ମହାମାରୀ ‘କରୋନା’ : ଏପ୍ରିଲ ୧୫ପର୍ଯ୍ୟନ୍ତ ବିଦେଶରୁ ଆସୁଥିବା ଲୋକଙ୍କ ଭିସା ରଦ୍ଦ କଲା ଭାରତ

Published By : Prameya-News7 Bureau | March 12, 2020 IST

ନୂଆଦିଲ୍ଲୀ ୧।୩: ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମଧ୍ୟ କରୋନା ଭାଇରସ୍ ଚୀନ୍, ଇରାନ୍ ଏବଂ ଇଟାଲୀରେ ମହାମାରୀ ବୋଲି ଘୋଷଣା କରିଛି । କରୋନା ଭାଇରସକୁ ଦୃଷ୍ଟିରେ ରଖି ଭାରତ ଏପ୍ରିଲ ୧୫ ପର୍ଯ୍ୟନ୍ତ ବିଦେଶରୁ ଆସୁଥିବା ଲୋକଙ୍କ ଭିସାକୁ ରଦ୍ଦ କରିଛି । ଏହି ପ୍ରତିବନ୍ଧକରୁ କୂଟନୀତିଜ୍ଞ, ଅଧିକାରୀ, ମିଳିତ ଜାତିସଂଘର କର୍ମଚାରୀ ଏବଂ ଆନ୍ତର୍ଜାତୀୟ ସଂଗଠନର କର୍ମଚାରୀଙ୍କୁ ବାଦ୍ ଦିଆଯାଇଛି । ଏହି ପ୍ରତିବନ୍ଧକ ୧୩ ମାର୍ଚ୍ଚ ୨୦୨୦୨ଠାରୁ ଲାଗୁ ହେବ।

ସରକାର ଏହା ମଧ୍ୟ କହିଛନ୍ତି ଯେ, ଭାରତୀୟ ନାଗରିକମାନଙ୍କୁ ଅନାବଶ୍ୟକ ବିଦେଶ ଯାତ୍ରା ନକରିବାକୁ କଡା ପରାମର୍ଶ ଦିଆଯାଇଛି। ଯଦି ସେମାନେ ଯେକୌଣସି ସ୍ଥାନରୁ ଫେରିଯାଆନ୍ତି, ତେବେ ସେମାନଙ୍କୁ ଅତି କମରେ ୧୪ଦିନ ଲୋକଙ୍କଠାରୁ ଦୂରରେ ରଖାଯାଇପାରିବ |

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କହିଛି ଯେ, 'ଆମର ମୂଲ୍ୟାଙ୍କନ ଅନୁଯାୟୀ, COVID-19 ବର୍ତ୍ତମାନ ଏକ ମହାମାରୀ ହୋଇସାରିଛି | ବିଶ୍ବରେ କାୟା ବିସ୍ତାର କରୁଥିବା ଏହି ଭାଇରସ୍ ପାଇଁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଚିନ୍ତିତ ରହିଛି । ଏହା ଏକ ବିପଜ୍ଜନକ ସ୍ତରରେ ପହଞ୍ଚୁଛି |

ସରକାରଙ୍କ ତରଫରୁ କୁହାଯାଇଛି ଯେ, ଯେଉଁ ବିଦେଶୀ ବ୍ୟକ୍ତି ଭାରତକୁ ଆସିବାକୁ ଇଚ୍ଛା କରୁଛନ୍ତି, ପ୍ରଥମେ ଭାରତୀୟ ଦୂତାବାସ ସହିତ ଯୋଗାଯୋଗ କରନ୍ତୁ | ସମସ୍ତ ଭାରତୀୟ ନାଗରିକ ଏବଂ ବିଦେଶୀ ନାଗରିକଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ ଯଦି ଏହା ସଂପୂର୍ଣ୍ଣ ଆବଶ୍ୟକ ନଥାଏ ତେବେ ଅନାବଶ୍ୟକ ଯାତ୍ରା ନକରିବାକୁ | ଯଦି ସେମାନେ ଭାରତକୁ ଆସନ୍ତି, ତେବେ ସେମାନଙ୍କୁ ୧୪ ଦିନ ପର୍ଯ୍ୟନ୍ତ ଲୋକଙ୍କଠାରୁ ଅଲଗା ଭାବେ ନଜର ରଖାଯିବ ।

କରୋନା ଭାଇରସ୍ ମଧ୍ୟ ଭାରତରେ କାୟା ବିସ୍ତାର କରୁଛି । ଭାରତରେ COVID-19 ସଂକ୍ରମିତ ୬୦ ରୋଗୀ ଅଛନ୍ତି। କରୋନା ଜୀବାଣୁ ଉପରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ମଧ୍ୟ ସତର୍କ ରହିଛି । ସ୍ବାସ୍ଥ୍ୟ ମନ୍ତ୍ରଣାଳୟରେ କ୍ରମାଗତ ଭାବରେ ଅନେକ ବୈଠକ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.