ହୃଦୟ ବିଦାରକ ଦୃଶ୍ୟ ବର୍ଣ୍ଣନା କଲେ କରମଣ୍ଡଳ ଏକ୍ସପ୍ରେସ୍‌ରେ ଯାତ୍ରା କରୁଥିବା ମହିଳା

Published By : Prameya-News7 Bureau | June 03, 2023 IST

ସୋର ୦୩।୦୬ : ସୋର ବାହାନଗା ଟ୍ରେନ୍‌ ଟ୍ରାଜେଡି । ଶୁକ୍ରବାର ଦିନ ବାଲେଶ୍ୱରରେ ଏକ ବଡ଼ ଟ୍ରେନ୍ ଦୁର୍ଘଟଣା ଘଟିଛି। ବାହାନଗା ଷ୍ଟେସନ ନିକଟରେ କରମଣ୍ଡଳ ଏକ୍ସପ୍ରେସ ଏବଂ ହାୱଡା ଏକ୍ସପ୍ରେସ୍‌ ଓ ମାଲଗାଡି ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ୨୩୩ ଜଣଙ୍କର ମୃତ୍ୟୁ ହୋଇଛି। ଏଥିସହ ୯୦୦ ଅଧିକ ଲୋକ ଆହତ ହୋଇଛନ୍ତି। ଏଥିରେ ଅନେକ ଯାତ୍ରୀଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ଏହି ଧକ୍କା ଏତେ ଭୟଙ୍କର ଥିଲା ଯେ କରମଣ୍ଡଳ ଏକ୍ସପ୍ରେସ ଖସିପଡିଥିଲା। ଟ୍ରେନର ଅନେକ ଡବା ଟ୍ରେନ୍ ଉପରକୁ ଚଢିଯାଇଥିଲା। ଏଥିରେ ଜଣେ ମହିଳା ଦୁର୍ଘଟଣାର ଯନ୍ତ୍ରଣାଦାୟକ ଦୃଶ୍ୟ ବର୍ଣ୍ଣନା କରିଛନ୍ତି।

wp:embed {"url":"https://www.prameyanews7.com/odisha-train-derailment-toll-climbs-to-233/","type":"wp-embed","providerNameSlug":"prameya-news-7"}
https://www.prameyanews7.com/odisha-train-derailment-toll-climbs-to-233/
/wp:embed

ଏହି  ଏକ୍ସପ୍ରେସ ଟ୍ରେନ୍‌ରେ ଯାତ୍ରା କରୁଥିବା ବନ୍ଦନା କହିଛନ୍ତି, "ମୁଁ କରମଣ୍ଡଳରୁ ଫେରୁଥିଲି। ଟ୍ରେନର ୱାଶରୁମରୁ ବାହାରକୁ ଆସିବା ପରେ ଦେଖିଲି ଟ୍ରେନଟି ସମ୍ପୂର୍ଣ୍ଣ ଭାବେ ଓଲଟି ରହିଛି। ଏହାକୁ ଦେଖି ମୁଁ ନିଜକୁ ନିୟନ୍ତ୍ରଣ କରି ପାରିଲି ନାହିଁ। ସବୁକିଛି ଓଲଟା-ପାଲଟ ହୋଇଯାଇଥିଲା। ଲୋକମାନେ ପରସ୍ପର ଉପରେ ପଡିଥିଲେ। କ’ଣ ହେଲା ଆମେ ବୁଝିପାରିଲୁ ନାହିଁ। ଏହା ପରେ ଆମେ ବାହାରକୁ ଚାଲି ଆସିଥିଲୁ।

ସୂଚନାନୁସାରେ, ଦୁର୍ଘଟଣାରେ ଆହତ ହୋଇଥିବା ଯାତ୍ରୀଙ୍କୁ ସୋରୋ CHC, ଗୋପାଳପୁର CHC ଏବଂ ଖଣ୍ଟାପଡା PHC ରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ଏହି ରୁଟ୍‌ରେ ଥିବା ସମସ୍ତ ଟ୍ରେନକୁ ଅଟକାଇ ଦିଆଯାଇଛି। ଏହା ବ୍ୟତୀତ ଉଦ୍ଧାର ପାଇଁ NDRF ଦଳ ପଠାଯାଇ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା କହିଛନ୍ତି ଯେ ଲୋକଙ୍କୁ ନେବା ପାଇଁ ପ୍ରାୟ ୧୦୦ରୁ ଅଧିକ ଆମ୍ବୁଲାନ୍ସ ନିୟୋଜିତ କରାଯାଇଛି।

wp:embed {"url":"https://www.prameyanews7.com/train-tragedy-more-than-70-dead-more-likely-to-rise/","type":"wp-embed","providerNameSlug":"prameya-news-7"}
https://www.prameyanews7.com/train-tragedy-more-than-70-dead-more-likely-to-rise/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.