ମାନହାନୀ ମାମଲା, ଗୁଜରାଟ ହାଇକୋର୍ଟରେ ରାହୁଲ ଗାନ୍ଧିଙ୍କ ଆବେଦନର ଶୁଣାଣି

Published By : Prameya-News7 Bureau | April 29, 2023 IST

ନୂଆଦିଲ୍ଲୀ ୨୯/୦୪: ମାନହାନୀ ମାମଲାରେ ଗୁଜରାଟ ହାଇକୋର୍ଟରେ ରାହୁଲ ଗାନ୍ଧିଙ୍କ ଆବେଦନର ଶୁଣାଣି ଆଜି ହେବ। ସୁରଟ ସେସନସ୍ କୋର୍ଟରେ ଆବେଦନ ଖାରଜ ହେବା ପରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି ।

ମୋଦି ସାଙ୍ଗିଆକୁ ନେଇ ଟିପ୍ପଣୀ ମାମଲାରେ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ସୁରଟ ମେଟ୍ରୋ ପଲିଟାନ ମାଜିଷ୍ଟ୍ରେଟ କୋର୍ଟ । ଯାହା ଉପରେ ସେସନସ୍ କୋର୍ଟକୁ ଯାଇଥିଲେ ରାହୁଲ । ତେବେ ସେସନସ୍ କୋର୍ଟ ତଳ କୋର୍ଟଙ୍କ ରାୟକୁ କାଏମ ରଖିଥିଲେ। ତେଣୁ ହାଇକୋର୍ଟରେ ଆବେଦନ କରିଛନ୍ତି ରାହୁଲ।

୨୦୧୯ ରେ ବେଙ୍ଗଳୁରୁରେ ଏକ ନିର୍ବାଚନୀ ରାଲିରେ ମୋଦି ସାଙ୍ଗିଆକୁ ନେଇ ବୟାନ ଦେଇଥିଲେ ରାହୁଲ ଗାନ୍ଧି । ଏହାକୁ ନେଇ ରାହୁଲଙ୍କ ବିରୋଧରେ ମାନହାନୀ ମାମଲା ରୁଜୁ ହୋଇଥିଲା। କୋର୍ଟ ସଜା ଶୁଣାଇବା ପରେ ରାହୁଲଙ୍କ ସାଂସଦ ପଦ ରଦ୍ଦ ହୋଇଥିଲା । ଏବେ ଗୁଜରାଟ ହାଇକୋର୍ଟରୁ ରାହୁଲଙ୍କ ପାଇଁ କ’ଣ ରାୟ ଆସୁଛି ତା’ ଉପରେ ରହିବ ସମସ୍ତଙ୍କ ନଜର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.