ମୁମ୍ବାଇରେ ଚିକିତ୍ସିତ ହେଉଥିବା ଖୋର୍ଦ୍ଧା ବିଧାୟକଙ୍କୁ ଭେଟିଲେ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ

Published By : Prameya-News7 Bureau | August 19, 2019 IST

ମୁମ୍ବାଇ ୧୯|୮: ମୁମ୍ବାଇ ଠାରେ ଚିକିତ୍ସିତ ହେଉଥିବା ଖୋର୍ଦ୍ଧା ବିଧାୟକ ଜିତୁ ମିତ୍ରଙ୍କୁ ଆଜି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ଭେଟି ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ପଚାରି ବୁଝିଛନ୍ତି ।  ବିଧାୟକ ଶ୍ରୀ ମିତ୍ର ଗତ କିଛି ଦିନ  ହେଲା ମୁମ୍ବାଇର କୋକିଳାବେନ୍ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ଦାସ ଆଜି ହସପିଟାଲକୁ ଯାଇ ସ୍ୱାସ୍ଥ୍ୟାବସ୍ଥା ବୁଝିବା ସହିତ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି । ଶ୍ରୀ ମିତ୍ରଙ୍କ ଚିକିତ୍ସାଲାଗି ରାଜ୍ୟ ସରକାରଙ୍କ ତରଫରୁ  ସମସ୍ତ ପ୍ରକାର ସହାୟତା ଯୋଗାଇ ଦ ିଆଯିବ ବୋଲ ି ମନ୍ତ୍ରୀ ଶ୍ରୀ ଦାସ ପ୍ରକାଶ କରିଛନ୍ତି । ମନ୍ତ୍ରୀ ଶ୍ରୀ ଦାସ ବ ିଧାୟକ ଶ୍ରୀ ମିତ ୍ରଙ୍କୁ ସାକ୍ଷାତ କରିବା ସହିତ ଓଡିଶାର ଗରିବ ରୋଗୀମାନେ ଯେଭଳି ମୁମ୍ବାଇର ବିଭିନ୍ନ ହସପିଟାଲରେ ଚିକିତ୍ସିତ ହୋଇପାରିବେ ସେଥିପାଇଁ ଲିଳାବତୀ କୋକିଳାବେନ୍ ଓ ଟାଟା ମେମୋରିଆଲ ଭଳି ହସପିଟାଲ ଗୁଡିକୁ ଅନୁଧ୍ୟାନ କରିଛନ୍ତି । ଗତକାଲି ସେ ପ୍ରଖ୍ୟାତ ହୃଦ୍ ରୋଗ ବିଶେଷଜ୍ଞ ଡାକ୍ତର ରମାକାନ୍ତ ପଣ୍ଡାଙ୍କୁ ଭେଟି ମଧ୍ୟ ଆଲୋଚନା କରିଥିଲେ । ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗଦେବ ଏବଂ ମୁମ୍ବାଇର ପୂର୍ବତନ ପୁଲିସ୍ କମିଶନର ତଥା ବିଜେଡି ନେତା ଅରୁପ ପଟ୍ଟନାୟକ ମଧ୍ୟ ଶ୍ରୀ ମିତ୍ରଙ୍କୁ ସାକ୍ଷାତ କରି ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ବୁଝିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.