oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୦୬ କୋଭିଡ୍ ପଜିଟିଭ୍
  • ||
  • ପିଏଫଆଇ ଉପରେ ଲାଗିଲା ୫ ବର୍ଷ ପାଇଁ ପ୍ରତିବନ୍ଧକ, ଆତଙ୍କବାଦୀ କାର୍ଯ୍ୟକଳାପ ନେଇ କାର୍ଯ୍ୟାନୁଷ୍ଠାନ
  • ||
  • ଯାଜପୁର: ମାଆ ବିରଜାଙ୍କ ପୀଠରେ ଚାଲିଛି ନବଦିନାତ୍ମକ ପୂଜା, ସନ୍ଧ୍ୟାରେ ରଥଟଣା
  • ||
  • ଜଗତସିଂହପୁର: ନବରାତ୍ରର ତୃତୀୟ ଦିନ, ମନ୍ତ୍ରଧ୍ୱନୀ ଓ ଚଣ୍ଡୀପାଠରେ କମ୍ପୁଛି ଝଙ୍କଡ଼ ପୀଠ
  • ||
  • କଟକ : କଟକ ସହରରେ ପଶିଲେ ୩ ହାତୀ, ଆକ୍ରମଣରେ ୨ ମୃତ
  • ||

ବିନିକା ଅଞ୍ଚଳରେ ରେକର୍ଡ ଭାଙ୍ଗୁଛି ଗରମ, କାମ ନଥିଲେ ଘରୁ କେହି ବାହାରୁନାହାନ୍ତି

16/04/2022 at 1:06 PM

ବିନିକା ୧୬।୦୪ : ପ୍ରଚଣ୍ଡ ଖରାରେ ଆଉଟୁ ପାଉଟୁ ହେଉଛି ସାରା ଓଡ଼ିଶା l ଗତ କିଛି ଦିନ ହେବ ରାଜ୍ୟର ଉତ୍ତପ୍ତ ସହର ପାଲଟିଛି ସୋନପୁର ଜିଲ୍ଲା l ଦିନକୁ ଦିନ ଖରାର ମାତ୍ରା ବୃଦ୍ଧି ପାଉଥିଲେ ମଧ୍ୟ ବିନିକା ଅଞ୍ଚଳରେ କୌଣସି ସ୍ଥାନରେ ପ୍ରଶାସନ ପକ୍ଷରୁ ଜଳଛତ୍ର ହୋଇନଥିବାରୁ ଅଞ୍ଚଳବାସିଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।  

ଖବର ଅନୁଯାୟୀ, ସୋନପୁର ଜିଲ୍ଲା ବିନିକା ଅଞ୍ଚଳରେ ଗତ କିଛି ଦିନ ହେବ ୪୦ ଡିଗ୍ରୀ ଉପରେ ତାପମାତ୍ରା ରହୁଥିବା ବେଳେ ଶନିବାର  ୪୫ ଡ଼ିଗ୍ରୀ ତାପମାତ୍ରା ରହିଥିଲା l ବିନିକା ଅଞ୍ଚଳରେ ରେକର୍ଡ ଭାଙ୍ଗୁଛି ଗରମ l ଦିନ ସମୟରେ ତାପମାତ୍ରା ୪୪ ରହୁଥିବା ବେଲେ ରାତି ସମୟରେ ମଧ୍ୟ ୩୫ ଡିଗ୍ରୀ ରହୁଛି l ପ୍ରବଳ ଖରା ସାଙ୍ଗକୁ ଗୁଳୁଗୁଳିରେ ଅତିଷ୍ଠ ହୋଇଗଲେଣି ଲୋକେ l ଏପିରିକି ଦିନ ୧୧ଟା ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଜରୁରୀ କାମ ନଥିଲେ ଘରୁ କେହି ବାହାରୁନାହାନ୍ତି l ରାସ୍ତାଘାଟ ଶୁନଶାନ୍ ହୋଇଯିବା ସହ ଦୋକାନ ବଜାର ସବୁକିଛି ଉପରେ ମଧ୍ଯ ପ୍ରଭାବ ପକାଉଛି l  ଗୋଟାଏ ପ୍ରକାର ଅଗ୍ନିବର୍ଷା ହେବାସହ ତତଲା କଢ଼େଇରେ ପରିଣତ ହୋଇଛି ବିନିକା ଅଞ୍ଚଳ l ବିଭିନ୍ନ ଛକ ଗୁଡିକରେ ଯାତାୟାତ କରୁଥିବା ଲୋକେ ଥଣ୍ଡା ପାନୀୟ ଉପରେ ନିର୍ଭର କରି ଯାତାୟାତ କରୁଛନ୍ତି l ଦିନକୁ ଦିନ ଖରାର ମାତ୍ର ବୃଦ୍ଧି ପାଉଥିଲେ ମଧ୍ୟ ବିନିକା ଅଞ୍ଚଲରେ କୌଣସି ସ୍ଥାନରେ ବି ପ୍ରଶାସନ ପକ୍ଷରୁ ଜଳଛତ୍ର ହୋଇନଥିବାରୁ ଅଞ୍ଚଳବାସିଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।  

   Related Posts