ବିମାନବନ୍ଦରରେ ୨ ଦିନରେ ଚିହ୍ନଟ ହେଲେଣି ୩୯ ପଜିଟିଭ୍: ୫ ଦେଶରୁ ଆସିଲେ ନେଗେଟିଭ୍ ରିପୋର୍ଟ ହେଇପାରେ ବାଧ୍ୟତାମୁଳକ

Published By : Prameya-News7 Bureau | December 28, 2022 IST

ନୂଆଦିଲ୍ଲୀ: ଗତ ଦୁଇ ଦିନରେ ବିଦେଶରୁ ଆସିଥିବା ଯାତ୍ରୀଙ୍କ ମଧ୍ୟରେ ୩୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ବିମାନବନ୍ଦରରେ କରୋନା ରୋଗୀ ଚିହ୍ନଟ ହେଉଥିବାରୁ ଆସନ୍ତାକାଲି ଇନ୍ଦିରାଗାନ୍ଧୀ ବିମାନବନ୍ଦର ଯାଇ ସ୍ଥିତି ପରଖିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସଖୁ ମାଣ୍ଡବ୍ୟ।

ଏପଟେ ମିଳିଥିବା ସୂଚନା ଅନୁସାରେ ୫ ଟି ଦେଶରୁ ଆସିଲେ ଆର୍‌ଟିପିସିଆର୍ ରିପୋର୍ଟ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୁଳକ ହୋଇପାରେ। ଏନେଇ ସରକାରୀ ସୂତ୍ରରୁ ସୂଚନା ମିଳିଛି। ଆସନ୍ତା ସପ୍ତାହରୁ ଏହି ନିୟମ ଲାଗୁ ହୋଇପାରେ। ଚୀନ, ଜାପାନ, ଦକ୍ଷିଣ କୋରିଆ, ହଂକଂ,ଥାଇଲାଣ୍ଡ ଓ ସିଙ୍ଗାପୁର ଆସିଲେ କରୋନା ରିପୋର୍ଟ ନେଗେଟିବ୍ ବାଧ୍ୟତାମୁଳକ କରାଯାଇପାରେ କୁହାଯାଉଛି।

ତେବେ ପରବର୍ତ୍ତୀ ୪୦ ଦିନ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ। ଦାନୁଆରୀ ମାସରେ ସଂକ୍ରମଣ ବୃଦ୍ଧି ପାଇପାରେ ବୋଲି ସରକାରୀ ସୂତ୍ରରୁ ସତର୍କ ସୂଚନା ଜାରି କରାଯାଇଛି।

ତେବେ କରୋନା ସଂକ୍ରମଣକୁ ଦେଖି ନୂଆ ନିୟମ ଅନୁସାରେ ବିମାନବନ୍ଦରରେ ମୋଟ ୬ ହଜାର ଟେଷ୍ଟିଂ କରାଯାଇଛି। ଏପର୍ଯ୍ୟନ୍ତ କୋଭିଡ୍‌ର ୨୦୦ ଷ୍ଟ୍ରେନ୍  ଦେଶରେ ଚିହ୍ନଟ କରାଯାଇସାରିଲାଣି। ଏଥିମଧ୍ୟରୁ ବିଏଫ୍.୭ ଷ୍ଟ୍ରେନ୍‌ ବି ରହିଛି। କରୋନାରେ ଏହି ଷ୍ଟ୍ରେନ୍ ବର୍ତ୍ତମାନ ଆତଙ୍କ ଖେଳାଇଛି।  

ସୂଚନା ଅନୁସାରେ ଚୀନରେ ଦେଖାଯାଉଥିବା ସଂକ୍ରମଣ ପାଇଁ ମୁଖ୍ୟତଃ ୪ ଟି ଭ୍ୟାରିଏଣ୍ଟ ଦାୟୀ ଥିବା ବେଳେ ବିଏଫ୍.୭ ଏକାକୀ ୧୫ ପ୍ରତିଶତ ସଂକ୍ରମଣ ଦାୟୀ। ସେହିପରି ବହୁ ସଂଖ୍ୟାକ ୫୦ ପ୍ରତିଶତ ବିଏନ୍ ଏବଂ ବିକ୍ୟୁ ସିରିଡ୍‌ ଏବଂ ଏସ୍‌ବିଭି ଭ୍ୟାରିଏଣ୍ଟ ୧୦-୧୫ ପ୍ରତିଶତ ରହିଛି। ତେବେ ଭାଇରସଗୁଡ଼ିକର ଲକ୍ଷଣ ଅଲଗା ଅଲଗା ରହୁଛି।  

ଚୀନରେ ଦ୍ରୁତ ସଂକ୍ରମଣର କାରଣ ସେଠାକାର ଭ୍ୟାକ୍ସିନ କରୋନା ବିପକ୍ଷରେ ସେତେଟା ପ୍ରଭାବୀ ନୁହେଁ। ଓ ସେଠାରେ ଅଧିକାଂଶ ଲୋକେ ଭ୍ୟାକ୍ସିନ ନେଇ ନାହାନ୍ତି ବୋଲି ଜଣାପଡ଼ିଛି।

ଏଥିପାଇଁ ସେଠାରେ କରୋନା ମହାମାରୀ ତାଣ୍ଡବ ରଚୁଛି।  ହେଲେ ଭାରତରେ ଦିଆଯାଉଥିବା ଟିକା ପ୍ରଭାବଶାଳୀ ହୋଇଥିବା ବେଳେ ପ୍ରାୟତଃ ନାଗରିକ ଟିକା ନେଇସାରିଛନ୍ତି। ତେଣୁ ଭାରତରେ ସଂକ୍ରମଣ ସଂଖ୍ୟାରେ ସେତେଟା ବୃଦ୍ଧି ନ ହୋଇପାରେ ବୋଲି ବିଶେଷଜ୍ଞ କହୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.