ଶାରୀରିକ ସମ୍ପର୍କ ରଖିବା ଦ୍ବାରା ବ୍ୟାପୁଛି ‘ମଙ୍କିପକ୍ସ’ ! ସ୍ବାସ୍ଥ୍ୟ ବିଶେଷଜ୍ଞ ଦେଲେ ଚେତାବାନୀ
20/05/2022 at 12:10 PM

ନୂଆଦିଲ୍ଲୀ ୨୦।୫: କରୋନା ମହାମାରୀ ମଧ୍ୟରେ ବିଶ୍ବରେ ଆଉ ଏକ ରୋଗ ବ୍ୟାପିବାରେ ଲାଗିଲାଣି । ଏହି ରୋଗ ହେଉଛି ‘ମଙ୍କିପକ୍ସ’ । ବିଶ୍ବର ଅନେକ ଦେଶରେ ଲୋକ ଏହି ରୋଗରେ ସଂକ୍ରମିତ ହେଲେଣି । ତେବେ ସ୍ବାସ୍ଥ୍ୟ ବିଶେଷଜ୍ଞ ଏହାକୁ ନେଇ ଚିନ୍ତିତ ଯେ, ଏହି ରୋଗ କିପରି ବ୍ୟାପୁଛି । ବର୍ତ୍ତମାନ ଡାକ୍ତରମାନେ ଏହି ରୋଗକୁ ନେଇ ବଡ ଖୁଲାସା କରିଛନ୍ତି ।
ରିପୋର୍ଟ ଅନୁଯାୟୀ, ଡାକ୍ତରଙ୍କ କହିବା ଅନୁସାରେ ଏହି ରୋଗ ବ୍ୟାପିବାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । କିନ୍ତୁ ଶାରିରୀକ ସମ୍ପର୍କ ଏହି ମାରାତ୍ମକ ରୋଗ ବିସ୍ତାରର ଏକ ବଡ କାରଣ ହୋଇପାରେ । ଡାକ୍ତରଙ୍କ ଅନୁସାରେ ଯଦି ଆପଣ ‘ମଙ୍କିପକ୍ସ’ରେ ପୀଡିତ କୌଣସି ବ୍ୟକ୍ତିଙ୍କ ସହ ଶାରୀରିକ ସମ୍ପର୍କ ରଖନ୍ତି ତେବେ ଆପଣ ମଧ୍ୟ ଏହି ରୋଗରେ ସଂକ୍ରମିତ ହେବାର ଆଶଙ୍କା ରହିଛି ।
‘ମଙ୍କିପକ୍ସ’ର ଲକ୍ଷଣ :
– ମାଂସପେଶୀରେ ଯନ୍ତ୍ରଣା ହେବା ଏବଂ ପ୍ରବଳ ଥଣ୍ଡା ଲାଗିବା ।
– ରୋଗୀଙ୍କୁ ଅତ୍ୟଧିକ ଥକ୍କା ଲାଗିବା ଏବଂ ଲସିକା ଗ୍ରନ୍ଥି ଫୁଲିଯିବା ।
– ଅତ୍ୟଧିକ ଜ୍ବର ଏବଂ ନିମୋନିଆର ଲକ୍ଷଣ ଦେଖାଯିବା ।
– ଶରୀରରେ ଗାଢ ଲାଲ ରଙ୍ଗର ଦାଗ ଦେଖାଯିବା ।
– ମୁଣ୍ଡବିନ୍ଧା ସମସ୍ୟା ଦେଖାଯିବା ଏବଂ ଫ୍ଲୁ ଲକ୍ଷଣ ଦେଖାଯିବା ।
ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ, ‘ମଙ୍କିପକ୍ସ’ ଚିକେନ୍ ପକ୍ସ ଭଳି ଏକ ପକ୍ସ । କିନ୍ତୁ ଏପର୍ଯ୍ୟନ୍ତ ଏହି ରୋଗ ବ୍ୟାପିବାର କାରଣ ଏବଂ ଚିକିତ୍ସା ମିଳିପାରିନାହିଁ । ସାରା ବିଶ୍ବରେ ରୋଗୀଙ୍କୁ ଚିହ୍ନଟ କରାଯାଇ ରୋଗର କିଛି ସାଧାରଣ ଲକ୍ଷଣ ମିଳିଛି । ଯେପରିକି ବେକ, ପିଠି ଏବଂ ମୁଣ୍ଡରେ ଯନ୍ତ୍ରଣା ହେବା, ଜ୍ବର ଆସିବା, କମ୍ପ ଲାଗିବା, ଥକ୍କା ଲାଗିବା ଏବଂ ଶରୀରରେ ଛୋଟ ଛୋଟ ଚିହ୍ନ ଦେଖିଯିବା ଇତ୍ୟାଦି ।