ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ରୋଗୀ ସେବା ଠପ୍, ସ୍ୱାସ୍ଥ୍ୟକର୍ମୀଙ୍କୁ ଅଶୋଭନୀୟ ବ୍ୟବହାର ପ୍ରତିବାଦରେ ଆନ୍ଦୋଳନ

Published By : Prameya-News7 Bureau | December 08, 2022 IST

ଭଦ୍ରକ ୦୮/୧୨: ସ୍ୱାସ୍ଥ୍ୟକର୍ମୀଙ୍କୁ ଅଶୋଭନୀୟ ଆଚରଣ । ଗାଳିଗୁଲଜ ଓ ଭିଡ଼ିଓ ଭାଇରାଲକୁ ନେଇ ବିଷମ ପରିସ୍ଥିତି । ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଧାରଣାରେ ବସିବା ସହ ରୋଗୀ ସେବା ଠପ୍ ହୋଇଛି । ଏମିତି ପରିସ୍ଥିତ ଉପୁଜିଛି ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ।

ସୂଚନାଯୋଗ୍ୟ ଯେ ନଭେମ୍ବର ମାସ ୨୮ ତାରିଖ ରାତିରେ ବହୁଦରଡା ଅଞ୍ଚଳର ଜନୈକ ରୋଗୀ ମେଡିକାଲରେ ଆଡ୍‌ମିସନ ହୋଇଥିଲେ । ରୋଗୀଙ୍କୁ ବେଡ଼ ମିଳିନଥିଲା । ଏହି କଥାକୁ ନେଇ ରୋଗୀଙ୍କ ସମ୍ପର୍କୀୟ ଦାୟିତ୍ୱରେ ଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ଗାଳିଗୁଲଜ କରିବା ସହ ଅଶୋଭନୀୟ ଆଚରଣ ପ୍ରଦର୍ଶନ କରିଥିଲେ । ପରେ ମୋବାଇଲରେ ଭିଡ଼ିଓ ରେକର୍ଡ କରିଥିଲେ ।

ଏ ନେଇ ସ୍ୱାସ୍ଥ୍ୟ କର୍ମୀ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଲିଖିତ ଅଭିଯୋଗ ପରେ ମେଡିକାଲ ତରଫରୁ ପୋଲିସରେ ଏତଲା ଦିଆଯାଇଥିଲା ଓ ଭଦ୍ରକ ଏସପିଙ୍କୁ ମଧ୍ୟ ଅବଗତ କରାଯାଇଥିଲା । କିନ୍ତୁ ପରେ ସେହି ଭିଡ଼ିଓଟି ସୋସିଆଲ ମିଡିଆରେ ଭାଇରାଲ ହେବାରୁ କାର୍ଯ୍ୟାନୁଷ୍ଠାନ ଦାବି ଜୋର ଧରିଛି । ମେଡିକାଲର ସମସ୍ତ ସ୍ୱାସ୍ଥ୍ୟକର୍ମୀ ମାନେ ଅଭିଯୁକ୍ତଙ୍କ ଗିରଫ ଦାବିରେ ଜିଲ୍ଲା ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ଅନ୍ୟପଟେ ରୋଗୀ ସେବା ଠପ୍ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.