Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସକାଳୁ ଖାଲି ପେଟରେ ଖାଆନ୍ତୁ ଏହିସବୁ ଜିନିଷ, ମିଳିବ ଫାଇଦା…

28/05/2023 at 1:33 PM

ନୂଆଦିଲ୍ଲୀ ୨୮।୦୫: ସକାଳୁ ବ୍ରଶ କରିବା ପରେ ଖାଲି ପେଟରେ କଣ ଖାଇବା ଦରକାର ?  ଯାହା ଦ୍ବାରା ଦିନସାରା ସତେଜ ଲାଗିବା ସହ ଭୋକରୁ ମିଳିବ ଆଶ୍ବସ୍ତି ।  ସକାଳେ ଉଠିବା ପରେ ଅନେକ ଲୋକ ଚା ତ ଆଉ କେତେକ ଲୋକେ ଫାଷ୍ଟଫୁଡ୍ ଖାଇ ନିଜର ଦିନ ଆରମ୍ଭ କରିଥାଆନ୍ତି । କିନ୍ତୁ ଏପରି କରିବା ସ୍ବାସ୍ଥ୍ୟ ପକ୍ଷେ ହାନୀକାରକ ହୋଇଥାଏ । ଆସନ୍ତୁ ଜାଣିବା ସକାଳୁ ଖାଲି ପେଟରେ କଣ ଖାଇବା ଦ୍ୱାରା ଆପଣ ରହିପାରିବେ ସୁସ୍ଥ…

ସକାଳୁ ଖାଲି ପେଟରେ ଉଷୁମ ପାଣି ସହ ମହୁ ଓ ଲେମ୍ବୁ ମିଶାଇ ପିଇବା ଉଚିତ୍ । ଏହା ପିଇବା ଦ୍ବାରା ପେଟ ପରିଷ୍କାର ରହିଥାଏ । ମହୁରେ ଥିବା ଫ୍ଲାଭୋନାଏଡ଼ ଓ ଏନଜାଇମ୍ ପେଟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ଯାହା ଆପଣଙ୍କ ମେଟାବୋଲିଜିମକୁ କମ୍ କରିଥାଏ ।

ସକାଳୁ ବ୍ରଶ କରିବା ପରେ ଖାଲି ପେଟରେ ଭଣ୍ତା ଓ ତରଭୁଜ ଖାଇବା ବେଶ୍ ଲାଭଦାୟୀ ହୋଇଥାଏ । ସକାଳୁ ସକାଳୁ ଏହାକୁ ଖାଲି ପେଟରେ ଖାଇବା ଦ୍ବାରା ହଜମ ପ୍ରକ୍ରିୟାରେ ବୃଦ୍ଧି ହୋଇଥାଏ । ତରଭୁଜରେ ଇଲେକ୍ଟ୍ରୋଲାଇଟ ଭରପୂର ଥିବାରୁ ଏହା ଆପଣଙ୍କ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସହାୟକ ହୋଇଥାଏ  ।

ସକାଳୁ ଦାନ୍ତ ଘଷିବା ପରେ ଖାଲି ପେଟରେ ଖାଆନ୍ତୁ ବତୁରା ହେଇଥିବା ବାଦାମ । ଏହା ସ୍ବାସ୍ଥ୍ୟ ପକ୍ଷେ ବେଶ ଲାଭଦାୟୀ ହୋଇଥାଏ । ଏହାଛଡ଼ା ହଜମ ପ୍ରକ୍ରିୟାକୁ ଉନ୍ନତ କରିବା ସହ ପେଟର ପିଏଚ ସ୍ତରକୁ ମଧ୍ୟ ସ୍ୱାଭାବିକ କରିଥାଏ ।

You Can Read :

   Related Posts