oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୪୬ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ଭିଜିବ ପାର୍ବଣ, ନବମୀ ଓ ଦଶମୀରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ସାନଖେମୁଣ୍ଡି: ପାଟପୁର ଥାନାରେ ୧୩୨୫ କିଲୋର ଜବତ ଗଞ୍ଜେଇ ପୋଡିଲା ପୋଲିସ
  • ||
  • UNSCରେ ରୁଷ୍‌ ବିରୋଧରେ ନିନ୍ଦା ପ୍ରସ୍ତାବ ଆଣିଥିଲା ଆମେରିକା, ଭୋଟିଂରୁ ବିରତ ରହିଲା ଭାରତ
  • ||
  • ସାରା ଦେଶରେ ଆରମ୍ଭ ହେଲା 5G ଯୁଗ, ୧୩ ସହରରେ ମିଳିବ ସେବା
  • ||

ଏବେ ଘରେ ଘରେ ଓମିକ୍ରନ୍, ସମସ୍ତଙ୍କୁ କରିବ ଆକ୍ରାନ୍ତ; ମାସ୍କ ପିନ୍ଧିଲେ ବର୍ତ୍ତି ପାରିବା : ସ୍ବାସ୍ଥ୍ୟ ବିଶେଷଜ୍ଞ

14/01/2022 at 2:43 PM

ଭୁବନେଶ୍ବର ୧୪।୧: କୋଭିଡ୍ ର ଓମିକ୍ରନ୍ ଭାରିଆଣ୍ଟ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରୋଜ ମିଶ୍ର ସେ କହିଛନ୍ତି, ସଦ୍ୟତମ ଷ୍ଟଡି କହୁଛି ଓମିକ୍ରନ୍ ଭୂତାଣୁ ବାୟୁରେ ୫ ମିନିଟ୍ ଯାଏଁ ସକ୍ରିୟ ରହୁଛି । ବାୟୁରେ ୫ ମିନିଟ୍ ରହିବା ପରେ ଏହା ଆଉ ସଂକ୍ରମଣ କରୁନି । ୨୦ ମିନିଟ୍ ପରେ ନିଷ୍କ୍ରିୟ ହୋଇଯାଉଛି । ତେଣୁ ଯଦି ଆମେ ମାସ୍କ ପିନ୍ଧିବା ଓମିକ୍ରନରୁ ବର୍ତ୍ତି ପାରିବା । ଓମିକ୍ରନ୍ ହେଲେ ବହୁମାତ୍ରାରେ ତଣ୍ଟି ଦରଜ ହେଉଛି । ନାକ ବୋହିବା, ଛିଙ୍କ ଓ ଜ୍ବର ହେଉଛି । କିନ୍ତୁ ଏହା ୪-୫ ଦିନରେ ଭଲ ହୋଇଯାଉଛି ।

ଅଧ୍ୟୟନ କହୁଛି, ଜଣେ ଓମିକ୍ରନ୍ ଚିହ୍ନଟ ହେବା ଅର୍ଥ ଆଉ ୬୦ରୁ ୯୦ଜଣ ଓମିକ୍ରନ୍ ଆକ୍ରାନ୍ତ ଅଛନ୍ତି ଯେଉଁମାନେ କି ସ୍ବଳ୍ପ ଲକ୍ଷଣ ବା ଲକ୍ଷଣ ବିହୀନ କିନ୍ତୁ ଚିହ୍ନଟ ହୋଇନାହାନ୍ତି । ଯେହେତୁ ଏହା ଗୁରୁତର ହେଉନି ତେଣୁ ଲୋକଙ୍କ ରୋଗ ପ୍ରତିରୋଧକ ଶକ୍ତି ଆଉ ଟିକେ ମଜଭୁତ ହେବ ବୋଲି ଆଶା କରାଯାଉଛି । ଏବେ ମୁମ୍ବାଇରେ ପିକରେ ପହଞ୍ଚି ଗଲାଣି ସଂକ୍ରମଣ । ଆଗାମୀ ୧୦-୧୨ ଦିନରେ ଓଡ଼ିଶାରେ ପିକ୍‌ରେ ପହଞ୍ଚିବ । ସେପର୍ଯ୍ୟନ୍ତ କେସ୍ ଲୋଡ୍ ବଢିବ । ତାକୁ ନେଇ ଭୟଭୀତ ହେବା ଅନୁଚିତ ।

ତୃତୀୟ ଲହରରେ ଏଯାଏଁ କୋଭିଡ୍ ପରବର୍ତ୍ତୀ ଜଟିଳତା ଦେଖାଯାଇନି । ଏବେ ସାଧାରଣ ଫ୍ଲୁ ଲକ୍ଷଣ ଥିବା ଲୋକଙ୍କୁ ପରୀକ୍ଷା କଲେ ୫୦ ପ୍ରତିଶତଙ୍କ ନିକଟରେ ଓମିକ୍ରନ୍ ବାହାରିବ । ଏବେ ଘରେ ଘରେ ଓମିକ୍ରନ୍ । ଏହା ସମସ୍ତଙ୍କୁ ଆକ୍ରାନ୍ତ କରିବ । ତେଣୁ ସମସ୍ତେ କୋଭିଡ୍ କଟକଣା ମାନିବାକୁ ସ୍ବାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି ।

   Related Posts