ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିନରେ ଆଡପ୍ଟ ଟିବି ପେସେଣ୍ଟ କାର୍ଯ୍ୟକ୍ରମ ଆରମ୍ଭ କରିବ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ !
12/09/2022 at 10:01 PM

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଦୁଇଟି ମହତ କାର୍ଯ୍ୟ ଆରମ୍ଭ କରିବାକୁ ଯୋଜନା କରୁଛି ସ୍ୱାସ୍ଥ୍ୟମନ୍ତ୍ରାଳୟ। ଗୋଟିଏ ହେଲା ଆଡପ୍ଟ ଟିବି ପେସେଣ୍ଟ ଓ ଅନ୍ୟଟି ହେଲା ରକ୍ତଦାନ ଅମୃତ ମହୋତ୍ସବ। ମୋଦୀ ଜନ୍ମଦିନ ଅର୍ଥାତ୍ ସେପ୍ଟେମ୍ବର ୧୭ ତାରିଖରେ ସ୍ୱାସ୍ଥ୍ୟ ବିଭାଗ ଅଡପ୍ଟିଂ ଟ୍ୟୁବରକୁଲୋସିସ୍ ପେସେଣ୍ଟ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯୋଜନା କରିଛି। ସେହିପରି ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ଦେଶବ୍ୟାପୀ ରକ୍ତଦାନ ଅମୃତ ମହୋତ୍ସବ ଚାଲିବ। ସ୍ୱାସ୍ଥ୍ୟ ବିଭାଗର ବିଶେଷ ସୂତ୍ରରୁ ଏହି ସୂଚନା ପ୍ରାପ୍ତି ହୋଇଥିବା ଜାତୀୟ ଗମମାଧ୍ୟମ ଇଣ୍ଡିଆ ଟୁଡେରେ ଖବର ପ୍ରକାଶ ପାଇଛି।
ସୂଚନା ଦେଇଥିବା ବ୍ୟକ୍ତି ଜଣଙ୍କ କହିଛନ୍ତି ” ୨୦୨୫ ସୁଧା ଦେଶର ଟିବିର ମୂଳୋତ୍ପାଟନ କରିବା ଆମର ଲକ୍ଷ୍ୟ ରହିଛି। ଏଥିପାଇଁ ଆମେ ଟିବି ରୋଗୀଙ୍କୁ କୋଳେଇ ନେବାର ପ୍ରକ୍ରିୟା ଆରମ୍ଭ କରୁଛୁ। ପ୍ରତ୍ୟେକ ଜିଲ୍ଲାରେ ପାଖାପାଖି ୧୫୦-୨୦୦ ଟିବି ରୋଗୀ ଥିବେ। ଏମାନଙ୍କୁ ନ୍ୟୁଟ୍ରିସନ କିଟ୍ସ ଦିଆଯିବ। ତା ସହ ଟିବି ପେସେଣ୍ଟଙ୍କର ଖର୍ଚ୍ଚବହନ କରିବାକୁ ଆମେ ଲୋକଙ୍କୁ ଅନୁରୋଧ କରିବୁ।”
TB हारेगा, देश जीतेगा!
— Dharmendra Pradhan (@dpradhanbjp) September 9, 2022
The Pradhan Mantri TB Mukt Bharat Abhiyaan is in line with PM @narendramodi ji’s commitment of making India tuberculosis-free by 2025.
Let us rededicate ourself towards combating & eliminating TB and making #TBMuktBharat a Jan-Andolan. pic.twitter.com/k4aHAz8bXV
ଆଡପ୍ଟ ଟିବି ପେସେଣ୍ଟ କାର୍ଯ୍ୟକ୍ରମ ଅନୁସାରେ ଯକ୍ଷ୍ମା ରୋଗୀଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ ଲୋକଙ୍କୁ ଅନୁରୋଧ କରାଯିବା ସହ ସେମାନଙ୍କୁ ନ୍ୟୁଟ୍ରିସନ କିଟ୍ସ ଯୋଗାଇ ଦେବେ କେନ୍ଦ୍ର ସରକାର। ସେହିପରି ରକ୍ତଦାନ ଶିବିରରେ ରକ୍ତ ସଂଗ୍ରହ କରାଯିବ।
କ୍ଷମ୍ମା ରୋଗୀଙ୍କୁ କେମିତି ପୋଷ୍ୟ କରିବେ ?
