କରୋନା ଯୋଦ୍ଧାଙ୍କୁ ଅଣଦେଖା, ଚାକିରୀ ନିୟମିତ ନେଇ ଜିଲ୍ଲାପାଳଙ୍କୁ ଭେଟିଲେ ସ୍ବାସ୍ଥ୍ୟକର୍ମୀ

Published By : Prameya-News7 Bureau | October 03, 2020 IST

ଯାଜପୁର ୩।୧୦: ଘର ଓ ପରିବାର ଛାଡି କରୋନା ସହ ଲଢୁଛନ୍ତି । ହେଲେ ସେମାନଙ୍କୁ ମିଳୁନି ତାଙ୍କ ପ୍ରାପ୍ୟ । ୧୪ ବର୍ଷ ହେଲା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ଅଧିନରେ କାମ କରୁଥିଲେ ବି ଏଯାଏଁ ଚାକିରୀ ହୋଇନି ନିୟମିତ । ଯାଜପୁର ଜିଲ୍ଲାରେ ପ୍ରାୟ ୪୮ଜଣ ମହିଳା ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ ଜଣାଇଛନ୍ତି ।

ସୂଚନାଯୋଗ୍ୟ ଯେ, ଦୁଇ ବର୍ଷ ପୂ‌ର୍ବେ ରାଜ୍ୟ ସରକାର ମହିଳା ସ୍ବାସ୍ଥ୍ୟକର୍ମୀମାନଙ୍କୁ ନିୟମିତ କରିବାକୁ ନେଇ କ୍ୟାବିନେଟ୍ ପାସ୍ ସହ ଅର୍ଥ ବିଭାଗର ମଂଜୁରୀ ମଧ୍ୟ ମିଳିଥିଲା । ପରେ ସିଡିଏମଓଙ୍କ ଦ୍ବାରା ଗ୍ରେଡେସନ୍ ତାଲିକା ପ୍ରସ୍ତୁତ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କର୍ମଚାରୀମାନେ କୌଣସି ସୁବିଧା ପାଇପାରିନାହାନ୍ତି । ମାତ୍ର ୧୨ ହଜାର ଟଙ୍କା ଦରମାରେ ଘର ଓ ପରିବାର ଛାଡି ଦୂରରେ ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ର ଅଧିନରେ କାର୍ଯ୍ୟ କରିବା ସହ କରୋନା ମହାମାରୀ ସହ ଲଢ଼େଇ କରୁଛନ୍ତି ।

ଗୋଟିଏ ପ‌ଟେ ସରକାର କରୋନା ଯୋଦ୍ଧା ଭାବେ ଘୋଷଣା କରିଥିଲେ ମଧ୍ୟ ଧର୍ମଶାଳାର ମହିଳା ସ୍ବାସ୍ଥ୍ୟକର୍ମୀ କିରଣବାଳା ସିଂଙ୍କ ମୃତ୍ୟୁ ହୋଇଥିଲେ ମଧ୍ୟ କୌଣସି ସରକାରୀ ସହାୟତା ନମିଳିବା ଦୁଃଖ ଦାୟକ ବୋଲି ଏଏନଏମମାନେ କହିଛନ୍ତି । ତେଣୁ ତୁରନ୍ତ ଜିଲ୍ଲାର ଏହି ମହିଳା ସ୍ବାସ୍ଥ୍ୟକର୍ମୀମାନଙ୍କୁ ନିୟମିତ କରିବାକୁ ଉଦ୍ୟମ କରିବା ପାଇଁ ବିଭିନ୍ନ ବ୍ଲକରୁ ଆସିଥିବା ସ୍ବାସ୍ଥ୍ୟକର୍ମୀମାନେ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.