ପାଚିଲା ଭଣ୍ଡା ସହ ଖାଆନ୍ତୁନି ଏହି ସବୁ ଖାଦ୍ୟ, ଶରୀର ପାଇଁ ହୋଇପାରେ ବିପଦ !

Published By : Prameya-News7 Bureau | February 23, 2024 IST

ନୂଆଦିଲ୍ଲୀ : ପାଚିଲା ଭଣ୍ଡା । ସ୍ବାସ୍ଥ୍ୟ ପାଇଁ ବେଶ୍ ଉପକାରୀ । କିନ୍ତୁ ପାଚିଲା ଭଣ୍ଡା ଏହି ସବୁ ଜିନିଷ ଖାଇଲେ ହୋଇପାରେ ଘାତକ । ପାଚିଲା ଭଣ୍ଡା ସହ ଦହି ଖାଇବା ଶରୀର ପାଇଁ କ୍ଷତିକାରକ । ଏହା ଥଣ୍ଡା, କାଶ ହେବାର କାରଣ ହୋଇଥାଏ । ଏକାଠି ଖାଇବାକୁ ହେଲେ ୧ ଘଣ୍ଟାର ବ୍ୟବଧାନ ରଖନ୍ତୁ ।  

{"id":912703,"width":840,"height":481,"sizeSlug":"full","linkDestination":"none"}

ଭଣ୍ଡା ସହ କମଳା ଖାଇବା ବେଶ୍‌ ଖତରନାକ୍‌ । ପାଚିଲା ଭଣ୍ଡାର ସ୍ବାଦ ମିଠା ଏବଂ କମଳାର ସ୍ବାଦ ଖଟା । ଏହାକୁ ଖାଇଲେ ଡାଇରିଆ, ବଦହଜମୀ ହୋଇପାରେ । ପାଚିଲା ଭଣ୍ଡା ସହ କ୍ଷୀର ପିଇଲେ ଗ୍ୟାଷ୍ଟ୍ରିକ୍‌ ସମସ୍ୟାର ଦେଖା ଦେଇପାରେ । ଏକାଠି ଖାଇବାକୁ ହେଲେ ୩୦ ମିନିଟ୍‌ର ବ୍ୟବଧାନ ରଖିପାରିବେ ।

{"id":912705,"width":841,"height":631,"sizeSlug":"full","linkDestination":"none"}

ପାଚିଲା ଭଣ୍ଡା ସହ କଲରା ଖାଇବା ଦେହ ପାଇଁ ଅତ୍ୟନ୍ତ ହାନୀକାରକ । ଭଣ୍ଡାରେ ପାଣି ଅଧିକ ଥିବାରୁ ଏହା ଶରୀରକୁ ହାଇଡ୍ରେଟ୍‌ କରିଥାଏ । କିନ୍ତୁ କଲରା ଶରୀରରୁ ପାଣି ଅବଶୋଷିତ କରିଥାଏ ।

{"id":912707,"width":839,"height":629,"sizeSlug":"full","linkDestination":"none"}

ବିଶେଷଜ୍ଞଙ୍କ ଅନୁଯାୟୀ ପାଚିଲା ଭଣ୍ଡା ସହ ଲେମ୍ବୁ ଦେହ ପାଇଁ ହାନୀକାରକ । ଏକାସଙ୍ଗେ ଏହାକୁ ଖାଇବା ଦ୍ବାରା ଶରୀରର ପାଚନ ତନ୍ତ୍ର ଖରାପ ହୋଇଥାଏ । ଏପରିକି ରକ୍ତ ସମ୍ବନ୍ଧୀୟ ସମସ୍ୟା ବି ଏଥିରୁ ହୋଇଥାଏ । ଏଣୁ ଏହି ସବୁ ଜିନିଷକୁ ଏକାଠି ଖାଇବାଠାରୁ ଦୂରେଇ ରହିବା ଉଚିତ୍‌ ।

You Can Read:

wp:embed {"url":"https://www.prameyanews7.com/does-dates-khajoor-cause-weight-gain-know-the-details/","type":"wp-embed","providerNameSlug":"prameya-news-7"}
https://www.prameyanews7.com/does-dates-khajoor-cause-weight-gain-know-the-details/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.