suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ଲାଞ୍ଚ ନେବାବେଳେ ମାଡ଼ି ବସିଲେ ଅଧିକାରୀ
  • ||
  • ନିଶ୍ଚିନ୍ତକୋଇଲି: ଜୁଏଲାରୀ ଦୋକାନରୁ ଚୋରି, ତାଲା ଭାଙ୍ଗି ଲୁଟିନେଲେ ୧୯ ଲକ୍ଷରୁ ଅଧିକ ସୁନା ଗହଣା
  • ||
  • ପୁରୀ: ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ନୀତି ବିଳମ୍ବ, ଦର୍ଶନ ନପାଇ ଭକ୍ତ ଅସନ୍ତୋଷ
  • ||

ସିଙ୍ଗାପୁରରୁ ଆସିଥିବା ଅସୁସ୍ଥ ଦମ୍ପତିଙ୍କୁ SCBରେ ଭର୍ତ୍ତି : ସ୍ବାସ୍ଥ୍ୟମନ୍ତ୍ରୀ କହିଲେ ଓଡ଼ିଶାକୁ ନାହିଁ ସଂକ୍ରମଣ ଭୟ

4/03/2020 at 8:13 AM

ପାରାଦୀପ ୪/୩: ଓଡିଶାରେ କରୋନା ଚିହ୍ନଟ ହୋଇ ନଥିଲେ ବି କରୋନା ଭୟ କିନ୍ତୁ କିଛି କମ ନାହିଁ । ପାରାଦୀପରେ ଲାଗିଥିବା ଏକ ଜାହାଜରେ ୨ ଜଣ ଅସୁସ୍ଥ ହେବାକୁ ନେଇ ଦେଖାଦେଇଛି ଭୟ । ସିଙ୍ଗାପୁରରୁ ପାରାଦୀପ ବନ୍ଦରକୁ ଆସିଥିବା ଜାହାଜର ଏହି ଦମ୍ପତିଙ୍କୁ ଏସ୍.ସି.ବି.ରେ ଭର୍ତ୍ତି କରାଯାଇଛି । ରାଜ୍ୟରେ ମୋଟ ୧୧୫ ଜଣ କରୋନା ସଂଦିଗ୍ଧଙ୍କ ଉପରେ ନଜର ରଖାଯାଇଛି । କରୋନାକୁ ନେଇ ସୋସିଆଲ ମିଡିଆରେ ଗୁଜବ ପ୍ରଚାର ହୋଇଥିବାରୁ ଚିକେନ୍ ଓ ଅଣ୍ଡା ବ୍ୟବସାୟ ମାନ୍ଦା ହୋଇଛି । ଏଥିପାଇଁ ସଂଘ ସାଇବର୍ ଥାନାରେ ମାମଲା ରୁଜ୍ଜୁ କରିବା ସହ ସରକାର ଏହା ଉପରେ ହସ୍ତକ୍ଷେପ କରିବାକୁ ଦାବି ହୋଇଛି।

ପାରାଦୀପରେ କରୋନା ସଂଦିଗ୍ଧ । ବିଦେଶୀ ଜାହାଜରେ ଆସିଥିବା ଦମ୍ପତି ଅସୁସ୍ଥ । ଚିକିତ୍ସା ଲାଗି ଉଭୟଙ୍କୁ ତୁରନ୍ତ ଏସସିବି ନିଆଯାଇଛି ।ଏ ହେଉଛି ଦୁଇଟି ସମୟର ଭିଜୁଆଲ ପାରାଦୀପରେ ଏହି ଦମ୍ପତିଙ୍କୁ ସ୍ବତନ୍ତ୍ର  ଆମ୍ବୁଲାନସରେ ନିଆଯାଉଛି। ଆଉ ଏଣେ କଟକରେ ସ୍ବତନ୍ତ୍ର ମାସ୍କ ଓ ଡ୍ରେସ ପିନ୍ଧିଥିବା ଏକ୍ସପର୍ଟ ଏହି ଦମ୍ପତିଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ସିଙ୍ଗାପୁରରୁ ପାରାଦୀପ ଆସିଥିବା ସେନଷ୍ଟାର ନାମକ ଜାହାଜର କର୍ମଚାରୀ ତଥା ସେକେଣ୍ଡ ଇଂଜିନିୟର ଓ ତାଙ୍କ ପତ୍ନୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ସମୟରେ ଥଣ୍ଡା ଓ ଜ୍ବର ଥିବା ଦେଖାଯାଇଥିଲା। ଇଂଜିନିୟରଙ୍କ ଶରୀରରେ ଉଚ୍ଚ ତାପମାତ୍ରା ରହିଛି। ଏହି ଦମ୍ପତିଙ୍କୁ ସ୍ବତନ୍ତ୍ର ଆମ୍ବୁଲାନ୍ସ ଯୋଗେ ତୁରନ୍ତ କଟକ ବଡ଼ ଡାକ୍ତରଖାନାକୁ ଚିକିତ୍ସା ଳାଗି ସ୍ଥାନାନ୍ତର କରାଯାଇଛି।

