ହକି ବିଶ୍ୱକପ୍ ୨୦୨୩ ଓ କୋଭିଡ୍ ପାଇଁ ସତର୍କ ଅଛି ସ୍ୱାସ୍ଥ୍ୟ ବିଭାଗ: ସ୍ୱାସ୍ଥ୍ୟ ମନ୍ତ୍ରୀ ନବଦାସ
31/12/2022 at 10:24 PM

ଝାରସୁଗୁଡ଼ା ୩୧/୧୨: ହକି ବିଶ୍ୱକପକୁ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ତତ୍ପରତା ଦେଖିବାକୁ ମିଳିଛିl ବିଶ୍ୱକପ ପାଇଁ ଦେଶ ବିଦେଶରୁ ଖେଳାଳି ଓ ଦର୍ଶକମାନେ ଆସୁଥିବାରୁ କୋଭିଡ ଗାଇଡ଼ ଲାଇନକୁ କଡାକଡ଼ି ପାଳନ କରିବାକୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛିl ଝାରସୁଗୁଡ଼ା ସହ ରାଉରକେଲା ଓ ଭୁବନେଶ୍ୱର ବିମାନ ବନ୍ଦରରେ ସମସ୍ତ ବ୍ୟବସ୍ଥା କରାଯାଇଛି।
ହକି ୱାର୍ଲଡକପ ପୂର୍ବରୁ ସ୍ୱାସ୍ଥ୍ୟମନ୍ତ୍ରୀ ରାଉରକେଲାରେ ନିଜେ ସମିକ୍ଷା କରିବେ ବୋଲି କହିଛନ୍ତିl ଏହାସହ କୋଭିଡ଼ ମୁକାବିଲା ପାଇଁ ରାଜ୍ୟ ସରକାର ଓ ସ୍ୱାସ୍ଥ୍ୟ ବିଭାଗ ସମ୍ପର୍ଣ୍ଣ ପ୍ରସ୍ତୁତ ରହିଛି l ୧୫ଟି ଅମ୍ଳଜାନଯୁକ୍ତ ଶଯ୍ୟା ଏବଂ ୫ଟି ଆଇସିୟୁଯୁକ୍ତ ଶଯ୍ୟା ପ୍ରସ୍ତୁତ ରଖିବା ପାଇଁ ସମସ୍ତ ଡାକ୍ତରଖାନା ଓ ଚିକିତ୍ସା ମହାବିଦ୍ୟାଳୟ କଲେଜକୁ ନିର୍ଦ୍ଦେଶ ଦିଆଯାଇଥିବା ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି l
Related Posts
ହାତୀ ମୃତଦେହ ମିଳିବା ଘଟଣା, ୪ ଶିକାରୀ ଗିରଫ
29 January 2023