ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୧୩ ଛୁଇଁଲା , ସ୍ବାସ୍ଥ୍ୟମନ୍ତ୍ରୀ ଡାକିଲେ ଜରୁରୀ ସମୀକ୍ଷା ବୈଠକ

Published By : Prameya-News7 Bureau | March 16, 2020 IST

ନୂଆଦିଲ୍ଲୀ ୧୬।୦୩: ସାରାବିଶ୍ବକୁ ଘାରିଛି କରୋନା ଭୂତାଣୁ । ଚୀନ୍‌, ଇଟାଲୀ, ଇରାନ୍‌ ପରେ ଏବେ ଭାରତରେ ବଢିବାର ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା ୧୪ଟି ରାଜ୍ୟରେ କାୟା ବିସ୍ତାର କରି ସାରିଲାଣି କରୋନା । ରବିବାର ଆଉ ୯ ନୂଆ ମାମଲା ସାମ୍‌ନାକୁ ଆସିବା ପରେ ଦେଶରେ ମୋଟ ରୋଗୀଙ୍କ ସଂଖ୍ୟା ୧୧୩ରେ ପହଞ୍ଚିଛି । ସେଥିରୁ ୨ ଜଣଙ୍କର ମୃତ୍ୟୁ ଘଟିଥିଲା ବେଳେ ୧୩ ଜଣ ଆରୋଗ୍ୟ ହୋଇଛନ୍ତି । ଅନ୍ୟ ୯୫ ଜଣ ବର୍ତ୍ତମାନ ବିଭିନ୍ନ ହସ୍ପିଟାଲର ସ୍ୱତନ୍ତ୍ର ୱାର୍ଡରେ ଚିକିତ୍ସାଧୀନ ଅଛନ୍ତି ।

ସର୍ବାଧିକ ୩୨ଟି ମାମଲା ମହାରାଷ୍ଟ୍ରରେ ରହିଛି । ରବିବାର ଉତ୍ତରାଖଣ୍ଡରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଛି । ତେବେ ଏସବୁକୁ ଦେଖି ଭାରତ ସରକାର ମଧ୍ୟ କଡା ପଦକ୍ଷେପ ଗ୍ରହଣ କରିଛନ୍ତି । ସ୍ବାସ୍ଥ୍ୟ ବିଭାଗ ପକ୍ଷରୁଅନେକ ସଚେତନତା କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି । ପ୍ରଧାନମନ୍ତ୍ରୀ ମୋଦି କରୋନା ଭୂତାଣୁର ମୁକାବିଲ ନେଇ ରବିବାର ଦିନ ସାର୍କ ଦେଶମାନଙ୍କ ସହିତ ଆଲୋଚନ କରିଛନ୍ତି । ତେବେ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ଏବଂ ଏହାକୁ କିପରି ମୁକାବିଲା ନେଇ ସ୍ବାସ୍ଥ୍ୟ ବିଭାଗ ଏକ ଜରୁରୀ ବୈଠକ ଡାକିଛି । କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ଆରମ୍ଭ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.