ହନ୍ଦୱାଡ଼ା ସହିଦଙ୍କୁ ପତ୍ନୀଙ୍କ ଶେଷ ବିଦାୟ : ନୀରବରେ ଝରିଲା ଲୁହ, ଅନ୍ତିମ ଦୃଶ୍ୟର ଫଟୋ ଭାଇରାଲ୍

Published By : Prameya-News7 Bureau | May 07, 2020 IST

ଚଣ୍ଡୀଗଡ଼ ୦୭/୦୫ : ଫଟୋ କହୁଣୀ ଅନେକ କାହାଣୀ | ଫଟୋ ହେଉଛି ଆକୃତି ସୁଦଙ୍କର, ଜାମ୍ମୁ କାଶ୍ମୀର ହନ୍ଦୱାଡ଼ାରେ ଆତଙ୍କବାଦୀଙ୍କ ଗୁଳିରେ ନିହତ ହୋଇଥିବା ଅନୁଜ ସୁଦଙ୍କ ପତ୍ନୀ | ମଙ୍ଗଳବାର ଦିନ ଆକୃତିଙ୍କ ଏହି ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି ଯେଉଁଥିରେ ସେ ସ୍ୱାମୀଙ୍କୁ ଶେଷ ବଉଦୟ ଦେଇଛନ୍ତି | ଅତ୍ୟନ୍ତ ଦୁଃଖଦାୟକ ସେ ଚାହାଣି | ଫୁଲରେ ସଜ୍ଜିତ ହୋଇ ସେନା ଗାଡ଼ିରେ ଯେତେବେଳେ ଅନୁଜଙ୍କ ପାର୍ଥିବ ଶରୀର ତାଙ୍କ ଜନ୍ମମାଟିରେ ପହଞ୍ଚିଥିଲା ଗାଁରେ ଶୋକାକୁଳ ପରିବେଶ ରହିଥିଲା | ଅନୁଜଙ୍କ କଫିନକୁ ଧରି ଆକୃତି କାନ୍ଦି କାନ୍ଦି ତାଙ୍କୁ ଶେଷ ବିଦାୟ ଦେଇଥିଲେ | ଉଭୟଙ୍କ ବିବାହ ମାତ୍ର କିଛି ମାସ ପୂର୍ବରୁ ହୋଇଥିଲା | ହରିୟାଣା ପଞ୍ଚକୁଲାରୁ ଅନୁଜଙ୍କ ହାତ ଧରି ଏକ ନୂଆ ଜୀବନ ଆରମ୍ଭ କରିଥିଲେ ଆକୃତି | କିନ୍ତୁ ବିବାହର ମାତ୍ର କିଛି ମାସ ପରେ ଅନୁଜ ଦେଶ ପାଇଁ ନିଜ ଜୀବନର ବଳିଦାନ ଦେଇ ସହିଦ ହୋଇଗଲେ | ଅନୁଜଙ୍କ ସହିତ ଆକୃତିଙ୍କ ଯାତ୍ରା ଚଣ୍ଡୀଗଡ଼ ମଣିମାଞ୍ଜରା ସ୍ମଶାନରେ ଶେଷ ହୋଇଯାଇଛି |

ଅନୁଜଙ୍କ ଭଉଣୀ ହର୍ଷିତା ମଧ୍ୟ ଜଣେ ସେନା ଅଧିକାରୀ | ଏହି ଦୁଖଦ ସମୟରେ ସେ ନିଜ ଭାଉଜଙ୍କୁ ସମବେଦନା ଜଣାଉଥିବା ଦେଖିବାକୁ ମିଳିଛି | ଟ୍ୱିଟର ଓ ଫେସବୁକରେ ଅନେକଥର ସେୟାର ହୋଇଥିବା ଏହି ଫଟୋ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟକୁ ସ୍ପର୍ଶ କରିଛି | ଆକୃତିଙ୍କ ଆଖିରେ ଲୁହ ଓ ଏକ ବେଦନାଭରା ଚାହାଣିରେ ସେ ନିଜ ସହିଦ ସ୍ୱାମୀଙ୍କ କଫିନ ପାଖରେ ବସି ଅନୁଜଙ୍କ ପାର୍ଥିବଙ୍କ ଶରୀରକୁ ଚାହିଁ ରହିଛନ୍ତି | ସତେ ଯେମିତି ସେ ନିଜ ସ୍ୱାମୀଙ୍କୁ ଅନେକ କଥା କହିବାକୁ ଚାହୁଁଛନ୍ତି |

