Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଶକ୍ତିଶାଳୀ ହେବ ନୌସେନା: ୧୧ ପାଟ୍ରୋଲିଂ ଭାସେଲ ଓ ୬ ମିସାଇଲ୍ ଭାସେଲ କିଣିବାକୁ ୧୯ ହଜାର କୋଟିର ଡିଲ୍‌
  • ||
  • ବୁଲେଟ ଟ୍ରେନ୍ ପ୍ରକଳ୍ପ ପାଇଁ ଭାରତକୁ ୧୮,୭୫୦ କୋଟି ଓଡିଏ ଋଣ ଦେଲା ଜାପାନୀ ସଂସ୍ଥା
  • ||
  • ପ୍ରତିରକ୍ଷା ମନ୍ତ୍ରାଳୟ ଓ ଭାରତ ଇଲେକ୍ଟ୍ରୋନିକ୍ ଲିମିଟେଡ୍ ମଧ୍ୟରେ ୫,୪୯୮ କୋଟିର ଚୁକ୍ତି ସ୍ୱାକ୍ଷରିତ; EW କିଣିବ ଭାରତୀୟ ସଶସ୍ତ୍ର ବଳ
  • ||
  • କଟକ : କଟକ ଷ୍ଟେସନରୁ ଭଦ୍ରକ-ନୟାଗଡ ମେମୁ ଟ୍ରେନ୍‌ର ଶୁଭାରମ୍ଭ କଲେ ଦୁଇ କେନ୍ଦ୍ରମନ୍ତ୍ରୀ
  • ||
  • ନୂଆପଡା : ଟ୍ରାପ୍ କ୍ୟାମେରାରେ କଏଦ ହେଲା କଲରାପତରିଆ ବାଘ
  • ||
  • ଖଲ୍ଲିକୋଟ : ଋଷିକୁଲ୍ୟା ମୁହାଁଣରେ ବିରଳ ପ୍ରଜାତିର ସାମୁଦ୍ରିକ କଇଁଛ, ଏହାର ଓଜନ ୧୪୦ କିଲୋ
  • ||
  • ନାରାୟଣପାଟଣା : ମିଳିଲା ଗର୍ଭବତୀ ମହିଳାଙ୍କ ଝୁଲନ୍ତା ମୃତଦେହ, ଜ୍ବାଇଁ ବିରୋଧରେ ହତ୍ୟା ଅଭିଯୋଗ
  • ||
  • କାଠୁଆ : ଜାମ୍ମୁକାଶ୍ମୀର କଠୁଆରେ ଭୟଙ୍କର ବିସ୍ଫୋରଣ, ପୂରା ଅଞ୍ଚଳରେ ହାଇଆଲର୍ଟ
  • ||
  • ଭୁବନେଶ୍ୱର : ବଢିଲା ପୁଣି ଓମ୍‌ଫେଡ୍‌ କ୍ଷୀରର ଦର, ପ୍ୟାକେଟ୍‌ ପିଛା ବଢିଲା ୨ଟଙ୍କା
  • ||
  • ନୂଆଦିଲ୍ଲୀ : Twitterର ବଡ ଆକ୍ସନ, ପାକିସ୍ତାନ ସରକାରଙ୍କ ଟ୍ଵିଟର ଆକାଉଣ୍ଟକୁ ବ୍ଲକ କଲା ଭାରତ
  • ||

ପଞ୍ଚଭୂତରେ ବିଲୀନ ହେଲା ନବ ଦାସଙ୍କ ପାର୍ଥିବ ଶରୀର, ଝୁରୁଛନ୍ତି ଝାରସୁଗୁଡା ଜନତା

30/01/2023 at 5:07 PM

ଝାରସୁଗୁଡା: ପଞ୍ଚଭୂତରେ ଲୀନ ହେଲା ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପାର୍ଥିବ ଶରୀର।  ନୀରବି ଗଲେ ନବ ଦାସ, ସ୍ତବ୍ଧ ହୋଇଗଲେ ଝାରସୁଗୁଡ଼ା ଜନତା। ଆଜି ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଖେରୁଆଲ ନଦୀ ପଠାରେ ନବ ଦାସଙ୍କ ଶେଷକୃତ୍ୟ ସମ୍ପନ୍ନ  ହୋଇଛି। ପୁଅ ବିଶାଲ ଦାସ ତାଙ୍କୁ ମୁଖାଗ୍ନି ଦେଇଛନ୍ତି। ଏହି ଶୋକାକୂଳ ପରିବେଶରେ ପରିଜନଙ୍କ ସହ  କ୍ୟାବିନେଟ୍ ମନ୍ତ୍ରୀ, ଅନେକ ମାନ୍ୟଗଣ ବ୍ୟକ୍ତି ଏବଂ ହଜାର ହଜାର ସମର୍ଥକ ଉପସ୍ଥିତ ଥିଲେ। ଏହି ସମୟରେ ଦିବଙ୍ଗତ ନେତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇଛି।

