ଜ୍ଞାନବ୍ୟାପୀ ମସଜିଦ ମାମଲାରେ ଶୁଣାଣି ପୂରା, ସେପ୍ଟେମ୍ବର ୧୨ରେ ଆସିବ ରାୟ

Published By : Prameya-News7 Bureau | August 24, 2022 IST

ବାରାଣସୀ: ଶୃଙ୍ଗାର ଗୌରୀ ଜ୍ଞାନବ୍ୟାପୀ ମସଜିଦ ବିବାଦ ମାମଲାରେ ଶୁଣାଣି ପୂରା ହୋଇଛି। ସେପ୍ଟେମ୍ବର ୧୨ ପର୍ଯ୍ୟନ୍ତ ରାୟ ସଂରକ୍ଷିତ ରଖାଯାଇଛି। ଏବେ ସେପ୍ଟେମ୍ବର ୧୨ ତାରିଖରେ ରାୟ ପ୍ରକାଶ ପାଇବ। ସେହି ଦିନ ଏହାର ନିଷ୍ପତ୍ତି ନିଆଯିବ ଯେ ମାମଲାର ଆଗକୁ ଶୁଣାଣି ଜାରି ରହିବ କି ନାହିଁ। ସୁପ୍ରିମକୋର୍ଟଙ୍କ ଆଦେଶକ୍ରମେ ବାରାଣସୀର ଜିଲ୍ଲା ଜଜଙ୍କ ଅଦାଲତ କେସର ବୈଧତା ଉପରେ ଶୁଣାଣି କରୁଛନ୍ତି। ଉଭୟ ହିନ୍ଦୁ ଏବଂ ମୁସଲିମ ପକ୍ଷ ନିଜ ନିଜର ଯୁକ୍ତି ଏବଂ ଦଲିଲ୍ ରଖି ସାରିଛନ୍ତି।

ଜ୍ଞାନବ୍ୟାପୀ ମାମଲାର ଶୁଣାଣି ସମୟରେ ଔରଙ୍ଗଜେବଙ୍କ ମଧ୍ୟ ଏଣ୍ଟ୍ରି ହୋଇଥିଲା। କାଗଜ ମଗା ଯିବାରୁ ମସଜିଦ ପକ୍ଷ ଦାବି କରିଛନ୍ତି ଯେ, ମସଜିଦର ଜମି ଔରଙ୍ଗଜେବଙ୍କ ସଂପତ୍ତି। ମାମଲାରେ ମୁସଲିମ ପକ୍ଷଙ୍କ ତରଫରୁ ଦଲିଲ୍ ପୂରା ହେବା ପରେ ଆଜି ହିନ୍ଦୁ ପକ୍ଷ ଆପତ୍ତି ଉପରେ ନିଜର ଜବାବ ରଖିବ।ଏହା ପୂର୍ବରୁ ମସଜିଦ ପକ୍ଷଙ୍କ  ଦ୍ଵାର ବାରମ୍ବାର ତାରିଖ ମଗାଯିବାରୁ ବାରାଣସୀର ଜିଲ୍ଲା ଜଜ ଅସନ୍ତୋଷ ବ୍ୟକ୍ତ କରିଥିଲେ।

ଏହା ପୂର୍ବରୁ ଜ୍ଞାନବ୍ୟାପୀ ମସଜିଦର ସର୍ଭେ କରାଯାଇ କୋର୍ଟରେ ବିସ୍ତୃତ ରିପୋର୍ଟ ଦିଆଯାଇଥିଲା। େଏହା ପରେ ଅଞ୍ଜୁମନ ଇନ୍ତଜାମିଆ ମସାଜିଦ ଉଚ୍ଚତମ ନ୍ୟାୟାଳୟର ଦ୍ଵାରସ୍ଥ ହୋଇଥିଲେ। ମୁସଲିମ ପକ୍ଷଙ୍କ ବିଶେଷ ଆବେଦନ ଉପରେ ସୁପ୍ରିମକୋର୍ଟଙ୍କ ଆଦେଶକ୍ରମେ ଜିଲ୍ଲା ଜଜଙ୍କ ଅଦାଲତରେ ମାମଲାର ଶୁଣାଣି ଚାଲିଛି।

ମେ ୨୬ ତାରିଖରୁ ଶୁଣାଣିରେ ଚାରୋଟି ତିଥିରେ ସିଭିଲ ପ୍ରକ୍ରିୟା ସଂହିତା ଆଦେଶ ୦୭ ନିୟମ ୧୧ ଆଧାରରେ କେସ୍ ଖାରଜ କରିବାକୁ ଅଞ୍ଜୁମନ ଇନ୍ତଜାମିଆ ମସାଜିଦଙ୍କ ପକ୍ଷରୁ ଦାବି କରାଯାଇଛି। ଏହା ପରେ ହିନ୍ଦୁ ପକ୍ଷଙ୍କ ତରଫରୁ ବରିଷ୍ଠ ଓକିଲ ହରିଶଙ୍କର ଜୈନ ଏବଂ ଅନ୍ୟ ଓକିଲର ନିଜ ନିଜର ଯୁକ୍ତି ରଖିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.