ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପନେବ ଗଭୀର ଅବପାତ, ବର୍ଷାରେ ଭିଜିବ ଦକ୍ଷିଣ ଓଡିଶା
  • ||
  • ୧୭ ଜଣିଆ ରଣଜୀ ଟିମ୍ ଘୋଷଣା : ଶୁଭ୍ରାଂଶୁ ସେନାପତି ଅଧିନାୟକ, ୪ ନୂଆ ମୁହଁ
  • ||
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

ଭିଡ ବଢିଲେ ବ୍ୟାପିବ ସଂକ୍ରମଣ, ଆଗୁଆ ସତର୍କ କରାଇଲେ ସ୍ୱାସ୍ଥ୍ୟ ବିଶେଷଜ୍ଞ

4/10/2021 at 1:11 PM

ଭୁବନେଶ୍ୱର ୦୪/୧୦: କରୋନା ନେଇ ପୁଣି ସତର୍କ କରାଇଲେ ସ୍ୱାସ୍ଥ୍ୟ ବିଶେଷଜ୍ଞ । ସେ କହିଛନ୍ତି ଯଦିଓ ସ୍ଥିତି ସ୍ଥିର ଅଛି, କିନ୍ତୁ ଏଯାଏଁ ବିପଦ ଟଳିନି । ଆଗକୁ ଶୀତ ଋତୁ ଆସୁଛି, ଏହା ପୂର୍ବରୁ ସତର୍କ ରହିବକୁ ପରାମର୍ଶ ଦେଇଛନ୍ତି ଡିଏମଇଟି । ସେ କହିଛନ୍ତି ଶୀତଦିନେ ଅନେକ ଲୋକ ଘରେ ରହିବାକୁ ଚାହାଁନ୍ତି । ଥଣ୍ଡା ଯୋଗୁଁ ବେସି ବାହାରେ ବୁଲନ୍ତି ନାହିଁ ।

ତେଣୁ ଭିଡ ହୋଇ ସଂକ୍ରମଣ ନବଢାନ୍ତୁ ବୋଲି କହିଛନ୍ତି ଡିଏଇମିଟି ସିବିକେ ମହାନ୍ତି । ତାଙ୍କ ମତରେ ଭିଡ ହେଲେ ସଂକ୍ରମଣ ବଢିବାର ସାମାନ୍ୟ ଭୟ ରହିଛି । ତଥାପି ଯେତେ କମ ସଂକ୍ରମଣ ହେଲେ ମଧ୍ୟ ତାକୁ ପ୍ରତିକାର କରିବାକୁ ପଡିବ । ସାମାନ୍ୟ ଆମର ଗୋଟିଏ ଭୁଲ ବଡ଼ ବିପଦକୁ ଆମନ୍ତ୍ରଣ କରିପାରେ ବୋଲି ସେ ମତାମତ ଦେଇଛନ୍ତି । କୌଣସି ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯିବାପାଇଁ ଭାରତ ସରକାର କୌଣସି ପ୍ରତିବନ୍ଧକ ରଖି ନାହାନ୍ତି ।

ସେହିଭଳି ଅନ୍ୟ ରାଜ୍ୟରୁ ଲୋକ ଆସିବେ । ତେବେ ସେମାନେ ଯାହା ପାଖକୁ ଆସୁଛନ୍ତି ସେମାନେ ସତର୍କତା ପଦକ୍ଷେପ ନେବା ଦରକାର ବୋଲି ସୂଚାଇଛନ୍ତି । ପୂର୍ବରୁ ତୃତୀୟ ଲହରକୁ ନେଇ ଭିନ୍ନ ଭିନ୍ନ ମତ ଆସିଥିଲା । ଏପର୍ଯ୍ୟନ୍ତ ତୃତୀୟ ଲହର ଆସିନି, ସମୟ କହିବ କେବେ ଆସିବ । ସବୁ ବେଳେ ସବୁ ଆକଳନ ଠିକ ହେବ ବୋଲି କହିହେବ ନାହିଁ ।

   Related Posts