ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି : ଆସନ୍ତା ୨୮ତାରିଖ ଯାଏ ନାହିଁ ନିସ୍ତାର

Published By : Prameya-News7 Bureau | May 26, 2019 IST

ଭୁବନେଶ୍ବର ୨୬/୫: ରାଜ୍ୟରେ ଜାରି ରହିଛି  ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ସକାଳ ୯ଟାରୁ ଟାଇଁଟାଇଁ ଖରା । ଆସନ୍ତା ୨୯ତାରିଖ ପର୍ଯ୍ୟନ୍ତ ନିସ୍ତାର ନାହଁ ।  ଯୁଆଡେ ଗଲେ ଦେହରୁ ଗମଗମ୍  ବାହାରୁଛି ଝାଳ । ସାରା ଓଡିଶା ପାଲଟିଛି ଉତ୍ତପ୍ତ ପିଣ୍ଡୁଳା ।  ତତଲା ତାୱାରେ ଭାଜି ହେଉଛି ପଶ୍ଚିମ ଓଡିଶା ।  ସବୁଠି ଲୋକେ ଆଉଟୁପାଉଟୁ  ହେଉଛନ୍ତି । ସନ୍ଧ୍ୟା ପର୍ଯ୍ୟନ୍ତ ନିସ୍ତାର ମିଳୁନି । ମଧ୍ୟାହ୍ନ ବେଳକୁ ରାସ୍ତାଘାଟ ଏକ ପ୍ରକାର ଶୁନଶାନ ହୋଇଯାଉଛି । ଗତକାଲି ରାଜ୍ୟର ୫ଟି ସହରର ତାପମାତ୍ରା ୪୫ଡିଗ୍ରି ଉପରେ ଓ ୧୪ଟି ସହରର ତାପମାତ୍ରା ୪୦ଡିଗ୍ରି ଉପରେ ରହିଥିଲା ।

ଦେଶର ଦ୍ବୀତିୟ  ତତଲା ସହର ଭାବେ ଟିଟିଲାଗଡ ତାପମାତ୍ରା ୪୬.୩ଡିଗ୍ରୀ ରେକର୍ଡ କରାଯାଇଛି ।  ଆସନ୍ତା ୨୪ଘଣ୍ଟା ମଧ୍ୟରେ ଟିଟିଲାଗଡ,ବଲାଙ୍ଗୀର, ତାଳଚେର ତାପମାତ୍ରା ୪୭ଡିଗ୍ରି  ଟପିବାର ସମ୍ଭାବନା ରହିଛି ।  ଆସନ୍ତା ୩ଦିନ ମଧ୍ୟରେ ଭୁବନେଶ୍ବର, ନୟାଗଡ ବାରିପଦାରେ ତାପମାତ୍ରା ୪୦ ଡିଗ୍ରି ଟପିରବାର ସମ୍ଭାବନା ରହିଛି । ସମ୍ଭାବ୍ୟ  ସ୍ଥିତିକୁ ନଜରରେ ରଖି

ଆଗାମୀ ୨ ଦିନ ପର୍ଯ୍ୟନ୍ତ ହିଟୱେଭ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ। ବିଶେଷ କରି ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ଦେବଗଡ, ଅନୁଗୋଳ, ସୋନପୁର, ବଲାଙ୍ଗିର, ନୂଆପଡା ପାଇଁ ହିଟୱେଭ୍ ୱାର୍ଣ୍ଣିଂକେନ୍ଦୁଝର, ମୟୁରଭଞ୍ଜ, ଗଜପତି, ଗଞ୍ଜାମ, ରାୟଗଡା, କନ୍ଧମାଳ ଜିଲ୍ଲା ପାଇଁ କାଳବୈଶାଖୀ ସମ୍ଭାବନା ଦେଖି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ରାଜ୍ୟର ୯ଟି ଜିଲ୍ଲା ପାଇଁ ହିଟୱେଭ ଜାରି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.