ଅବ୍ୟବସ୍ଥା ଘେରରେ କଣ୍ଟାବାଞ୍ଜି ଡାକ୍ତରଖାନା, ସମସ୍ୟା ସମାଧାନ ଦାବିରେ ଜିଲ୍ଲାପାଳଙ୍କୁ ଦିଆଗଲା ପତ୍ର

Published By : Prameya-News7 Bureau | June 28, 2022 IST

କଣ୍ଟାବାଞ୍ଜି ୨୮/୦୬: ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଡାକ୍ତରଖାନା ବର୍ତ୍ତମାନ ଅବ୍ୟବସ୍ଥା ଦେଇ ଗତି କରୁଛି । ଏଠାରେ ଥିବା କିଛି କାର୍ଯ୍ୟରତ ଡାକ୍ତର ନିଜର ମନମୁଖୀ କାମ କରୁଛନ୍ତି । ଯାହା ଫଳରେ ଏଠାକୁ ଆସୁଥିବା ରୋଗୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ଯୁବଗୋଷ୍ଠୀ ସଂଘ ଡାକ୍ତରଖାନାର ସମସ୍ୟା ଦୂର କରିବାକୁ ଦାବି କରିଛି ।

ସଂଘର ସଦସ୍ୟ ମାନେ ସ୍ଥାନିୟ ତହସିଲ ଅଫିସ ପହଂଚିଥିଲେ । ସେଠାରେ କିଛି ସମୟ ବିକ୍ଷୋଭ ପ୍ରଦର୍ଶନ କରିବା ସହ ତହସିଲଦାର ସମିର ବେହେରାଙ୍କ ଜରିଆରେ ବଲାଙ୍ଗିର ଜିଲ୍ଲାପାଳଙ୍କୁ ୧୪ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଥିଲେ । ୧୫ ଦିନ ଭିତରେ ଦାବି ପୁରଣ ନହେଲେ ଆଗାମୀ ଦିନରେ ଏକ ବଡ ଧରଣର ଆନ୍ଦୋଳନ ହେବ ବୋଲି ମଧ୍ୟ ଦାବିପତ୍ରରେ ଉଲ୍ଲେଖ କରାଯାଇଛି ।

ତେବେ ଦାବିପତ୍ର ଦେବା ସମୟରେ ସମାଜସେବୀ ଦେବବ୍ୟାସ ନାଗ, ସାହିଲ ଖାଁ, ଚୈତନ୍ୟ ହଂସ, ଅଲେଖ ପୁଟେଲ, ମୁକେଶ ମେହେର, ଟେକାରାମ ବେସନ, ବିକାଶ ପୁଟେଲ, ଉମେଶ ରଣା ସହ ଅନ୍ୟ ଯୁବକ ମାନେ ଉପସ୍ଥିତ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.