କରୋନା ଷ୍ଟ୍ରେନ୍‌ ବିସ୍ପୋରଣ: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ବୟାନ, ଚିନ୍ତା ବଢ଼ାଉଛି ଏହି ୫ ରାଜ୍ୟ

Published By : Prameya-News7 Bureau | March 02, 2021 IST

ନୂଆଦିଲ୍ଲୀ, ୦୨/୦୩: ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ କିଛିଦିନ ହେବ ଏହି ଭାଇରସ୍‌ର ସଂକ୍ରମଣ ଧିରେ ଧିରେ କିଛି ରାଜ୍ୟରେ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି । ବର୍ତ୍ତମାନ ପାଖାପାଖି ଭାରତରେ ୧.୬୮ ଲକ୍ଷ କରୋନା ଆକ୍ରାନ୍ତ ରହିଛନ୍ତି । ସେମାନଙ୍କ ମଧ୍ୟରୁ କେବଳ ୫ଟି ରାଜ୍ୟରେ ୮୪.୧୬ ପ୍ରତିଶତ ଆକ୍ଟିଭ୍‌ କେସ୍‌ ରହିଛି । ୬ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର କରୋନା ସଂକ୍ରମିତଙ୍କ ସାପ୍ତାହିକ ସଂଖ୍ୟା ଜାତୀୟ ସଂକ୍ରମିତ ହାରର ୨ ପ୍ରତିଶତରୁ ଅଧିକ ରହିଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମଙ୍ଗଳବାର ପ୍ରକାଶ କରିଛି ।

ମହାରାଷ୍ଟ୍ର ଏବଂ କେରଳରୁ କେବଳ ୬୭.୮୪ ପ୍ରତିଶତ ଆକ୍ଟିଭ୍‌ କେସ୍‌ ରହିଛି । ୬ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ମଧ୍ୟରେ ମହାରାଷ୍ଟ୍ର, କେରଳ, ଗୋଆ, ଚଣ୍ଡିଗଡ଼, ପଞ୍ଜାବ ଏବଂ ଗୁଜୁରାଟ ରହିଥିବା ଜଣାପଡ଼ିଛି । ଏହି ରାଜ୍ୟଗୁଡ଼ିକରେ ଜାତୀୟ ଅପେକ୍ଷା ୨ ପ୍ରତିଶତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହିଛି ।

ମହାରାଷ୍ଟ୍ରରେ ସବୁରାଜ୍ୟମାନଙ୍କ ଠାରୁ ଅଧିକ କରୋନା ଆକ୍ରାନ୍ତ ରହିଛନ୍ତି । ଏଠାରେ  ସାପ୍ତାହିକ ହାର ୧୦.୦୨ ପ୍ରତିଶତ ରହିଥିବା ମନ୍ତ୍ରଣାଳୟ କହିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୨,୨୮୬ ଟି ନୂଆ କେସ୍‌ ସାମ୍ନାକୁ ଆସିଛି । ଭାରତର ସମୁଦାୟ ସଂକ୍ରମିତଙ୍କ ମଧ୍ୟରୁ ବର୍ତ୍ତମାନ ୧.୫୧ ପ୍ରତିଶତ ଆକ୍ଟିଭ୍‌ କେସ୍ ରହିଛି ।

ମହାରାଷ୍ଟ୍ରରେ ପ୍ରତ୍ୟେକ ଦିନ ପାଖାପାଖି ୬,୩୯୭ଟି ନୂଆ କୋଭିଡ୍‌ ମାମଲା ସାମ୍ନାକୁ ଆସୁଛି । ସେହିପରି କେରଳରେ ୧,୯୩୮ଟି ମାମଲା ସାମ୍ନାକୁ ଆସୁଥିବା ବେଳେ ପଞ୍ଜାବରେ ୬୩୩ଟି ମାମଲା ଦେଖିବାକୁ ମିଳିଛି । ତେବେ କେନ୍ଦ୍ର ଏନେଇ ଉକ୍ତ ରାଜ୍ୟଗୁଡ଼ିକୁ ସଜାଗ ରହିବାକୁ ପରାମର୍ଶ ଦେବା ସହିତ ସଂକ୍ରମଣ ରୋକିବା ପାଇଁ ପ୍ରୟାସ ଜାରି ରଖିଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.