‘ନିରୀହ ପିଲାଙ୍କ ମୃତ୍ୟୁ ଅତ୍ୟନ୍ତ ଯନ୍ତ୍ରଣାଦାୟକ’: ୟୁକ୍ରେନ ଯୁଦ୍ଧ ଉପରେ ରାଷ୍ଟ୍ରପତି ପୁଟିନଙ୍କୁ କ'ଣ କହିଲେ ପିଏମ୍ ମୋଦୀ

Published By : Prameya-News7 Bureau | July 09, 2024 IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୁଷ ଗସ୍ତର ଦ୍ୱିତୀୟ ଦିନରେ ମଙ୍ଗଳବାର କ୍ରେମଲିନରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଛନ୍ତି । ଏହି ଅବସରରେ ପିଏମ୍ ମୋଦୀ ରୁଷ-ୟୁକ୍ରେନକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ଯୁଦ୍ଧର ମୈଦାନରେ ସମାଧାନ ସମ୍ଭବ ନୁହେଁ, କୂଟନୀତି ଜରିଆରେ ସମାଧାନ ବାଟ ଫିଟିବ । ପିଏମ୍ କହିଛନ୍ତି ଯେ ଆମର ଭବିଷ୍ୟତ ପିଢିର ଉଜ୍ଜଳ ଭବିଷ୍ୟତ ପାଇଁ ଶାନ୍ତି ଅତ୍ୟଧିକ ଜରୁରୀ । କିନ୍ତୁ, ମୁଁ ଏହା ବି ଜାଣିଛି ଯେ ଯୁଦ୍ଧର ମୈଦାନରେ ସମାଧାନ ସମ୍ଭବ ନାହିଁ । 

ପିଏମ୍ ମୋଦୀ କହିଛନ୍ତି ଯେ ବୋମା, ବନ୍ଧୁକ ଏବଂ ଗୁଳି ମଧ୍ୟରେ ସମାଧାନ ଏବଂ ଶାନ୍ତି ବାର୍ତ୍ତା ସଫଳ ହୁଏ ନାହିଁ । ଆଲୋଚନା ମାଧ୍ୟମରେ ହିଁ ଶାନ୍ତିର ରାସ୍ତା ଆପଣାଇବାକୁ ପଡ଼ିବ । ଶାନ୍ତି ସ୍ଥାପନା ପାଇଁ ସବୁ ସମ୍ଭବ ପ୍ରୟାସ କରିବାକୁ ପ୍ରସ୍ତୁତ । ମୁଁ ଆପଣଙ୍କୁ ଏବଂ ବିଶ୍ୱ ସମୁଦାୟକୁ ଆଶ୍ୱସ୍ତ କରିବାକୁ ଚାହୁଁଛି ଯେ ଭାରତ ଶାନ୍ତିର ପକ୍ଷରେ ରହିଛି ।

ଏନଡିଟିଭିର ରିପୋର୍ଟ ଅନୁସାରେ ମୋଦୀ କହିଛନ୍ତି, ଯଦି ଲୋକଙ୍କ ଜୀବନ ଯାଉଛି ତେବେ ମାନବତାରେ ବିଶ୍ୱାସ କରୁଥିବା ପ୍ରତିଟି ବ୍ୟକ୍ତି ଦୁଃଖିତ ହୋଇଥାଏ । ତା’ ଉପରେ ଯଦି ନିରୀହ ପିଲାଙ୍କ ହତ୍ୟା ହୁଏ, ନିର୍ଦ୍ଦୋଶ ପିଲାଙ୍କ ପ୍ରାଣ ଯାଏ ତେବେ ଏହା ହୃଦୟ ବିଦାରକ ଏବଂ ଅତ୍ୟନ୍ତ ଯନ୍ତ୍ରଣାଦାୟକ ହୋଇଥାଏ । ସେ କହିଛନ୍ତି ଯେ ଗତକାଲି ଆମ ବୈଠକରେ ଆମେ ୟୁକ୍ରେନ ପ୍ରସଙ୍ଗରେ ପରସ୍ପରର ମତକୁ ଶୁଣିଥିଲୁ ଏବଂ ମୁଁ ଶାନ୍ତି ତଥା ସ୍ଥିରତା ଉପରେ ଗ୍ଲୋବାଲ୍ ସାଉଥ୍‌ର ଆକାଂକ୍ଷା ମଧ୍ୟ ରଖିଥିଲି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.