ଅଧିକ ଟମାଟୋ ଖାଉଛନ୍ତି କି ? ଶରୀରରେ ହୋଇଥାଏ ଏହିସବୁ କ୍ଷତି !

Published By : Prameya-News7 Bureau | May 25, 2023 IST

ନୂଆଦିଲ୍ଲୀ ୨୫।୦୫ :ଅଧିକାଂଶ ଲୋକେ ଟମାଟୋ ଖାଇବାକୁ ବେଶ ପସନ୍ଦ କରିଥାଆନ୍ତି । ତରକାରୀ ହେଉ କିମ୍ବା ସାଲାଡ଼ ଟମାଟୋ ବିନା ସବୁର ସ୍ବାଦ ଫିକା ଫିକା ଲାଗିଥାଏ । କିନ୍ତୁ ଜାଣନ୍ତି କି ଟମାଟୋ ଖାଇବା ଯେତିକି ଲାଭଦାୟୀ ସେତିକି କ୍ଷତିକାରକ ମଧ୍ଯ । ଟମାଟୋରେ ରହିଥାଏ ଭରପୂର ପରିମାଣରେ ଭିଟାମିନ୍, ପୋଟାସିୟମ୍ ଓ ଆଣ୍ଟିଅକ୍ସିଡାଣ୍ଟ ପରି ଅନେକ ପୋଷକ ତତ୍ତ୍ୱ । ଯାହା ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ ଅଟେ । କିନ୍ତୁ ଅଧିକ ପରିମାଣରେ ଟମାଟୋ ଖାଇବା ଦ୍ବାରା ଶରୀରକୁ କ୍ଷତି ମଧ୍ଯ ପହଁଞ୍ଚିଥାଏ । ତେବେ ଆସନ୍ତୁ ଜାଣିବା ଅଧିକ ଟମାଟୋ ଖାଇବା ଦ୍ବାରା କେଉଁ ସମସ୍ୟା  ହୋଇଥାଏ ।

{"id":792153,"width":841,"height":473,"sizeSlug":"full","linkDestination":"none"}

ଟମାଟୋରେ ଭରପୂର ପରିମାଣରେ ଭିଟାମିନ୍ (ସି) ରହିଥାଏ । ତେଣୁ ଟମାଟୋକୁ ଅଧିକ ପରିମାଣରେ ଟମାଟୋ ଖାଇବା ଦ୍ୱାରା ଏସିଡିଟି ଓ ଗ୍ୟାଷ୍ଟ୍ରିକ୍ ସମସ୍ୟା ଦେଖାଦେଇଥାଏ । ଫଳରେ ହୃଦଘାତ୍ କିମ୍ବା ଏସିଡ୍ ରିଫ୍ଲକ୍ସ ପରି ସମସ୍ୟା ଦେଖିବାକୁ ମିଳିଥାଏ ।

{"id":792150,"width":838,"height":470,"sizeSlug":"full","linkDestination":"none"}

ଅନୁସନ୍ଧାନରୁ ଜଣାପଡିଛି ଯେ, ଅତ୍ୟଧିକ ଟମାଟୋ ଖାଇବା ଦ୍ୱାରା ଗଣ୍ଠିରେ ଫୁଲା ଓ ଯନ୍ତ୍ରଣା ପରି ସମସ୍ୟା ହୋଇଥାଏ ।

{"id":792151,"width":836,"height":558,"sizeSlug":"full","linkDestination":"none"}

ଟମାଟୋରେ ଥିବା ହିଷ୍ଟାମାଇନ୍ ନାମକ ପୋଷକ ତତ୍ତ୍ବ ଚର୍ମରେ ଆଲର୍ଜି ସମସ୍ୟା ସୃଷ୍ଟି କରିଥାଏ । ଅଧିକ ଟମାଟୋ ଖାଇବା ଦ୍ବାରା ପାଟି, ଜିଭ ଓ ମୁହଁ ଫୁଲିଯିବା ଓ ଗଳାରେ ସଂକ୍ରମଣ ପରି ସମସ୍ୟା ଦେଖିବାକୁ ମିଳିଥାଏ । 

{"id":792152,"width":836,"height":456,"sizeSlug":"full","linkDestination":"none"}

ଟମାଟୋରେ ଅଧିକ ପରିମାଣରେ ଅକ୍ସାଲେଟ୍ ରହିଥାଏ । ଏହାକୁ ବେଶି ମାତ୍ରାରେ ଖାଇବା ଦ୍ବାରା ଏହା କିଡ଼ନୀ ସମସ୍ୟା ସୃଷ୍ଟି କରିଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.