CDMOଙ୍କୁ ଦାବି ପତ୍ର ଦେଲା ସ୍ୱାସ୍ଥ୍ୟକର୍ମି ସଂହ; ଡିସେମ୍ୱର ୨୧ରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଚେତାବନି

Published By : Prameya-News7 Bureau | December 12, 2022 IST

ଫୁଲବାଣୀ ୧୨/୧୨: ସୋମବାର ୫ ଦଫା ଦାବି ନେଇ ରାଜ୍ୟ ବହୁମୁଖୀ ପୁରୁଷ ମହିଳା ସ୍ୱାସ୍ଥ୍ୟ କର୍ମୀ ଓ ପରିଦର୍ଶକ ମିଳିତ ମହାସଙ୍ଘ ପକ୍ଷରୁ ଜିଲ୍ଲା ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ମୁଖ୍ଯ ଚିକିତ୍ସାଧିକାରୀଙ୍କୁ ଦାବିପତ୍ର ଦିଆଯାଇଛି। ୧୦୦ରୁ ଅଧିକ ସ୍ୱାସ୍ଥ୍ୟକର୍ମୀ ସ୍ଥାନୀୟ ଜଗନ୍ନାଥ ମନ୍ଦିରରୁ ବାହାରି ଶୋଭାଯାତ୍ରାରେ ସିଡିଏମଓଙ୍କ ଅଫିସ୍‌ ପର୍ଯ୍ୟନ୍ତ ଯାଇଥିଲେ।    

ଚାକିରି ବେଳେ ସ୍ୱାସ୍ଥ୍ୟ କର୍ମୀଙ୍କ କ୍ୟାଡର ପୁନର୍ଗଠନ, ଚାରିଟି ପଦୋନ୍ନତି ହେବା, ଗ୍ରେଡ ପେ ବଢ଼ାଇବା, ଆରଏସିପି ଦେବା, ୨୦୦୪ରୁ ୨୦୧୩ମଧ୍ୟରେ ଓ ଆରଭି ଆକ୍ଟରେ ଠିକା ଚାକିରି କରିଥିବା ସ୍ଵାସ୍ଥ୍ୟ କର୍ମୀଙ୍କ ଠିକା ଚାକିରୀ କାର୍ଯ୍ୟକାଳ କୁ ମୂଳ ଚାକିରୀ ଭାବେ ବିବେଚନା କରି ୬ଟି ଇନକ୍ରିମେଣ୍ଟ ଦେବାବା, ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକପୁରୁଷ ମହିଳା ପଦବୀର ନାମ ପରିବର୍ତନ, ପୋଷାକ ଭତା ପ୍ରଦାନ ଇତ୍ୟାଦି ସେମାନେ ଦାବି କରିଛନ୍ତି।

ସରକାର ତାଙ୍କ ଦାବିପୂରଣ ନକଲେ ଚଳିତ ଡିସେମ୍ବର ୧୪ରୁ ଅସହଯୋଗ ଆନ୍ଦୋଳନ ଓ ୨୧ରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ ହେବା ନେଇ ସେମାନେ ଚେତାବନି ଦେଇଛନ୍ତି। ଏଥିରେ ସ୍ୱାସ୍ଥ୍ୟ ସେବା ବ୍ୟାହତ ହେଲେ ସରକାର ଦାୟୀ ରହିବେ ବୋଲି ସଭାନେତ୍ରୀ ମଧୁଶ୍ମୀତା ଜଣାଇଛନ୍ତି l ଏହି କାର୍ଯ୍ୟକ୍ରମରେ  ଜିଲାର ବିଭିନ୍ନ ବ୍ଲକ,  ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର , ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ୧୦୦ରୁ ଅଧିକ ସ୍ୱାସ୍ଥ୍ୟକର୍ମୀ ଯୋଗ ଦେଇଥିଲେ l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.