶୁ ଥିବା ସରକାରୀ ଭାବେ ଘୋଷଣା କରାଯାଇଛି। ତେବେ ସମସ୍ତ ମୃତକ ପ୍ରବାସୀ ବୋଲି କୁହାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.