scan steel
web-baneer-728x90
1 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଛଚିନ୍ଦ୍ରା ଖାଉଛନ୍ତି କି ? ଏହି ସବୁ ରୋଗରୁ ମିଳିବ ମୁକ୍ତି

17/08/2023 at 1:23 PM

ନୂଆଦିଲ୍ଲୀ ୧୭।୦୮: ଛଚିନ୍ଦ୍ରା ସ୍ୱାସ୍ଥ୍ୟ ପାଇଁ ଏତେ ଲାଭଦାୟକ ଯେ ଏହାକୁ ଖାଇବା ଦ୍ୱାରା ଆପଣ ଅନେକ ଗମ୍ଭୀର ରୋଗରୁ ମୁକ୍ତି ପାଇପାରିବେ। ତେବେ ଆସନ୍ତୁ ଆଜି ଛଚିନ୍ଦ୍ରାର ପୁଷ୍ଟିକର ଗୁଣ ଏବଂ ଏହାର ଉପକାରିତା ବିଷୟରେ ଜାଣିନେବା।

ଶରୀରକୁ ଫିଟ୍ ଏବଂ ସୁସ୍ଥ ରଖିବା ପାଇଁ ପନିପରିବା ଖାଇବା ବେଶ୍ ଗୁରୁତ୍ୱପୂର୍ଣ୍ଣ । ପନିପରିବା ମଧ୍ୟରେ ଅନ୍ୟତମ ଛତିନ୍ଦ୍ରା । ଏଥିରେ ରହିଥାଏ ପୋଷକ ତତ୍ତ୍ୱ, ଯାହା ଆମ ଶରୀରକୁ ରୋଗରୁ ରକ୍ଷା କରିବାରେ ସହାୟକ ହୋଇଥାଏ। ଛଚିନ୍ଦ୍ରା ସ୍ୱାସ୍ଥ୍ୟ ପାଇଁ ବେଶ୍ ଲାଭଦାୟକ ।

ଛଚିନ୍ଦ୍ରାରେ ପ୍ରଚୁର ପରିମାଣର ପ୍ରୋଟିନ୍ ଏବଂ ଫାଇବର ଥାଏ, ଯାହା ଶରୀରକୁ ଫିଟ୍ ରଖିବାରେ ସାହାଯ୍ୟ କରିଥାଏ। ଛଚିନ୍ଦ୍ରାରେ ଏତେ ପରିମାଣର କ୍ୟାଲ୍‌ସିୟମ୍‌ ଥାଏ ଯେ ଏହା ଆମ ହାଡ ଏବଂ ଦାନ୍ତକୁ ଶକ୍ତିଶାଳୀ କରିପାରେ ।

ମଧୁମେହ ରୋଗୀଙ୍କ ପାଇଁ ଛଚିନ୍ଦ୍ରା ବେଶ୍ ଲାଭଦାୟକ । ମଧୁମେହ ରୋଗୀମାନେ ଏହାକୁ ଖାଇବା ଦ୍ବାରା ସେମାନଙ୍କ ରକ୍ତରେ ଶର୍କରା ବୃଦ୍ଧି ହୁଏନାହିଁ। ଏଥିରେ ମଧୁମେହକୁ ନିୟନ୍ତ୍ରଣ କରିବାରେ ବେଶ୍‌ ସହାୟକ ହୋଇଥାଏ ।  

ଛଚିନ୍ଦ୍ରା ରୋଗ ପ୍ରତିରୋଧକ ଶକ୍ତି ବଢାଇ ଥାଏ। ଏଥିରେ ଆୟୋଡିନ୍ ରହିଥାଏ, ଯାହା ପ୍ରତିରକ୍ଷା ପ୍ରଣାଳିକୁ ବୃଦ୍ଧି କରିବା ସହ ଥାଇରଏଡ୍‌ ପରି ରୋଗକୁ ରୋକିବାରେ ବେଶ୍‌ ସହାୟକ ହୋଇଥାଏ । ଏହାବ୍ୟତୀତ ଛଚିନ୍ଦ୍ରା ହଜମ ପ୍ରକ୍ରିୟାକୁ ଠିକ କରିପାରିବାରେ ସହାୟକ ହୋଇଥାଏ ।

ଛଚିନ୍ଦ୍ରା ଖାଇବା ଦ୍ବାରା କିଡ୍‌ନୀ ରୋଗର ଆଶଙ୍କା କମ୍‌ ହୋଇଥାଏ । ଏହା ଆମ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିଥାଏ । ଏହାବ୍ୟତୀତ ବ୍ଲାଡପ୍ରେସର ରୋଗୀଙ୍କ ପାଇଁ ଛଚିନ୍ଦ୍ରା ଅତ୍ୟନ୍ତ ଲାଭଦାୟକ। ଏହା ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ। ଏହି ପନିପରିବା ହୃଦ୍‌ଘାତରେ ପୀଡିତ ଲୋକଙ୍କ ପାଇଁ ମଧ୍ୟ ଲାଭଦାୟକ। ଛଚିନ୍ଦ୍ରା ଖାଇବା ଦ୍ୱାରା ଲୋକଙ୍କ ନିଦ୍ରା ସମସ୍ୟା ମଧ୍ୟ ଦୂର ହୋଇଥାଏ । ଏଥିରେ ଭିଟାମିନ୍ B6 ଭରପୂର ରହିଥାଏ ।  ଏହା ଆପଣଙ୍କ ମାନସିକ ସ୍ୱାସ୍ଥ୍ୟକୁ ମଧ୍ୟ ମଜବୁତ କରିପାରେ।

You Can Read:

   Related Posts