suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସମ୍ବଲପୁରରେ ଏବେ ବି ଗ୍ରୀଷ୍ମ ଲହରୀ ଜାରି : ୨୦ ଦିନରେ ଅଂଶୁଘାତର ଶୀକାର ହେଲେଣି ୫୨, ଏବେ ସୁଦ୍ଧା ପ୍ରାଣ ହରାଇଛନ୍ତି ୧୪

16/06/2019 at 5:56 PM

ସମ୍ବଲପୁର ୧୬|୬: ସମ୍ବଲପୁରରେ ଗତ ମାର୍ଚ୍ଚ ମାସରୁ ଆରମ୍ଭ ହୋଇଥିବା ଅସହ୍ୟ ତାତି ଏବେ ମଧ୍ୟ ଜାରି ରହିଛି। ପ୍ରାୟ ସବୁଦିନ ପାରଦ ୪୫ ଡିଗ୍ରୀ ଉପରେ ରହୁଛି। ଗତ ୩ଦିନ ହେଲା ସମ୍ବଲପୁରରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ରେକର୍ଡ କରାଯାଇଛି । ସେପଟେ ଗତ ୨୦ଦିନ ମଧ୍ୟରେ ସମ୍ବଲପୁରରେ ୫୨ଜଣ ରୋଗୀ ଅଂଶୁଘାତର ଶିକାର ହୋଇସାରିଲେଣି । ଏବେ ସୁଦ୍ଧା ୧୪ଜଣ ପ୍ରାଣ ହରାଇଛନ୍ତି ।

ସମ୍ବଲପୁରରେ ଅସହ୍ୟ ତାତି । ସକାଳ ୯ଟାରୁ ଅପରାହ୍ନ ୬ଟା ପର୍ଯ୍ୟନ୍ତ ସୂର୍ଯ୍ୟ ଦେବ ଯେପରି ଅଗ୍ନିବର୍ଷା କରୁଛନ୍ତି । ଗତ ୧୦ଦିନ ହେଲା ପାରଦ ୪୫ଡିଗ୍ରୀ ଉପରେ ରହୁଥିବାରୁ ସାଧାରଣରେ ଲୋକେ ତ୍ରାହି ତ୍ରାହି ଡାକୁଛନ୍ତି । ପ୍ରବଳ ତାତି ସହ, ଝାଞ୍ଜି ପବନ ଜନ ଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । ଅଂଶୁଘାତରେ ମୃତ୍ୟୁ ସଂଖ୍ୟା ପ୍ରତିଦିନ ବଢିବାରେ ଲାଗିଛି। ହେଲେ ଜିଲ୍ଲାପ୍ରଶାସନ କହୁଛି କଣ ନା , ସବୁ ଅଂଶୁଘାତ ମୃତ୍ୟୁର ତଦନ୍ତ ଚାଲିଛି।

ତାତି ଯେତିକି ବଢୁଛି, ଲୋକଙ୍କ ସମସ୍ୟା ସେତିକି ଅଧିକ ହେବାରେ ଲାଗିଛି। ଗରମ, ଝାଞ୍ଜି ମାଡ଼ ଆଉ କେତେ ଦିନ ବୋଲି ସମସ୍ତଙ୍କ ମୁହଁରେ ପ୍ରଶ୍ନ ।  ବର୍ଷାକୁ ସମସ୍ତେ ଚାତକ ପରି ଚାହିଁ ରହିଛନ୍ତି । ପ୍ରଶାସନ ପକ୍ଷରୁ ଜଳଛତ୍ର ବ୍ୟବସ୍ଥା କରାଯାଇନଥିବାରୁ ଲୋକେ ପାଣି ପାଇଁ ଡହଳ ବିକଳ ହେଉଛନ୍ତି ।

ଦିନକୁ ଦିନ ତାତି ବଢିଚାଲିଛି । ପାଣିପାଗ ବିଭାଗ ଆସନ୍ତା ୨ଦିନ, ପୁଣି ୨ଦିନ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି କହୁଛି । ପାଣିପାଗ ବିଭାଗର ସଠିକ୍‌ ପୁର୍ବାନୁମାନ ଅଭାବ ଲୋକଙ୍କ ଯନ୍ତ୍ରଣାକୁ ଦ୍ବିଗୁଣିତ କରିଦେଇଛି ।

   Related Posts