oroinfra
maganna
EVOS_WebBanner_728X90
oroinfra
ChampionMaganna_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୋହନା: ଲଗାଣ ବର୍ଷାରେ ଭୁଶୁଡ଼ିଲା କାନ୍ଥ, ଅଳ୍ପକେ ବର୍ତ୍ତିଲେ ପରିବାରର ୪ ସଦସ୍ୟ
  • ||
  • କେନ୍ଦ୍ର ଉପରେ ବର୍ଷିଲେ ସତ୍ୟପାଲ ମଲିକ୍, କହିଲେ ମୁଁ ଏବେ ସ୍ୱାଧୀନ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୩ କୋଭିଡ୍ ପଜିଟିଭ୍
  • ||
  • ମୁମ୍ୱାଇ: ଜଣାଶୁଣା ଅଭିନେତା ଅରୁଣ ବାଲୀଙ୍କ ନିଧନ, ୭୯ ବର୍ଷ ବୟସରେ ପରଲୋକ
  • ||
  • ରାଜ୍ୟର ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା, ଆସୁଛି ଘୁର୍ଣ୍ଣିବଳୟ
  • ||
  • ଭଦ୍ରକ: ଧାମନଗର ଉପନିର୍ବାଚନ ପାଇଁ ଶୁକ୍ରବାରଠୁ ନାମାଙ୍କନ ଦାଖଲ, ୧୫ରେ ଯାଞ୍ଚ
  • ||
  • ଚାନ୍ଦବାଲୀ: ପଦ୍ମାବତୀ ଟ୍ରଲରରେ ଅଗ୍ନିକାଣ୍ଡ ଘଟଣା, ୧୦ ଘଣ୍ଟା ପରେ ଉଦ୍ଧାର ହେଲେ ୧୦ ଧୀବର
  • ||

ସନ୍ଦେହରେ ସ୍ୱାସ୍ଥ୍ୟକର୍ମୀଙ୍କ ମୃତ୍ୟୁ, ଭାଙ୍ଗିଥିବା ଗୋଡ଼ର ଅସ୍ତ୍ରୋପଚାର ବେଳେ ଚାଲିଗଲା ଜୀବନ !

6/08/2021 at 7:16 PM

ସମ୍ୱଲପୁର/ଝାରସୁଗୁଡ଼ା, ୦୬/୦୮: ଘରୋଇ ହସ୍ପିଟାଲ କର୍ତ୍ତୃପକ୍ଷ ଜଣେ ସରକାରୀ ସ୍ୱାସ୍ଥ୍ୟକର୍ମୀଙ୍କ ଚିକିତ୍ସାରେ ଅବହେଳା କରି ମାରିଦେଇଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାର । ମୃତ ସରକାରୀ ସ୍ୱାସ୍ଥ୍ୟକର୍ମୀଙ୍କ ଭଙ୍ଗା ଗୋଡର ଅସ୍ତ୍ରୋପଚାର ଚାଲିଥିବା ବେଳେ ଚଲିଯାଇଥିଲା ଜୀବନ । ଡାକ୍ତରଖାନା କର୍ତ୍ତୃପକ୍ଷ ଏହି ମୃତ୍ୟୁକୁ ଘଣ୍ଟ ଘୋଡାଇବାକୁ ଯାଇ ମୃତ ବ୍ୟକ୍ତି ଗୁରୁତରଥିବା ଦର୍ଶାଇ ବୁର୍ଲା ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରିଦେଇଥିବା ଅଭିଯୋଗ ହୋଇଛି ।

ଉକ୍ତ ଯୁବକଙ୍କର ଦୁର୍ଘଟଣା ଜନିତ କାରଣରୁ ଗୋଡ ଭାଙ୍ଗିଯାଇଥିଲା । ଭଙ୍ଗାଗୋଡକୁ ଯୋଡିବାକୁ ଡାକ୍ତର ଅସ୍ତ୍ରୋପଚାର କାରାଯାଇ ଷ୍ଟିଲ ରଡ ଭର୍ତ୍ତି କରିବାକୁ ପରାମର୍ଶ ଦେଇଥିଲେ । ଡାକ୍ତରଙ୍କ ପରାମର୍ଶ ଅନୁସାରେ ବେଲପାହଡ ନିକଟସ୍ଥ ବଞ୍ଜାରୀ ସ୍ୱାସ୍ଥ୍ୟ ଉପକେନ୍ଦ୍ରରେ କାର୍ଯ୍ୟରତ ସ୍ୱାସ୍ଥ୍ୟକର୍ମୀ ଭରତ ଚନ୍ଦ୍ର ସାହୁଙ୍କୁ ଗୁରୁଵାର ଦିନ ଝାରସୁଗୁଡାର ଏକ ଘରୋଇ ନର୍ସିଂହୋମ୍ ସଞ୍ଜିବନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ଅସ୍ତ୍ରୋପଚାର ପୁର୍ବରୁ ଅପରେସନ ଥିଏଟରରେ ପ୍ରଥମେ ଭରତଙ୍କ ଶରୀରରେ ନିଶା ଇଞ୍ଜେକ୍ସନ ଦେଇଥିଲେ । ନିଶା ଇଞ୍ଜେକ୍ସନ ଦିଆଯିବାର ଅଳ୍ପକିଛି ସମୟ ତାଙ୍କର ସବୁ ଠିକ୍ ଠାକ୍ ଥିଲା ।

କିନ୍ତୁ ଅସ୍ତ୍ରୋପଚାର ଚାଲିଥିବା ବେଳେ ଭରତଙ୍କ ମୃତ୍ୟୁ ହୋଇଯିବା ପରେ ସେ ଗୁରୁତର ହୋଇଥିବା ତାଙ୍କ ପରିବାରକୁ ହସ୍ପିଟାଲ ପକ୍ଷରୁ ଜଣାଇ ଦିଆଯାଇଥିଲା  । ପରେ ପରିବାର ଲୋକେ ଭରତଙ୍କୁ ବୁର୍ଲା ନେବା ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଭରତଙ୍କ ମୃତ୍ୟୁ ଖବର ଜାଣିବା ପରେ ପରିବାର ଲୋକେ ହତବାକ୍ ହୋଇ ସାମାନ୍ୟ ଗୋଡ ଭାଙ୍ଗିବାକୁ ନେଇ ଜଣକର ମୃତ୍ୟୁ ହେବ ଏକଥାକୁ ବିଶ୍ୱାସ କରି ପାରୁନାହାନ୍ତି । ପରିବାର ଲୋକେ ଭରତଙ୍କ ମୃତ୍ୟୁକୁ ନେଇ ମର୍ମାହତ ହେବା ସହ ତାଙ୍କ ପରିବାରକୁ ଉଚିତ କ୍ଷତିପୁରଣ ଦିଆଯିବା ସହ ସଂପୃକ୍ତ ଡାକ୍ତରଖାନା ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ।

   Related Posts