{"id":266006,"sizeSlug":"large"}

୩୦ ବର୍ଷ ବୟସ୍କ ଅନୁଜ ଶନିବାର ରାତିରେ ଉତ୍ତର କାଶ୍ମୀରର ହନ୍ଦୱାଡ଼ାରେ ୫ଜଣ ସୁରକ୍ଷାକର୍ମୀ ଆତଙ୍କବାଦୀଙ୍କ ଗୁଳିରେ ସହିଦ ହୋଇଥିଲେ | ରାଷ୍ଟ୍ରୀୟ ସମ୍ମାନ ସହ ସହିଦଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା | ଅନ୍ତିମ ସଂସ୍କାରରେ ସେନାର ଅବସରପ୍ରାପ୍ତ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ | ମେଜର ସୁଦଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା | ସେନା ଓ ସୁରକ୍ଷାକର୍ମୀ ୩ ରାଉଣ୍ଡ ଗୁଳି ଚଳାଇ ମେଜରଙ୍କୁ ତୋପ ସଲାମି ଜଣାଇଥିଲେ | ମେଜର ସୁଦଙ୍କ ପିତା ଅବସରପ୍ରାପ୍ତ ବ୍ରିଗେଡିୟର ଚନ୍ଦ୍ରକାନ୍ତ ସୁଦ ସହିଦ ପୁଅଙ୍କୁ ମୁଖାଗ୍ନି ଦେଇଥିଲେ | ଦେଶ ପାଇଁ ତାଙ୍କ ପୁଅ ସହିଦ ହୋଇଛନ୍ତି ଏବଂ ସେଥିପାଇଁ ସେ ଗର୍ବିତ ବୋଲି କହିଛନ୍ତି | ସେ କହିଛନ୍ତି, ସେ ଦେଶର ପ୍ରକୃତ ପୁଅ |"

ମେଜର ଅନୁଜ ସୁଦ ଗୀର୍ଡ୍ସ ରେଜିମେଣ୍ଟର ବ୍ରିଗେଡ ଥିଲେ | ବର୍ତ୍ତମାନ ସେ ୨୧ ରାଷ୍ଟ୍ରୀୟ ରାଇଫଲ ଅନ୍ତର୍ଭୁକ୍ତ | ୨୦୦୮ ମସିହାରେ ସେ ଏନ୍ଡ଼ିଏ (ନ୍ୟାସନାଲ ଡିଫେନ୍ସ ଏକାଡେମୀ) ରେ ଯୋଗ ଦେଇଥିଲେ | ତାଙ୍କ ପରିବାର କହିବାନୁଯାୟୀ, ଅନୁଜଙ୍କର ଗୋଟିଏ ହିଁ ସ୍ବପ୍ନ ଥିଲା, ଭାରତୀୟ ସେନାରେ ଯୋଗ ଦେବା | ଅନୁଜଙ୍କ ପରିବାର କହିଛନ୍ତି ଯେ, ୬ ମାସ ପରେ ସେ ଘରକୁ ଫେରିବାର ଥିଲା | ଗତ ଦୁଇ ବର୍ଷ ହେଲା ସେ ଜାମ୍ମୁ କାଶ୍ମୀରରେ ନିୟୋଜିତ ଥିଲେ | ତା ପୂର୍ବରୁ ସେ ଗୁର୍ଦାସପୁରର ୧୨ ଗୀର୍ଡ୍ସ ୟୁନିଟରେ କାର୍ଯ୍ୟରତ ଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.