ଜାଣନ୍ତୁ କିପରି ଅଛି ଲାଲୁଙ୍କ ସ୍ୱାସ୍ଥ୍ୟାବସ୍ଥା; ତେଜସ୍ୱୀ ଯାଦବ ଟୁଇଟ୍‌ କରି କହିଲେ ଏହି କଥା

Published By : Prameya-News7 Bureau | July 08, 2022 IST

ପାଟନା ୦୮/୦୭: ଆରଜେଡି ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟରେ ଲଗାତାର ସୁଧାର ଆସୁଛି। ତାଙ୍କୁ ବହୁତ ଶୀଘ୍ର କ୍ରିଟିକାଲ୍‌ କେୟାର ୟୁନିଟ୍‌(ସିସିୟୁ)ରୁ ବାହାର କରି ସାଧାରଣ ୱାର୍ଡକୁ ଅଣାଯିବ। ଲାଲୁଙ୍କ କାନ୍ଧ ଓ ଜଙ୍ଘରେ ମାମୁଲି ଫ୍ରେକ୍ଚର ହୋଇଥିଲା ଏହି କାରଣରୁ ତାଙ୍କର କୌଣସି ପ୍ରକାରର ଅସ୍ତ୍ରୋପଚାରର ଆବଶ୍ୟକତା ନାହିଁ ବୋଲି ଏମ୍ସ (ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ) ଡାକ୍ତର କହିଛନ୍ତି।

ତିନି ଚାରି ଦିନ ଭିତରେ ଲାଲୁଙ୍କୁ ଗୋଡ଼ରେ ଚଲାଇବା ପାଇଁ ପ୍ରୟାସ କରାଯିବ। ଲାଲୁ ଯାଦବ ଗୁରୁବାର ଖିଚୁଡ଼ି ଖାଇଛନ୍ତି। ସେ ତାଙ୍କ ପରିବାର ସଦସ୍ୟଙ୍କ ସହିତ ମଧ୍ୟ କଥା ହୋଛନ୍ତି। କିନ୍ତୁ ଡାକ୍ତର ଲାଲୁଙ୍କୁ ଅଧିକ କଥାବର୍ତ୍ତା କରିବା ପାଇଁ ମନା କରିଛନ୍ତି। ସୂଚନା ଅନୁସାରେ ଲାଲୁଙ୍କୁ ମଧ୍ୟ ଅକ୍ସିଜେନ୍‌ ସପୋର୍ଟରୁ ମଧ୍ୟ ହଟାଇ ଦିଆଯାଇଛି। ଏବେ କେବଳ ରାତିରେ ଶୋଇବା ସମୟରେ ତାଙ୍କୁ ଅକ୍ସିଜେନ୍‌ ଦିଆଯାଉଛି।

wp:html /wp:html

ଏହା ମଧ୍ୟରେ ଲାଲୁ ଯାଦବଙ୍କ ପୁଅ ତଥା ବିହାର ବିଧାନସଭାର ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବ ଲାଲୁଙ୍କ ସ୍ୱାସ୍ଥ୍ୟକୁ ନେଇ ଟୁଇଟ କରିଛନ୍ତି। ସେ କହିଛନ୍ତି ଲାଲୁ ଯାଦବଙ୍କ ସ୍ୱାସ୍ଥ୍ୟରେ  ଲଗାତାର ଉନ୍ନତି ହେଉଛି। ସେ ଏବେ ଡାକ୍ତରଙ୍କ ଦେଖାରଖାରେ ଅଛନ୍ତି। ତେଜସ୍ୱୀ ସମସ୍ତ ଶୁଭଚିନ୍ତକ, ସମର୍ଥକ, ଓ କାର୍ଯ୍ୟକର୍ତ୍ତାଙ୍କୁ ଭ୍ରମିତ କରୁଥିବା ଖବରରେ ଚିନ୍ତିତ ନ ହେବାକୁ କହିଛନ୍ତି।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.