AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର୨: CFSLର ସହାୟତାରେ ASI ଗୋପାଳ ଦାସଙ୍କ ହେବ ଭଏସ ଟେଷ୍ଟ
  • ||
  • ଖଲ୍ଲିକୋଟ: ବସ୍‌ କର୍ମଚାରୀ ଭୁଲିଗଲେ ମାନବିକତା, ଅଧାରାସ୍ତାରେ ଛାଡି ଚାଲିଗଲେ ମୃତଦେହ
  • ||
  • ଦାରିଙ୍ଗବାଡି: ବାଇକ୍‌-କାର୍‌ ମୁହାଁମୁହିଁ ଧକ୍କା: ୨ ମୃତ, ଜଣେ ଆହତ
  • ||
  • ପାଟଣା: ପୋଖରୀ ଭିତରକୁ ପଶିଲା ତେଲ ଟ୍ୟାଙ୍କର, ଭାରସାମ୍ୟ ହରାଇ ଓଲଟିପଡିଲା
  • ||

ବୋରିଗୁମାରେ ବ୍ୟାପୁଛି ଝାଡାବାନ୍ତି, ନିୟନ୍ତ୍ରଣ କରିବାକୁ ପହଂଚିଲା ଡାକ୍ତର ଟିମ୍

20/08/2022 at 11:42 AM

ବୋରିଗୁମା ୨୦/୦୮: ବୋରିଗୁମ୍ମା ବ୍ଲକ ହରଡାଗୁଡା ପଞ୍ଚାୟତ ଡମ୍ବତୁରୁଞ୍ଜି ଗ୍ରାମରେ ପହଂଚିଲା ଡାକ୍ତର ଟିମ । ଉପାନ୍ତ ଅଞ୍ଚଳ ଡମ୍ବ ତୁରୁଞ୍ଜି ଗ୍ରାମରେ ଝାଡାବାନ୍ତି ଖବର ପାଇ ଚାରି ପାଞ୍ଚ ଦିନ ଧରି ଡାକ୍ତର ଟିମ ଉପାନ୍ତ ଅଞ୍ଚଳକୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ଯାଉଥିଲେ । କୋରାପୁଟ ଦଶମନ୍ତପୁର ଦେଇ ଯିବାକୁ ପଡୁଥିଲା ।

ପୁଣି ପାଞ୍ଚ କିଲୋମିଟର ଚାଲି ଚାଲି ଜୀବନକୁ ବାଜି ଲଗାଇ ଯିବାକୁ ପଡୁଥିଲା । ହେଲେ ବୋରିଗୁମ୍ମା ବ୍ଲକ କାଠରଗୋଡା ଦେଇ ଯିବାକୁ ହେଲେ ଚାବେରୀ ନଦୀରେ ଜଳସ୍ତର ବୃଦ୍ଧି ପାଇବାରୁ ଡାକ୍ତର ଟିମ୍‌ ଗାଁକୁ ପହଁଚି ପାରୁନଥିଲେ । ଶେଷରେ ଡାକ୍ତର ଟିମକୁ ନଈ ପାର କରିବା ପାଇଁ ଓଡ୍ରାଫ ଟିମ ପହଂଚି ଡାକ୍ତର ଟିମକୁ ନଈ ପାର କରି ପ୍ରଭାବିତ ଅଞ୍ଚଳକୁ ପହଞ୍ଚାଇଲେ ।

ଡମ୍ବତୁରୁଞ୍ଜି, ପଟିଆସିଲ ଗରୁଡ଼ ଗଛ ଗ୍ରାମର ଘର ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ଔଷଧ ଦେଇଥିଲେ ସଚେତନ କରାଇଥିଲେ । ବର୍ତ୍ତମାନ ଝାଡା ବାନ୍ତି ଆକ୍ରାନ୍ତ ନିୟନ୍ତ୍ରଣରେ ରହିଛି । ତଥାପି ଡାକ୍ତର ଟିମ ସଜାଗ ରହିଥିବା କହିଛନ୍ତି ଡାକ୍ତର ଦିଲୀପ କୁମାର ନାଥ ।

ଚାବେରୀ ନଈ ଉପରେ ପୋଲ ନିର୍ମାଣ ହୋଇନଥିବା ଯୋଗୁଁ ରୋଗୀ ଜୀବନକୁ ବାଜି ଲଗାଇ ଭରା ନଈ ପାର ହୋଇ ବୋରିଗୁମ୍ମା ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସିବାକୁ ପଡେ । କେତେବେଳେ ରୋଗୀକୁ ଷ୍ଟ୍ରେଚେର ତୋ କେତେବେଳେ ଗର୍ଭବତୀ ମହିଳାଙ୍କୁ ରସ ହଣ୍ଡାରେ ନଈ ପାର କରି ମେଡ଼ିକାଲ ନେଉଥିବା ନଜରକୁ ଆସିଛି ।

   Related Posts