ରାଜ୍ୟରେ ଆରମ୍ଭ ହେବ ବାୟୁ ସ୍ୱାସ୍ଥ୍ୟ ସେବା, ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | December 19, 2021 IST

ସମ୍ବଲପୁର ୧୯।୧୨: ରାଜ୍ୟରେ ଆରମ୍ଭ ହେବ ବାୟୁ ସ୍ୱାସ୍ଥ୍ୟ ସେବା । ସୋମବାର ଠାରୁ ରାଜ୍ୟରେ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା । ଭୁବନେଶ୍ୱର ବିମାନବନ୍ଦରରେ ଏହି କାର୍ଯ୍ୟକ୍ରମରେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଖବର ଅନୁଯାୟୀ, ଏହି ଯୋଜନା ପ୍ରଥମ ପର୍ଯ୍ୟାୟ ୫ଟି ଜିଲ୍ଲାରୁ ରୋଗୀଙ୍କ ଚିକିତ୍ସା ପାଇଁ ଏହି ସେବା ଆରମ୍ଭ ହେବ । ଗୁରୁତର ରୋଗୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଏୟାରଲିଫ୍ଟ କରାଯାଇ ଅଣାଯିବ । କଳାହାଣ୍ଡି, ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଓ ନୂଆପଡ଼ା ଜିଲ୍ଲାରେ ଏହା ପ୍ରଥମେ କାର୍ଯ୍ୟକାରୀ ହେବ ବୋଲି ଆଜି ସମ୍ବଲପୁରରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଏହା ସୂଚନା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.