ଅତ୍ୟଧିକ ତାତି ଓ ଗରମ ବାତାବରଣ ଯୋଗୁ ବଞ୍ଚି ପାରୁନାହାନ୍ତି ଗାଈ; କାନ୍‌ସାସ୍‌ରେ ୨ହଜାର ଗାଈ ମୃତ

Published By : Prameya-News7 Bureau | June 16, 2022 IST

ଚିକାଗୋ ୧୬/୦୫ : ବର୍ତ୍ତମାନ ସମୟରେ ପ୍ରବଳ ଗରମ ଓ ଗରମ ବାତାବରଣ କାରଣରୁ କାନସାସରେ ହଜାରେରୁ ଅଧିକ ଗାଈ ମରିଯାଇଛନ୍ତି ବୋଲି ରାଜ୍ୟ କହିଛି। ସେଠାରେ ଅତ୍ୟଧିକ ତାପମାତ୍ରା ପଶୁମାନଙ୍କ ପାଇଁ ବିପଦ ସୃଷ୍ଟି କରିଛି। ଏହି ମୃତ୍ୟୁ ଯୁକ୍ତରାଷ୍ଟ୍ରର ପଶୁଉଦ୍ୟୋଗ ଗୁଡ଼ିକୁ ଚିନ୍ତାରେ ପକାଇଛି ଓ ଉତ୍ପାଦକମାନେ ଅଧିକ ପଶୁ ରଖିବା କମାଇଦେଇନ୍ତି କାରଣ ମରୁଡ଼ି ଏବଂ ଋଷିଆ ୟୁକ୍ରେନ୍‌ ଯୁଦ୍ଧ ଯୋଗୁ ବିଶ୍ୱସ୍ତରୀୟ ଶସ୍ୟ ଯୋଗାଣ କଡ଼ା କଡ଼ି ହୋଇଥିବାରୁ ପଶୁ ଖାଦ୍ୟ ଦାମ୍‌ ଅଧିକ ବଢ଼ିଯାଇଛି।     

ମଙ୍ଗଳବାର କାନସାସ୍‌ର ସ୍ୱାସ୍ଥ୍ୟ ଓ ପରିବେଶ ବିଭାଗର ମୁଖପାତ୍ର ମାଥ୍ୟୁ ଲାରା କହିଛନ୍ତି ଅଧିକ ତାପାମାତ୍ରା ଓ ଗୁଳୁଗୁଳି କାରଣରୁ ୨ହଜାର ଗାଈ ମରିଛନ୍ତି। ଟୋଲ୍‌ ସେହି ସୁବିଧାକୁ ବୁଝିଥାଏ ଯାହାକି ଗାଈ ଶବଗୁଡ଼ିକ ନଷ୍ଟ କରିବା ପାଇଁ ଏଜେନ୍ସି ସହିତ ସମ୍ପର୍କ କରିଥାଏ ବୋଲି ସେ କହିଛନ୍ତି। ଟେକ୍ସାସ୍‌ ଓ ନେବ୍ରାସ୍କା ଭିତରେ କାନସାସ ଯୁକ୍ତରାଷ୍ଟ୍ରରେ ତୃତୀୟ ସବୁଠାରୁ ବଡ଼ ଗାଈ ରଖିଥିବା ଦେଶ। ସେଠାରେ ୨.୪ ମିଲିୟନ୍‌ରୁ ଅଧିକ ଗାଈ ଅଛନ୍ତି।

ପଶ୍ଚିମ କାନସାସ୍‌ରେ ସପ୍ତାହ ଶେଷରେ ଗୁଳୁଗୁଳି ଓ ତାପମାତ୍ରା ଅଧିକ ବଢ଼ୁଥିବାରୁ ଓ ଥଣ୍ଡା ପବନ ଅନୁଭବ ହେଉନଥିବାରୁ ଗାଈମାନେ ଅଧିକ ଗରମର ସାମ୍ନା କରୁଛନ୍ତି ବୋଲି କାନସାସ ପଶୁସମ୍ପଦ ସଂଘର ମୁଖପାତ୍ର ସ୍କାରଲେଟ୍‌ ହେଗିନ୍ସ କହିଛନ୍ତି। ଗାଈ ହଠାତ ପାଣିପାଗ ପରିବର୍ତ୍ତନକୁ ଗ୍ରହଣ କରିପାରୁନାହାନ୍ତି ବୋଲି ସେ କହିଛନ୍ତି। ଏହା ପ୍ରକୃତରେ ଏକ ଝଡ଼ ବୋଲି କାନ୍‌ସାସ୍‌ ରାଜ୍ୟ ବିଶ୍ୱ ବିଦ୍ୟାଳୟର ପ୍ରାଣି ଚିକିତ୍ସକ ଏଜେ ଟାରପୋଫ୍‌ କହିଛନ୍ତି। ସୋମାବାର ଉତ୍ତର ପଶ୍ଚିମ କାନ୍‌ସାସ୍‌ରେ ତାପମାତ୍ରା ୧୦୮ ଡିଗ୍ରୀ ଫାରେନ୍‌ ହାଇଟ୍‌ (୪୨ଡିଗ୍ରୀ ସେଲସିୟସ୍‌) ଛୁଇଁଥିଲା ବୋଲି ବିଶ୍ୱ ପାଣିପାଗ ଆଇଏନସିର ସଭାପତି ଡ୍ରିଉ ଲାର୍ଣ୍ଣର କହିଛନ୍ତି।

ଚଳିତ ସପ୍ତାହ ଶେଷରେ ପଶ୍ଚିମ କାନସାସର କିଛି ଅଂଶ ଓ ଟେକ୍ସାସର ପେନହେଣ୍ଡେଲ ଅଞ୍ଚଳରେ ପାଖାପାଖି ୧୧୦ ଡିଗ୍ରୀ ତାପମାତ୍ରା ହେବ ଓ ଅଧିକ ପବନ ହେବା ସହିତ ଗୁଳୁଗୁଳି କମ୍‌ ହେବାର ଅନୁମାନ କରାଯାଉଥିବାରୁ ଗାଈମାନଙ୍କ ମୃତ୍ୟୁକୁ କମାଇବ ବୋଲି ସେ କହିଛନ୍ତି। ଏହା ଗାଈମାନଙ୍କ ପାଇଁ ବହୁତ ବହୁତ କଷ୍ଟ ଦାୟକ ହେବ ବୋଲି ଲାର୍ଣ୍ଣର କହିଛନ୍ତି। ଗାଈପାଳକମାନେ ତାଙ୍କ ଗାଈମାନଙ୍କୁ ଏବେ ଅଧିକ ପାଣି ପିଇବାକୁ ଦେବା ସହିତ ନିୟମିତ ତାଙ୍କର ସ୍ୱାସ୍ଥ୍ୟକୁ ପରୀକ୍ଷା କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.