vridhi excotica
ratha jatra live
star kirano
ori homes
vridhi excotica
ratha jatra live
star kirano
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଅକ୍ପିଜେନ୍ ସପ୍ଲାଏ ଉପରେ କଟକଣା ନ ଲଗାଇବାକୁ ସ୍ବାସ୍ଥ୍ୟ ମନ୍ତ୍ରାଳୟର ନିର୍ଦେଶ

11/09/2020 at 4:10 PM

ମୁମ୍ବାଇ ୧୧/୦୯: କରୋନା ସଂକ୍ରମିତଙ୍କ ସଂଖ୍ୟା ଏବେ ୪୫ ଲକ୍ଷ ଟପିଛି। ସଂକ୍ରମିତ ରୋଗୀଙ୍କୁ ନିଶ୍ବାସ-ପ୍ରଶ୍ବାସ ନେବାରେ ସମସ୍ୟା ଦେଖାଦେଉଛି। ଏଭଳି କ୍ଷେତ୍ରରେ ରୋଗୀଙ୍କୁ ଅକ୍ସିଜେନ୍ ସପୋର୍ଟ ଦରକାର ହୁଏ। ଅକ୍ସିଜେନ୍ ସପ୍ଲାଏରେ କୌଣସି ସମସ୍ୟା ନ ଉପୁଜିବା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ନୂଆ ନିର୍ଦେଶ ଜାରି କରିଛନ୍ତି।

କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶକୁ ଚିଠି ଲେଖିଛନ୍ତି। ଯେଉଁଥିରେ କୁହାଯାଇଛି ସବୁ ସ୍ଥାନରେ ମେଡିକାଲ ଅକ୍ସିଜେନର ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯାଉ, ଯେମିତି କରୋନା ରୋଗୀଙ୍କ କୌଣସି ସମସ୍ୟା ଉପୁଜିବ ନାହିଁ। ଏହା ସହ ଅନୁରୋଧ କରାଯାଇଛି ଯେ କୌଣସି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ଅକ୍ସିଜେନ୍ ସପ୍ଲାଏ ଉପରେ ଯେମିତି କୌଣସି କଟକଣା ନ ଲଗାଇବେ। ପ୍ରତ୍ୟେକ ରାଜ୍ୟର ଏହା ଦାୟିତ୍ବ ଯେ ଯେମିତି ଜରୁରୀ କୋଭିଡ-୧୯ ରୋଗୀଙ୍‌କୁ ଅକ୍ସିଜେନ୍ ମିଳିବ।

ସୂଚନାଯୋଗ୍ୟ ମହାରା​ଷ୍ଟ୍ର ସରକାର ଅନ୍ୟ ରାଜ୍ୟକୁ ଅକ୍ସିଜେନ୍ ସପ୍ଲାଏ କରିବାକୁ ମନା କରିଦେଇଥିଲେ। ଯାହା ପରେ ଏହି ମାମଲା ମହାରାଷ୍ଟ୍ରର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଏକ ଆଦେଶ ଜାରି କରିଥିଲେ। ପରେ ମୁଖ୍ୟମନ୍ତ୍ରୀ ଶିବରାଜ ଉଦ୍ଧବ ଠାକରେଙ୍କ ସହ ଆଲୋଚନା କରିଥିଲେ। ତା’ପରେ ପୁଣି ଥରେ ସପ୍ଳାଏ ଆରମ୍ଭ କରିବା ନେଇ ସହମତି ପ୍ରକାଶ ପାଇଥିଲା।

   Related Posts