AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନବଦାସ ହତ୍ୟା ଘଟଣାରେ ଡିଜିଙ୍କ ପ୍ରେସମିଟ୍, କହିଲେ ତଦନ୍ତକୁ ଆହୁରି ଲାଗିବ ସମୟ
  • ||
  • ଭୁବନେଶ୍ୱର୨: CFSLର ସହାୟତାରେ ASI ଗୋପାଳ ଦାସଙ୍କ ହେବ ଭଏସ ଟେଷ୍ଟ
  • ||
  • ଖଲ୍ଲିକୋଟ: ବସ୍‌ କର୍ମଚାରୀ ଭୁଲିଗଲେ ମାନବିକତା, ଅଧାରାସ୍ତାରେ ଛାଡି ଚାଲିଗଲେ ମୃତଦେହ
  • ||
  • ଦାରିଙ୍ଗବାଡି: ବାଇକ୍‌-କାର୍‌ ମୁହାଁମୁହିଁ ଧକ୍କା: ୨ ମୃତ, ଜଣେ ଆହତ
  • ||
  • ପାଟଣା: ପୋଖରୀ ଭିତରକୁ ପଶିଲା ତେଲ ଟ୍ୟାଙ୍କର, ଭାରସାମ୍ୟ ହରାଇ ଓଲଟିପଡିଲା
  • ||

HIV ଟିକା ଟ୍ରାଏଲ ସଫଳ, ୯୭% ଲୋକଙ୍କ ଶରୀରରେ ସୃଷ୍ଟି ହେଉଛି ଆଣ୍ଟିବଡି, ଖୁବ୍ ଶୀଘ୍ର ଆସିବ ଭ୍ୟାକ୍ସିନ  

5/12/2022 at 1:00 PM

ନୂଆଦିଲ୍ଲୀ: ଏଚଆଇଭିକୁ ନେଇ ଆସିଲା ଖୁସି ଖବର । ସୁସ୍ଥ ହେବେ ମାରାତ୍ମକ ଏଚଆଇଭି ଏଡସ୍‌ରେ ଆକ୍ରାନ୍ତ ରୋଗୀ । ବିଶ୍ବକୁ ଖୁବ୍ ଶୀଘ୍ର ମିଳିବାକୁ ଯାଉଛି ଏଚଆଇଭି ଭ୍ୟାକ୍ସନ । ପରୀକ୍ଷା ମୂଳକ ଭାବେ ତିଆରି ହୋଇଥିବା ଏହି ଟିକା ରୋଗୀଙ୍କ ପାଇଁ ବେଶ୍ ଫଳପ୍ରତ ହେବ ।

ଏଡସ୍‌ରେ ଆକ୍ରାନ୍ତ ହୋଇ ଜୀବନ ସହ ସଂଘର୍ଷ କରୁଛନ୍ତି ଲକ୍ଷ ଲକ୍ଷ ଲୋକ । ସଂକ୍ରମଣ ଶିକାର ହେଉଥିବା ରୋଗୀଙ୍କ ଶରୀରରୁ ରୋଗ ପ୍ରତିଷେଧକ ଦ୍ରୁତ ଗତି ହ୍ରାସ ପାଇଥାଏ। ଏହାର କୌଣସି ଚିକିତ୍ସା ପଦ୍ଧତି ନଥିବାରୁ ପ୍ରାଣ ହରାଇଥାନ୍ତି ଲୋକେ । ତେବେ ଏଚଆଇଭିକୁ ନେଇ ଏବେ ବଡ଼ ଖବର ଆସିଛି । ବିଶ୍ବବାସୀଙ୍କୁ ଖୁବ୍ ଶୀଘ୍ର ମିଳିବାକୁ ଯାଉଛି ଏଡସ୍‌ ଟିକା । ଏଚଆଇଭି ଭ୍ୟାକ୍ସନକୁ ନେଇ ବୈଜ୍ଞାନିକମାନେ କରିଥିବା କ୍ଲିନିକାଲ ଟ୍ରାଏଲରେ ସୁଫଳ ମିଳିଛି । ୯୭ପ୍ରତିଶତ ଲୋକଙ୍କ ଦେହରେ ଏଡସ୍‌ ବିରୋଧରେ ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧି ପାଇଛି ।

ବୈଜ୍ଞାନିକମାନେ ୩୬ଜଣ ସ୍ବେଚ୍ଛାସେବୀଙ୍କ ଉପରେ ଏଚଆଇଭି ଟିକାକୁ ପରୀକ୍ଷାମୂଳକ ଭାବେ ଟ୍ରାଏଲ କରିଥିଲେ । ଏଥିରେ ୩୫ଜଣଙ୍କ ଶରୀରରେ ରୋଗ ବିରୋଧରେ ଆଣ୍ଟିବଡି ସୃଷ୍ଟି ହୋଇଥିବା ଜଣାପଡ଼ିଛି । ତେବେ ଏହି ଟିକା ଏଡସ୍ ସଂକ୍ରମଣ ବିରୋଧରେ କେତେ ଫଳପ୍ରଦ ହେବ ତାହା ସ୍ପଷ୍ଟ ହୋଇନାହିଁ ।

ବୈଜ୍ଞାନିକଙ୍କ ସୂଚନା ଅନୁଯାୟୀ, ଦୁଇଟି ଡୋଜ୍ ଦିଆଯିବା ପରେ ଏହା ରୋଗୀ ଦେହରେ କାମ କରିବା ଆରମ୍ଭ କରବା ସହିତ ଆଣ୍ଟିବଡି ସୃଷ୍ଟି କରିବ । ଅନ୍ୟପଟେ ଏହି ଭ୍ୟାକ୍ସନରେ କୌଣସି ପ୍ରକାର ପାର୍ଶ୍ବ ପ୍ରତିକ୍ରିୟା ଦେଖିବାକୁ ମିଳିନାହିଁ । ଦୁଇଟି ଡୋଜ୍ ପରେ ବୁଷ୍ଟର ଡୋଜ୍ ଆବଶ୍ୟକ ପଡ଼ିପାରେ ବୋଲି ବୈଜ୍ଞାନିକମାନେ କହିଛନ୍ତି ।

ଏଚଆଇଭି ଭ୍ୟାକ୍ସିନର ପ୍ରଭାବ ଜାଣିବା ପାଇଁ ପ୍ରାଥମିକ ଷ୍ଟେଜରେ ଥିବା ରୋଗୀଙ୍କ ଶରୀରରେ ଟ୍ରାଏଲ କରାଯାଇଥିଲା । ହେଲେ ଏହା କେତେ ପ୍ରଭାବଶାଳୀ ଏଯାଏଁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଏଚଆଇଭି ଏଡସ୍ ମ୍ୟୁଟାଣ୍ଟ ରୋଗୀଙ୍କ ଶରୀରରେ ଦ୍ରୁତ ଗତିରେ ବଢ଼ିଥାଏ, ତେଣୁ ଭ୍ଯାକ୍ସିନ ତିଆରି କରି କଠିନ କାମ ବୋଲି  ବୈଜ୍ଞାନିକମାନେ କହିଛନ୍ତି ।

   Related Posts