୧୫ରୁ ୧୮ ବର୍ଷୀୟଙ୍କ ପାଇଁ ଆରମ୍ଭ ହେଲା ଭ୍ୟାକ୍‌ସିନ୍‌ ରେଜିଷ୍ଟ୍ରେନ୍‌, ଟ୍ୱିଟ୍‌ କରି ସୂଚନା ଦେଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

Published By : Prameya-News7 Bureau | January 01, 2022 IST

ନୂଆଦିଲ୍ଲୀ, ୦୧/୦୧: ପୂର୍ବରୁ ଘୋଷଣା ହୋଇଥିବା ୧୫ରୁ ୧୮ ବର୍ଷୀୟଙ୍କ ପାଇଁ ଆରମ୍ଭ ହେଲା ଭ୍ୟାକ୍‌ସିନ୍‌ ରେଜିଷ୍ଟ୍ରେସନ୍‌ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭୀୟ ସୂଚନା ଦେଇଛନ୍ତି । ପ୍ରାପ୍ତ ବୟସ୍କ ସିଧାସଳଖ କୋ-ୱିନ୍‌ ପୋର୍ଟାଲ୍‌କୁ ଯାଇ ରେଜିଷ୍ଟ୍ରେସନ୍‌ କରିପାରିବେ । ମାଣ୍ଡଭୀୟ ଟ୍ୱିଟରରେ ମାଧ୍ୟମରେ ଟ୍ୱିଟ୍‌ କରି ଏ ସମ୍ୱନ୍ଧରେ ସୂଚନା ଦେଇଥିବା ବେଳେ ସେ ଏଥିରେ ଲେଖିଛନ୍ତି , ମୁଁ ଆପଣଙ୍କୁ ନିବେଦନ କରୁଛି ଯେ ଆପଣଙ୍କ ପରିବାରରେ ଥିବା ୧୫ରୁ ୧୮ ବର୍ଷୀୟ ପିଲାଙ୍କ ଭ୍ୟାକ୍‌ସିନ୍‌ ପାଇଁ ପଞ୍ଜିକରଣ କରନ୍ତୁ ।

ଭାରତରେ କୋଭିଡ୍‌୧୯ ଟିକାକରଣ ଶୁକ୍ରବାର ୫୨ ଲକ୍ଷ ପାର କରିଥିଲା । ଏଥି ସହିତ ପାଖାପାଖି  ସମୁଦାୟ ୧୪୫ କୋଟି ଲୋକଙ୍କୁ ଟିକାକରଣ କରାଯାଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ ପାଇଥିଲା । ଗତକାଲି ସ୍ୱାସ୍ଥ୍ୟ ମନ୍ତ୍ରୀ ଟ୍ୱିଟ୍‌ କରି ଲେଖିଥିଲେ ଯେ, ୧୪୫ କୋଟି ଟିକାକରଣ ସହିତ ଚଳିତ ବର୍ଷର ଶେଷ ହେଉଛି । ୨୦୨୧ ଚ୍ୟାଲେଞ୍ଜିଂ ବର୍ଷରେ ଅତ୍ୟଧିକ ସାହସ, ପ୍ରତିବନ୍ଧିତା ଏବଂ ଦୃଢ ନିଷ୍ଠାର ସହ କାର୍ଯ୍ୟ ସମ୍ପାଦନ କରିଥିବାରୁ ଆମର ଚିକିତ୍ସକ, ବୈଜ୍ଞାନିକ, ସ୍ୱାସ୍ଥ୍ୟକର୍ମୀ ଏବଂ ଆଗଧାଡ଼ିର ଯୋଦ୍ଧାଙ୍କୁ କୃତଜ୍ଞତା ଜ୍ଞାପନ କରୁଛି ବୋଲି ସେ ଲେଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.