Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଫେବ୍ରୁଆରୀ ଅଧାରୁ ରାଜଧାନୀରେ ପାରଦ ଉପରମୁହାଁ, ଆଗକୁ କଲବଲ କରିବ ତାତି

22/02/2023 at 11:10 AM

ଭୁବନେଶ୍ୱର ୨୨/୦୨: ଓଡ଼ିଶାରେ ଆରମ୍ଭ ହେଲାଣି ଖରାର ପ୍ରକୋପ । ଗତ ୨ ଦିନ ହେବ ଭୁବନେଶ୍ୱରର ପାରା ଉପରମୁହାଁ ହେଉଛି । ମଙ୍ଗଳବାର ରାଜଧାନୀର ତାପମାତ୍ରା ୩୮ ଡିଗ୍ରୀରେ ପହଞ୍ଚିଥିଲା । ଦିନ ୧୧ଟା ପରେ ରାସ୍ତାରେ ଯା’ଆସ କରିବା ବେଳେ ଟାଇଁ ଟାଇଁ ଖରା ମାରୁଥିଲା । ଲାଗୁଥିଲା ଯେମିତି, ଗ୍ରୀଷ୍ମ ନଆସୁଣୁ ଜଳିଲାଣି ବସନ୍ତ । ସୋମବାର ଥିଲା ୩୫.୩ ଡିଗ୍ରୀ ।

ଏଥିରୁ ଅନୁମାନ କରାଯାଉଛି ଯେ, ଗରମ ଅଚାନକ ଭାବେ ବଢିଯାଉଛି । ଫଳରେ ଭୁବନେଶ୍ୱର ଦେଶର ଚତୁର୍ଥ ଉତ୍ତପ୍ତ ସହର ପାଲଟିଥିଲା । ଚିନ୍ତାର ବିଷୟ ହେଲା- ଉତ୍ତର ଓ ପଶ୍ଚିମ ଭାରତ ଭଳି ଜଳୁଛି ଭୁବନେଶ୍ୱର । ନଭେମ୍ବରରୁ ଭୁବନେଶ୍ୱରରେ ବର୍ଷା ହୋଇନଥିବାବେଳେ କଂକ୍ରିଟ ସହର ଖରା ହେଲେ ଜଳୁଛି । ଭୁବନେଶ୍ୱର ସମେତ ୧୯ ସହରର ତାପମାତ୍ରା ମଙ୍ଗଳବାର ୩୫ ଡିଗ୍ରୀ ଉପରେ ଥିଲା ।

ଭାରତୀୟ ପାଣିପାଗ ବିଭାଗର ସୂଚନା ମୁତାବକ, ୧୨ଟି ସହର ୩୬ ଡିଗ୍ରୀ ଉପରେ ଥିଲା । ଅନୁଗୁଳ ତାପମାତ୍ରା ୩୭.୧, ତାଳଚେର ୩୭, ଭଦ୍ରକ ୩୬, ବୌଦ୍ଧ ୩୬.୯, ସୋନପୁର ୩୬.୮, ମାଲକାନଗିରି ୩୬.୫, ଟିଟିଲାଗଡ଼ ୩୬, ବଲାଙ୍ଗିର ୩୬.୯, ସମ୍ବଲପୁର ୩୬.୫, ଝାରସୁଗୁଡ଼ା ୩୬.୮, ବାରିପଦା ୩୬ ଡିଗ୍ରୀରେ ସିଝିଥିଲା

   Related Posts