ସରକାରୀ କାର୍ଯ୍ୟକ୍ରମ ନିକ୍ଷୟ ମିତ୍ର ଜରିଆରେ ଲୋକଙ୍କୁ କ୍ଷକ୍ଷ୍ମା ରୋଗୀଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ ସୁଯୋଗ ଦେବ। ଏଥିରେ ପୋଷକ ରୋଗୀଙ୍କର ପୋଷଣ ଓ ଚିକିତ୍ସା ଖର୍ଚ୍ଚ ବହନ କରିବେ। ଏହାର ଅବଧି ୧ ବର୍ଷରୁ ୩ ବର୍ଷ ପର୍ଯ୍ୟନ୍ତ ହୋଇପାରେ। ଏହା ଚିକିତ୍ସାର ଅବଧି ଉପରେ ନିର୍ଭର କରିବ। ନିକ୍ଷୟ ମିତ୍ର ଯକ୍ଷ୍ମା ରୋଗୀଙ୍କୁ ୩ ପ୍ରକାରର ସାହାଯ୍ୟ କରିବ। ପୋଷଣ ଯୋଗାଇବା, ନୈଦାନିକ ସାହାଯ୍ୟ, ଭୋକେସନାଲ ଓ ଅତିରିକ୍ତ ପୋଷଣ ଯୋଗାଣ ଆଦିରେ ସହୋଯଗ କରିବେ।
ନିକ୍ଷୟ ମିତ୍ର ହେବାକୁ ହେଲେ ବ୍ୟକ୍ତିଙ୍କୁ https://communitysupport.nikshay.in/ ୱେବ୍ସାଇଟ୍କୁ ଯିବାକୁ ପଡ଼ିବ। ୱେବସାଇଟ୍ ଖୋଲି ରାଜ୍ୟ, ଜିଲ୍ଲା ଓ ବ୍ଲକ୍ରେ ଥିବା ଡାକ୍ତରଖାନାକୁ ବାଛି ଅର୍ଥଦାନ କରିପାରିବେ। ନିକ୍ଷୟ ମିତ୍ରର ମୂଳ ଲକ୍ଷ୍ୟ ହେଲା ଦେଶର ୯ ଲକ୍ଷ ଟିବି ରୋଗୀଙ୍କୁ ପାଖରେ ପହଞ୍ଚି ପୋଷଣଯୁକ୍ତ ଖାଦ୍ୟ ଯଥା ମାସିକିଆ ଖାଦ୍ୟପୁଡ଼ିଆ, ଏବଂ ଭିଟାମିନ ବି କମ୍ପ୍ଲେକ୍ସ ଭିଟିମାନ ସି ଏବଂ ମିନେରାଲ୍ସ ଯୋଗାଇ ଦେବା।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ମନ୍ତ୍ରୀ ଡ. ମନସୁଖ ମାଣ୍ଡବ୍ୟଙ୍କ ସୂଚନା ଅନୁସାରେ, ଦେଶରେ ପାଖାପାଖି ୧୩.୫ ଲକ୍ଷ ଟିବି ରୋଗୀ ନିକ୍ଷୟ ପୋର୍ଟାଲ୍ରେ ପଞ୍ଜିକୃତ ହୋଇଛନ୍ତି। ସେଥିମଧ୍ୟରୁ ୮.୮ ଲକ୍ଷ ରୋଗୀ ସେମାନଙ୍କୁ ପୋଷ୍ୟ ଭାବେ ଗ୍ରହଣ କରାଯାଉ ଅନୁମତି ଦେଇଛନ୍ତି।
ଟିବି ରୋଗୀଙ୍କୁ ଲୋକଙ୍କ ସହଯୋଗ ଯୋଗାଇ ଦେବା ପାଇଁ ନିକ୍ଷୟ ଡିଜିଟାଲ ପୋର୍ଟାଲ୍ ପ୍ଲାଟଫର୍ମ ଯୋଗାଇ ଦେବ। ଏନେଇ ସ୍ୱାସ୍ଥ୍ୟମନ୍ତ୍ରୀ ମାଣ୍ଡବ୍ୟ ଟିବି ଲୋକଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ ଦେଶର ସମସ୍ତ ନାଗରିକ, ଏନ୍ଜିଓ, କର୍ପୋରେଟ ହାଉସ, ନିର୍ବାଚିତ ଜନପ୍ରତିନିଧିଙ୍କୁ ନିକ୍ଷୟ ମିତ୍ର ହେବାକୁ ଅନୁରୋଧ କରିଛନ୍ତି।