ତୃତୀୟ ଡୋଜ୍ କୋଭିଡ୍ ଟିକା ମାଗଣା ଦେବା ନେଇ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିବୁ : ସ୍ବାସ୍ଥ୍ୟ ସଚିବ

Published By : Prameya-News7 Bureau | July 11, 2022 IST

ଭୁବନେଶ୍ବର ୧୧।୭: ରାଜ୍ୟରେ କୋଭିଡ୍ ସ୍ଥିତିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ବାସ୍ଥ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ । ଭୁବନେଶ୍ବର, କଟକ, ରାଉରକେଲା ଓ ପୁରୀରେ କୋଭିଡ୍ ସଂକ୍ରମଣ ବଢୁଛି। ସ୍ଥିତି ନିୟନ୍ତ୍ରଣରେ ଅଛି। କେସ୍ ସବୁ ମାଇଲ୍ଡ । ଆକ୍ଟିଭ୍ କେସ୍ ୩୨୦୦ ପାଖାପାଖି ରହିଛି। ୧ ପ୍ରତିଶତ ଲୋକ ହସ୍ପିଟାଲରେ ଅଛନ୍ତି। ୯୯ ପ୍ରତିଶତ ଲୋକ ହୋମ୍ ଆଇସୋଲେସନ୍‌ରେ ଅଛନ୍ତି। ଟେଷ୍ଟିଂ ମାସେ ତଳେ ଦିନକୁ ୧୦ ହାଜର ଥିଲା। ଏବେ ୧୫ହଜାର ଟେଷ୍ଟିଂ ହେଉଛି। ରବିବାର ଓ ଛୁଟି ଦିନ ଟେଷ୍ଟିଂ କମିବ। ଆମେ ଦିନକୁ ୨୫ହଜାର ଟେଷ୍ଟିଂ ପାଇଁ ଚେଷ୍ଟା କରୁଛୁ।

ପୂର୍ବରୁ ଦ୍ଵିତୀୟ ଓ ତୃତୀୟ ଡୋଜ୍ ଭିତରେ ଅନ୍ତର ୯ ମାସ ଥିଲା। ଏବେ ତାହା ୬ ମାସ କରାଯାଇଛି। ସରକାର ସମ୍ମୁଖ ଯୋଦ୍ଧା, ୬୦ ବର୍ଷରୁ ଅଧିକ ଲୋକଙ୍କୁ ମାଗଣା ଦେଉଛନ୍ତି। ୧୮ରୁ ୫୯ ବର୍ଷ ଲୋକଙ୍କୁ ଘରୋଇ ହସ୍ପିଟାଲରେ ନେବାକୁ ପଡ଼ିବ। ଭାରତ ସରକାର ଏ ଦି ଦିଗରେ ନିଷ୍ପତ୍ତି ନେବାକୁ ପଡ଼ିବ ଯେ ୧୫ରୁ ୫୯ ବର୍ଷ ଲୋକଙ୍କୁ ମାଗଣାରେ ତୃତୀୟ ଡୋଜ୍ ଦିଆଯିବ ନା ନାହିଁ। ଏହି ସପ୍ତାହରେ ଆମ ସ୍ବାସ୍ଥ୍ୟ ବିଭାଗର ଉଚ୍ଚସ୍ତରୀୟ ବୈଠକ ଅଛି। ସେଠି ଆଲୋଚନା କରିବୁ। ଦରକାର ପଡିଲେ ତୃତୀୟ ଡୋଜ୍ ମାଗଣା ଦେବା ନେଇ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିବୁ ବୋଲି କହିଛନ୍ତି ସ୍ବାସ୍ଥ୍ୟ ସଚିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.