Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଖାଲି ପେଟରେ ଖାଆନ୍ତୁ ଭୃସଙ୍ଗ ପତ୍ର, ଦୂର ହେବ ଏହିସବୁ ସମସ୍ୟା !

31/05/2023 at 10:49 AM

ନୂଆଦିଲ୍ଲୀ ୩୧।୦୫: ଭୃସଙ୍ଗ ପତ୍ରକୁ ଯେକୌଣସି ଖାଦ୍ୟରେ ପକାଇବା ଦ୍ବାରା ଏହା ଖାଦ୍ୟର ସ୍ବାଦକୁ ଦ୍ବିଗୁଣିତ କରିଥାଏ । ଏଥିରେ ପ୍ରଚୁର ପରିମାଣର ଫସଫରସ୍, କ୍ୟାଲସିୟମ୍, ଆଇରନ୍, କପର୍, ମ୍ୟାଗ୍ନେସିୟମ୍, ଭିଟାମିନ୍ ପରି ବହୁ ନ୍ୟୁଟ୍ରିଏଣ୍ଟସ ରହିଥାଏ । ଯାହା ଆମ ଶରୀରକୁ ଅନେକ ଉପାୟରେ ଲାଭ ଦେଇଥାଏ । ଭୃସଙ୍ଗ ପତ୍ର ଖାଇବା ଦ୍ବାରା ହଜମ ସମ୍ବନ୍ଧୀୟ ସମସ୍ୟାକୁ ଦୂର ହୋଇଥାଏ । ଏହାକୁ ଖାଇବା ଦ୍ବାରା ଗ୍ୟାସ୍, ଏସିଡ଼ିଟି ଓ ପେଟ ଫୁଲିବା ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ । ଏହା ବ୍ୟତୀତ ଏହି ପତ୍ର ହଜମକାରୀ ଏନଜାଇମକୁ ବଢାଇବାରେ ସାହାଯ୍ୟ କରିଥାଏ । ଏଥିପାଇଁ ପ୍ରତିଦିନ ସକାଳୁ ଖାଲି ପେଟରେ ୪ରୁ ୫ଟି ଭୃସଙ୍ଗ ପତ୍ର ଚୋବାନ୍ତୁ ।

ଏହାବ୍ୟତୀତ କେଶ ଝଡ଼ିବା ଆଜିକାଲି ଏକ ବଡ଼ ସମସ୍ୟା । ଭୃସଙ୍ଗ ପତ୍ରରେ ଥିବା ପୋଷକ ତତ୍ତ୍ୱ କେଶ ଝଡ଼ିବା ବନ୍ଦ କରିଥାଏ। ପ୍ରତିଦିନ ସକାଳେ ଜଳଖିଆ ଖାଇବାର ଅଧ ଘଣ୍ଟା ପୂର୍ବରୁ ଏହି ପତ୍ରକୁ ଖାଲି ପେଟରେ ଚୋବାନ୍ତୁ । ଏହା ଚୁଟି ଝଡିବାରୁ ମିଳିପାରେ ମୁକ୍ତି ।

You Can Read:

ମେଦବହୁଳତା ମଧ୍ୟ ଆଜିକା ଦିନର ବଡ ସମସ୍ୟା । ଭୃସଙ୍ଗ ପତ୍ରକୁ ଖାଦ୍ୟରେ ସାମିଲ କରିବା ଦ୍ବାରା ମେଟାବୋଲିଜିମ୍ ରେ ଉନ୍ନତି ଆସିଥାଏ । ଯାହା ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଭୃସଙ୍ଗ ପତ୍ର ପାଟି ସମ୍ବନ୍ଧୀୟ ସ୍ୱାସ୍ଥ୍ୟ ପାଇଁ ମଧ୍ଯ ବେଶ ଉପଯୋଗୀ ହୋଇଥାଏ । ଏହି ପତ୍ରକୁ ଚୋବାଇ ଦ୍ବାରା ଦାନ୍ତରୁ ଜୀବାଣୁ ବାହାରିବା ସହ ଦାନ୍ତ କ୍ଷୟ ଦୂର ହୋଇଥାଏ ।

ଯଦି ସକାଳୁ ଉଠିବା ପରେ ଆପଣ ଅସୁସ୍ଥ ଅନୁଭବ କରୁଛନ୍ତି, ତାହାଲେ ସକାଳୁ ଭୃସଙ୍ଗ ପତ୍ର ଖାଆନ୍ତୁ । ଏହାକୁ ଖାଇବା ଦ୍ୱାରା ବହୁ ରୋଗରୁ ମୁକ୍ତି ମିଳିଥାଏ । କେବଳ ଏତିକି ନୁହେଁ, ଯାତ୍ରା କରିବା ସମୟରେ ବାନ୍ତି ଲାଗିଲେ ଆପଣ ଏହି ପତ୍ରକୁ ଖାଇପାରିବେ ।

You Can Read:

   Related Posts