ପାରାଦୀପ ବନ୍ଦରରେ ସତର୍କତା ବଢିଛି ।  ଥର୍ମାଲ ସ୍କାନରରେ କ୍ରିୟୁ ମେମ୍ବରଙ୍କୁ ଯାଞ୍ଚ କରାଯାଉଛି। ତାପରେ ଯାଇ ବନ୍ଦର ମଧ୍ୟରେ ପ୍ରବେଶ ପାଇଁ ଅନୁନତି ଦିଆଯାଉଛି । ଚୀନରୁ ଆସିଥିବା ଏକ ଜାହାଜର ୨୫ କ୍ରିୟୁ ମେମ୍ବରଙ୍କୁ ୧୪ ଦିନ ପାଇଁ ପରୀକ୍ଷଣରେ ରଖାଯାଇଥିଲା।  ସେପଟେ ଓଡ଼ିଶାରେ କରୋନା ସଂକ୍ରମଣ ଭୟ ନାହିଁ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି । ରାଜ୍ୟର ଭୁବନେଶ୍ବର ଓ ଝାରସୁଗୁଡ଼ା ବିମାନ ବନ୍ଦର ଦେଇ ବାହାରୁ ଆସୁଥିବା ଯାତ୍ରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଛି। ସେହିପରି ରେଳ ଷ୍ଟେସନରେ ମଧ୍ୟ ଯାତ୍ରୀଙ୍କ ଉପରେ ନଜର ରଖାଯାଇଛି।

କୋରନା ଭୟ ଯୋଗୁ ରାଜ୍ୟରେ ଅଣ୍ଡା ଓ ଚିକେନ ବ୍ୟବସାୟ ପ୍ରଭାବିତ ହୋଇଛି । କେବଳ ଫେବୃଆରୀରେ ଶହେ କୋଟି ଟଙ୍କା କ୍ଷତି ସହିଲେଣି କୁକୁଡା ଚାଷୀ । ଦାନା ବ୍ୟବସାୟ ବି ମାଡ଼ ଖାଇଲାଣି । ସୋସିଆଲ ମିଡିଆରେ କରୋନାକୁ ନେଇ ଗୁଜବ ପ୍ରଚାର ହେବା ଦ୍ବାରା ଏପରି ଘଟିଛି ବୋଲି ଅଲ ଓଡିଶା ପଲଟ୍ରି ଫୋରମ ଅଭିଯୋଗ କରିଛି । ଏନେଇ ସଂଘ ସାଇବର ଥାନାରେ କେଶ ରୁଜ୍ଜୁ କରିବା ସହ ସରକାରଙ୍କ ହସ୍ତକ୍ଷେପ ଲୋଡିଛି ।

କରୋନା ସଂକ୍ରମିତ ଦେଶରୁ ରାଜ୍ୟକୁ ଫେରିଥିବା ୧୧୫ଜଣଙ୍କ ଉପରେ ନଜର ରଖିଛି ସ୍ବାସ୍ଥ୍ୟ ବିଭାଗ। ଜଣେ ବ୍ୟକ୍ତିଙ୍କୁ ଅବଜରଭେସନ୍ ରେ ରଖାଯାଇଥିବା ବେଳେ ୪୨ଜଣ ଘରେ ଆଇସୋଲେସନ୍ ରେ ରହିଛନ୍ତି। ସଚେତନତା ପ୍ରଦାନ ଲାଗି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍  ଖୋଲାଯାଇଛି। ସେହିପରି ଟୋଲ ଫ୍ରି ନମ୍ବର -୦୬୭୪-୨୩୯୦୪୬୬, ୯୪୩୯୯୯୪୮୫୭ ଜାରି କରାଯାଇଛି ।

   Related Posts