ଜିରା ପାଣି ପିଅନ୍ତୁ; ଶରୀରକୁ ମିଳିବ ଏହି ସବୁ ଫାଇଦା

Published By : Prameya-News7 Bureau | January 21, 2024 IST

ନୂଆଦିଲ୍ଲୀ ୨୧।୦୧: ପ୍ରତ୍ୟକ ରୋଷେଇ ଘରେ ରହିଥାଏ ଜିରା । ଏହା ଖାଦ୍ୟର ସ୍ବାଦ ବଢାଇବା ସହିତ ସ୍ବାସ୍ଥ୍ୟ ପାଇଁ ମଧ୍ୟ ଅନେକ ଉପକାରୀ । ଜିରାରେ ଆଣ୍ଟିଅକ୍ସିଡାଣ୍ଟ ଓ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ରହିଛି । ଏହା ଶରୀରକୁ ମୁକ୍ତ ରେଡିକାଲର କ୍ଷତିରୁ ରକ୍ଷା କରିଥାଏ। ଶରୀର ପାଇଁ ବେଶ୍‌ ଉପକାରୀ ହୋଇଥାