ସଂକ୍ରମଣ ଅଧିକ ଥିବା ଜିଲ୍ଲାରେ ଆଉ ୨ ସପ୍ତାହ ଲକ୍‌ଡାଉନ୍ କଟକଣା ରହିବା ଉଚିତ୍ : ସ୍ବାସ୍ଥ୍ୟ ବିଶେଷଜ୍ଞ

Published By : Prameya-News7 Bureau | June 15, 2021 IST

ଭୁବନେଶ୍ବର ୧୫।୬: ରାଜ୍ୟରେ ଲକଡାଉନ୍ ନେଇ ସ୍ବାସ୍ଥ୍ୟ ବିଶେଷଜ୍ଞ ଡା. ନିରୋଜ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି । ଯେଉଁ ଦୁଇ କିମ୍ବା ତିନି ଜିଲ୍ଲାରେ ସଂକ୍ରମଣ ହାର ଅଧିକ ରହିଛି ସେଠାରେ କଟକଣା କୋହଳ ନ କଲେ ଭଲ ବୋଲି ସେ କହିଛନ୍ତି । ଆଉ ଗୋଟିଏ ଦୁଇ ସପ୍ତାହ ପର୍ଯ୍ୟନ୍ତ ସେଠାରେ କଟକଣା ରହିବା ଦରକାର । ଲୋକମାନେ କଟକଣାରେ ରହିବା ଯୋଗୁଁ କିଛି ସ୍ଥାନରେ ସଂକ୍ରମଣ ହାର ଧୀରେ ଧୀରେ କମୁଛି ।

ସେ ଆହୁରି କହିଛନ୍ତି ଅନଲକ୍ ପ୍ରକ୍ରିୟା ଆରମ୍ଭ ହେଲେ ପର୍ଯ୍ୟାୟକ୍ରମେ କରାଯିବା ଦରକାର । ସପ୍ତାହକ ସଟଡାଉନ୍ ଓ ରାତ୍ରୀକାଳୀନ କର୍ଫ୍ୟୁ ଜାରି ରହିବା ଦରକାର । ଗୋଟିଏ ସ୍ଥାନରେ ଅଧିକ ଲୋକ ଗହଳି କରିବା ସହ ରାଜନୈତିକ ସଭା-ସମିତି ଉପରେ କଟକଣା ରହିବା ଦରକାର । କେସ୍ ଲୋଡ଼ କମିଲେ ମଲ୍ ଓ ଜିମ୍ ଖୋଲାଯିବା ଆବଶ୍ୟକ ।

ତୃତୀୟ ଲହର କୌଣସି ନୂଆ ଭାରିଏଣ୍ଟ କିମ୍ବା ଡେଲଟା ଭାରିଏଣ୍ଟର ନୂଆ ମ୍ୟୁଟେସନ ଯୋଗୁଁ ଆସିପାରେ । ସତର୍କ ନ ରହିଲେ ବିପଦ ରହିଛି । ବର୍ତ୍ତମାନ ଡେଲଟା ଭାରିଏଣ୍ଟର ମ୍ୟୁଟେସନ ବଦଳି ଯାଇଛି । ଏହାକୁ AY.1 ବା ଡେଲଟା ପ୍ଲସ୍ କୁହାଯାଉଛି । k 417 M ମ୍ୟୁଟେସନ ହୋଇଛି । କକଟେଲ ଆଣ୍ଟିବଡି ଏହା ବିରୋଧରେ କାମ ନ କରିପାରେ । ଦେଶରେ ଏପର୍ଯ୍ୟନ୍ତ ଏହାର ୬ଟି କେସ୍ ଚିହ୍ନଟ ହୋଇଛି । ୟୁରୋପ ଓ ୟୁକେରେ ପ୍ରାୟ ୧୨୭ କେସ୍ ସମ୍ନାକୁ ଆସିଲାଣି ବୋଲି ନିରୋଜ ମିଶ୍ର କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.