ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କପି ବିଜେପି ନେତା ଗିରଫ
  • ||
  • ପୁରୁଷୋତ୍ତମପୁର: ରାଜନୈତିକ ଶତୃତାରୁ ଗୁଳିକାଣ୍ଡ; ଗୁରୁତର ଯୁବକ ମେଡିକାଲ୍‌ରେ ଭର୍ତ୍ତି
  • ||
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||
  • ରାଜଧାନୀରେ ପୁଣି ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ଅପରାଧି ଜିତୁ ଆହତ
  • ||
  • ୟୁକ୍ରେନ ସହ ଯୁଦ୍ଧ ମଧ୍ୟରେ ପୁଟିନ୍‌ଙ୍କ ବଡ଼ ଘୋଷଣା, କହିଲେ-ବେଲାରୁସ୍‌ରେ ପରମାଣୁ ହତିଆର ନିୟୋଜିତ କରିବ ରୁଷ
  • ||
  • ଭୂମିକମ୍ପ ଝଟକା ଥରିଲା ରାଜସ୍ଥାନ, ବିକାନୋର ଠାରୁ ୫୧୬ କିମି ଦୂରରେ କେନ୍ଦ୍ରସ୍ଥଳ
  • ||

ଦେଶର ସମସ୍ତ ଏମ୍ସରେ କେନ୍ଦ୍ର ସରକାର ଦେବେ ନିଯୁକ୍ତି ! ଗଠନ ହେଲା ଉଚ୍ଚସ୍ତରୀୟ କମିଟି

19/03/2023 at 8:11 PM

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସାରା ଦେଶରେ ଥିବା ଏମ୍ସରେ କେନ୍ଦ୍ରୀୟସ୍ତରରେ ନିଯୁକ୍ତି ଦେବା ଉପରେ ବିଚାର କରୁଛନ୍ତି । ଏହି ନିଯୁକ୍ତି ଶିକ୍ଷକ ଏବଂ ଅଣ-ଶିକ୍ଷକ ଉଭୟ ବିଭାଗରେ କରାଯିବ । ବର୍ତ୍ତମାନ ସମୟରେ ଦେଶରେ ନୂତନ ଭାବେ ଖୋଲାଯାଇଥିବା ଏମ୍ସରେ କର୍ମଚାରୀଙ୍କ ଅଭାବ ଏକ ବଡ଼ ସମସ୍ୟା ହୋଇ ରହିଛି । ଏହି କାରଣରୁ କେନ୍ଦ୍ର ସରକାର ନିଜେ ଏହି ସଂସ୍ଥା ଗୁଡିକରେ ନିଯୁକ୍ତି ଦେବା ଉପରେ ବିଚାର କରୁଛନ୍ତି । ବର୍ତ୍ତମାନ ସମୟରେ ଏମ୍ସ ସଂସ୍ଥାନ ନିଜ ସ୍ତରରେ କର୍ମଚାରୀଙ୍କୁ ନିଯୁକ୍ତି ଦେଇଥାନ୍ତି ।

ଏମ୍ସରେ କେନ୍ଦ୍ର ସରକାରଙ୍କ ଦ୍ୱାରା କର୍ମଚାରୀ ନିଯୁକ୍ତି ଉପରେ ବିଚାର କରିବା ପାଇଁ ଗୋଟିଏ କମିଟି ଗଠନ କରାଯାଇଛି । ଏଥିରେ ନୀତି ଅୟୋଗ ସଦସ୍ୟ ଡା.ଭିକେ ପଲ, ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନାର ଅତିରିକ୍ତ ସଚିବ, ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଅଧିକାରୀ, ନୂଆଦିଲ୍ଲୀ ସ୍ଥିତ ଏମ୍ସର ନିର୍ଦ୍ଦେଶକ ସାମିଲ ଅଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଗତ ଜାନୁଆରୀ ୮ରେ ଭୁବନେଶ୍ୱର ଏମ୍ସରେ ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟ୍ ବଡି (ସିଆଇବି)ର ବୈଠକ ହୋଇଥିଲା । ଏହି ବୈଠକରେ ବିଭିନ୍ନ ଏମ୍ସରେ ଫେକଲ୍ଟି ଏବଂ ଅନ୍ୟ କର୍ମଚାରୀଙ୍କ ଶୀଘ୍ର ନିଯୁକ୍ତି ଉପରେ ଆଲୋଚନା କରିଥିଲେ ।

ଉଲ୍ଲେଖଯୋଗ୍ୟ ଯେ ଦେଶର ୧୮ ନୂଆ ଏମ୍ସରେ ପ୍ରାୟ ୪୪ ପ୍ରତିଶତ ଫେକଲ୍ଟି ପଦ ଖାଲି ରହିଛି । ଏମ୍ସ ରାଜକୋଟରେ ୧୮୩ ପଦ ମଞ୍ଜୁର ରହିଛି କିନ୍ତୁ ଏଥିରୁ ମାତ୍ରା ୪୦ ପଦରେ ହିଁ ନିଯୁକ୍ତି ମିଳିଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଗତ ବର୍ଷ ଲୋକସଭାରେ ଏହି ସୂଚନା ଦେଇଥିଲେ । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଡାଟା ଅନୁସାରେ, ଦେଶର ନୂଆ ୧୮ ଏମ୍ସରେ ୪୦୨୬ ପଦ ପାଇଁ ମଞ୍ଜୁରୀ ଦିଆଯାଇଥିଲା, କିନ୍ତୁ ଏଥିରୁ ୨୨୫୯ ପଦରେ ନିଯୁକ୍ତି ମିଳିଛି । ଏମ୍ସରେ ନିଯୁକ୍ତି ପାଇଁ ସରକାର ପ୍ରଫେସର ପଦ ପାଇଁ ବୟସସୀମା ୫୦ ବର୍ଷରୁ ବଢାଇ ୫୮ ବର୍ଷ କରାଯାଇଛି । ଏହାସହ ଅବସର ବୟସ ମଧ୍ୟ ବଢାଇ ୭୦ ବର୍ଷ କରାଯାଇଛି ।

   Related Posts