ଝାରସୁଗୁଡ଼ା ବିମାନବନ୍ଦର ରେ ସ୍ଵତନ୍ତ୍ର ବିମାନରେ ନବଦାସ ଙ୍କ ପାର୍ଥିବ ଶରୀର ପହଞ୍ଚିବା ପରେ ତାଙ୍କୁ ସ୍ଵତନ୍ତ୍ର ସୁରକ୍ଷା ବଳୟ ମଧ୍ୟରେ ସରବାହଲ ସ୍ଥିତ ତାଙ୍କ ବାସଭବନକୁ ନିଆଯାଇ ଥିଲା।  ସେଠାରେ ହିନ୍ଦୁ ରୀତି ନୀତି ରେ ପୂଜା ଅର୍ଚ୍ଚନା ପରେ ତାଙ୍କ ପାର୍ଥିବ ଶରୀରକୁ ସୁସଜ୍ଜିତ ରଥରେ ବେହେରାମଲ୍ ଛକ କୁ ନିଆଯାଇ ଥିଲା। ସେଠାରୁ ଏକ ଶୋଭାାତ୍ରାରେ ଝାରସୁଗଡା ସହର ପରିକ୍ରମା କରିବା ପରେ ସାଧାରଣ ଜନତାଙ୍କ ଦର୍ଶନ ପାଇଁ ମନମୋହନ ଏମ ଇ ସ୍କୁଲ୍ ପଡ଼ିଆରେ ରଖାଯାଇ ଥିଲା । ସେଠାରେ ନିଜର ପ୍ରିୟ ନେତାଙ୍କୁ ଦେଖିବାକୁ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ବହୁ ସଂଖ୍ୟାରେ ଶୁଭେଚ୍ଛୁ ଓ ଦଳୀୟ କର୍ମୀ, ବିରୋଧୀ ନେତା ସମସ୍ତେ ସାମିଲ ହୋଇଥିଲେ। ନବଙ୍କ ପାର୍ଥିବ ଶରୀରକୁ ନେଇ ଶୋଭାଯାତ୍ରା ଯାଉଥିବା ବେଳେ ନବ ଦାଦା ଅମର ରହେ ନାରା ରେ ଗଗନ ପବନ ପ୍ରକମ୍ପିତ ହୋଇଥିଲା।

ମନମୋହନ ଏମ ଇ ସ୍କୁଲରୁ ନବଙ୍କ ଶାରୀରକୁ ନେଇ ଅପରାହ୍ନ ୩ଟାରେ ଖେରୁଆଲ ନଦୀକୂଳକୁ ନିଆଯାଇ ଥିଲା। ସେଠାରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ରୋହିତ ପୂଜାରୀ, ରଣେନ୍ଦ୍ର ପ୍ରତାପ ସ୍ଵାଇଁ, ଟୁକୁନି ସାହୁ, ରୀତା ସାହୁଙ୍କ ସହ ସାଂସଦ ସୁରେଶ ପୂଜାରୀ, ବିଧାୟକ ସ୍ନେହାଙ୍ଗିନୀ ଛୁରିଆ, ଦେବେଶ ଆଚାର୍ଯ୍ୟ, ଶାରଦା ନାଏକ, ନରସିଂହ ମିଶ୍ର, କୁସୁମ ଟେଟେ,କଟକ ମେୟର ସୁବାସ ସିଂ ଙ୍କ ସହ ବହୁ ନେତା ଯୋଗଦେଇ ନିଜର ଶେଷ ଶ୍ରଦ୍ଧାଞ୍ଜଳି ଜଣାଇ ଥିଲେ। ଆଜି ନବଦାସଙ୍କ ଶବାଧାରରେ ବହୁ ସଂଖ୍ୟକ ଲୋକ ସାମିଲ ହୋଇ ନିଜର ଦୁଃଖ ଓ କୋହକୁ ସମ୍ବରଣ କରି ନପାରି ଅଶ୍ରୁ ଛଳଛଳ ହୋଇ ଯାଇଥିଲା। ନବଙ୍କ ଶେଷକୃତ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ୫ଟି ସଚିବ ଭିକେ ପଣ୍ଡିଆୟାନ ସାମିଲ ହୋଇଥିଲେ। ବିଜେଡ଼ି ସାଂଗଠାନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ମଧ୍ୟ ଏହି କାର୍ଯ୍ୟର ସୁପରିଚାଳନା ପାଇଁ ଉପସ୍ଥିତ ଥିଲେ।

