'କରୋନା ପୀଡ଼ିତ ଅଧିକ ପରିଶ୍ରମ କର ନାହିଁ', ବଢୁଥିବା ହୃଦ୍‌ଘାତ ମାମଲା ନେଇ କହିଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ

Published By : Prameya-News7 Bureau | October 30, 2023 IST

ନୂଆଦିଲ୍ଲୀ: ଭାରତରେ ବଢୁଥିବା ହୃଦ୍‌ଘାତ ମାମଲାର କରୋନା ସହ କିଛି ସମ୍ପର୍କ ରହିଛି କି ? ସମସ୍ତଙ୍କ ମନରରେ ଉଠୁଛି ଏହି ପ୍ରଶ୍ନ । ଏହାରି ଭିତରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟଙ୍କ ବୟାନ ସାମନାକୁ ଆସିଛି । ହୃଦ୍‌ଘାତର ପ୍ରକୃତ କାରଣ ଓ ଏଥିରୁ ବର୍ତ୍ତିବା ଉପାୟ ମଧ୍ୟ ସେ କହିଛନ୍ତି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଯେଉଁମାନେ କରୋନାରେ ଗୁରୁତର ଭାବେ ପୀଡିତ ଥିଲେ, ସେମାନେ ହୃଦ୍‌ଘାତରୁ ବଞ୍ଚିବା ପାଇଁ ବର୍ଷେ ଦୁଇ ବର୍ଷ ଯାଏ ଅଧିକ ପରିଶ୍ରମ ନକରିବା ଦରକାର । ଆଇସିଏମଆରର ଏକ ଅଧ୍ୟୟନକୁ ଆଧାର କରି ସେ ଏହା କହିଛନ୍ତି । ଗୁଜରାଟରେ ନିକଟ ଅତୀତରେ ହୃଦଘାତ ଜନିତ ଅନେକ ମୃତ୍ୟୁ ମାମଲା ସାମନାକୁ ଆସିଛି । ଏଥିରେ ନବରାତ୍ରି ଉତ୍ସବ ସମୟରେ ଗରବା କାର୍ଯ୍ୟକ୍ରମରେ ମଧ୍ୟ ମାମଲା ବଢିଥିଲା । ଏହାପରେ ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀ ଋଷିକେଶ ପଟେଲ ହୃଦରୋଗ ବିଶେଷଜ୍ଞଙ୍କ ସହ ବୈଠକ କରିଥିଲେ ।

ପଢନ୍ତୁ: ‘ଗରବା’ କାର୍ଯ୍ୟକ୍ରମ ବେଳେ ହୃଦଘାତ୍; ୨୪ ଘଣ୍ଟାରେ ଚାଲିଗଲା ୧୦ ଜୀବନ

ହୃଦଘାତ କାରଣ ଓ ଏଥିରୁ ରକ୍ଷା ପାଇବା ଉପାୟ ଜାଣିବା ପାଇଁ ବିଶେଷଜ୍ଞଙ୍କୁ ମୃତ୍ୟୁର ଡାଟା ଏକାଠି କରିବାକୁ ଗୁଜରାଟ ସ୍ୱାସ୍ଥ୍ୟ ମନ୍ତ୍ରୀ କହିଥିଲେ । ଏହାସହ ନବରାତ୍ରି ଉତ୍ସବ ପୂର୍ବରୁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧିସୂଚନା ଜାରି କରି ଆଯୋଜନ ସ୍ଥଳରେ ଆମ୍ୱୁଲାନ୍ସ ଓ ମେଡିକାଲ୍ ଟିମ୍ ନିୟୋଜିତ କରିବା ପାଇଁ ବାଧ୍ୟତାମୂଳତ କରାଯାଇଥିଲା ।

Also Read: ଅଧ୍ୟୟନରୁ ଜଣାପଡିଲା, ସୋମବାର, ଗୁରୁବାର ନା ଶନିବାର କେଉଁଦିନ ହୁଏ ମରଣାନ୍ତକ ହୃଦଘାତ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.