Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ୱର: ସରିଗଲା ମାଟ୍ରିକ୍ ପରୀକ୍ଷା, ଶେଷ ଦିନରେ ସବଜେକ୍ଟ୍ ଥିଲା ମ୍ୟାଥମାଟିକ୍ସ
  • ||
  • ଭୁବନେଶ୍ୱର : ପଶ୍ଚିମା ଝଡ଼ର ପ୍ରଭାବ, ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ବର୍ଷା
  • ||

ରାଜ୍ୟରେ ଖୁବଶୀଘ୍ର ନିଯୁକ୍ତି ହେବେ ୫ ହଜାର ଡାକ୍ତର, ବିଧାନସଭାରେ ଘୋଷଣା କଲେ ସ୍ୱାସ୍ଥ୍ୟମନ୍ତ୍ରୀ

27/02/2023 at 1:20 PM

ଭୁବନେଶ୍ୱର ୨୭।୦୨ : ଖୁବ ଶୀଘ୍ର ରାଜ୍ୟରେ ୫ହଜାର ଡାକ୍ତର ନିଯୁକ୍ତ କରିବେ ରାଜ୍ୟ ସରକାର । ଦୁଇଟି ପର୍ଯ୍ୟାୟରେ ଏହି ନିଯୁକ୍ତି କରାଯିବ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜିଲ୍ଲା ରାଇରଙ୍ଗପୁର ଡାକ୍ତରଖାନାରେ ଡାକ୍ତର ନିଯୁକ୍ତି ଲାଗି ଘୋଷଣା କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ ।

ରାଜ୍ୟରେ ଡାକ୍ତରଖାନାରେ ବେଡ଼ ଅଭାବ ପ୍ରସଙ୍ଗରେ ପ୍ରଶ୍ନର ଉତ୍ତରରେ ସ୍ବାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଜରିଆରେ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଇଛି । କୌଣସି ରୋଗୀକୁ ଶଯ୍ୟା ଅଭାବରୁ ଫେରାଇ ଦିଆଯାଏନାହିଁ । ନିର୍ମଳ ଯୋଜନାରେ ହସ୍ପିଟାଲ ପରିସର ପରିଷ୍କାର କରାଯାଉଛି। ୨୦୨୨-୨୩ରେ ବେଡ୍ ସଂଖ୍ୟା ୨୫ହଜାର ୬୩୬କୁ ବୃଦ୍ଧି କରାଯାଇଛି। ଚଳିତବର୍ଷ ସମ୍ୱନ୍ୱିତ ସ୍ୱାସ୍ଥ୍ୟ ବିକାଶ ନୀତିରେ ଆଉ ୨୧ ହଜାର ୩୪୨ ଶଯ୍ୟା ବୃଦ୍ଧି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।

ତେବେ ମନ୍ତ୍ରୀଙ୍କ ଉତ୍ତରରେ ବିରୋଧୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ନାସନାଲ ମେଡିକାଲ କାଉନସିଲ ଗାଇଡ ଲାଇନ୍ ପାଳନ ହେଉ ନାହିଁକି ରୋଗୀଙ୍କୁ ବେଡ ମିଳୁନାହିଁ ବୋଲି ଅଭିଯୋଗ ଆଣିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ।

   Related Posts