ଏହା ପୂର୍ବରୁ ଝାରସୁଗୁଡ଼ାରେ ମୃତଦେହ ପହଞ୍ଚିବା ପରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦିଆଯିବା ସହ ଅନ୍ତିମ ବିଦାୟ ଦିଆଯାଇଛି। ଶେଷ ଦର୍ଶନ ପାଇଁ ହଜାର ହଜାର ଲୋକଙ୍କ ଭିଡ଼ ଜମିଥିଲା। ସୋମବାର ସକାଳୁ  ଭୁବନେଶ୍ଵର ସ୍ଥିତ ସରକାରୀ ବାସଭବନରେ ରହିଥିଲା ନବ ଦାସଙ୍କ ପାର୍ଥିବ ଶରୀର। ସେଠାରୁ ବିଜେଡି କାର୍ଯ୍ୟାଳୟକୁ ନିଆଯାଇଥିଲା । ଏହାପରେ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଝାରସୁଗୁଡ଼ାରେ ପହଞ୍ଚିଥିଲା ମରଶରୀର । ନବ ଦାସଙ୍କ ପାର୍ଥିବ ଶରୀର ଝାରସୁଗୁଡ଼ା ବେହେରାମାଲ କିଷାନ ଛକ ଠାରୁ ବାହାରି ମନମୋହନ ଏମ. ଇ. ସ୍କୁଲ ପଡ଼ିଆରେ ଶେଷ ଦର୍ଶନ ପାଇଁ ରଖାଯାଇଥିଲା। ଏହି ସମୟରେ ବହୁ ସଂଖ୍ୟାରେ ଲୋକେ ତାଙ୍କର ଶେଷ ଦର୍ଶନ କରିଥିଲେ।

ଗତକାଲି ଭୁବନେଶ୍ୱର ସ୍ଥିତ ନବ ଦାସଙ୍କ ସରକାରୀ ବାସଭବନରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ସହ ଅନେକ ନେତା ଓ ମନ୍ତ୍ରୀ ଅନ୍ତିମ ଦର୍ଶନ କରିଥିଲେ। ଭୁବନେଶ୍ୱର ସ୍ଥିତ ବାସଭବନରେ ନବ ଦାସଙ୍କୁ ଓଡିଶା ପୋଲିସ ପକ୍ଷରୁ ଗାର୍ଡ ଅଫ୍‌ ଅନର ଦିଆଯାଇଥିଲା।

ସୂଚନାଯୋଗ୍ୟ ଯେ, ରବିବାର ଝାରସୁଗୁଡ଼ା ସ୍ଥିତ ବ୍ରଜରାଜନଗର ଗାନ୍ଧି ଛକରେ ଥିବା ବିଜେଡି କାର୍ଯ୍ୟାଳୟର ଉଦଘାଟନ କରିବାକୁ ଯାଉଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ଏହି ସମୟରେ ଜଣେ ପୋଲିସ ଏଏସ୍‌ଆଇ ତାଙ୍କ  ଉପରକୁ ଗୁଳିମାଡ଼ କରିଥିଲେ । ଯେଉଁଥିରେ ନବ ଦାସଙ୍କ ଛାତିରେ ଗୁଳି ବାଜିଥିଲା ଏବଂ ଘଟଣାସ୍ଥଳରେ ହିଁ ସେ ପଡ଼ିଯାଇଥିଲେ । ତାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ମେଡିକାଲକୁ ଏୟାରଲିଫ୍ଟ କରାଯାଇଥିଲା। କଡ଼ା ସୁରକ୍ଷା ମଧ୍ୟରେ ଭୁବନେଶ୍ୱର ବିମାନବନ୍ଦରରୁ ଗ୍ରୀନ କରିଡର ଜରିଆରେ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସ୍ଵତନ୍ତ୍ର ଡାକ୍ତରୀ ଦଳ  ତାଙ୍କର ଅସ୍ତ୍ରୋପଚାର କରିଥିଲେ। ସାଢେ ଚାରି ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ବି ନବ ଦାସଙ୍କୁ ବଞ୍ଚାଯାଇ ପାରିନଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଥିଲା। ଗୋଟିଏ ଗୁଳି ତାଙ୍କ ଛାତିରେ ବଜି ଗଳି ଯାଇଥିଲା ବୋଲି ଡାକ୍ତର କହିଛନ୍ତି। ଏଥିରେ ତାଙ୍କର ହାର୍ଟ ଏବଂ ଫୁସଫୁସ୍‌ରେ  ଗଭୀର କ୍ଷତ ସୃଷ୍ଟି ହୋଇଥିଲା।

   Related Posts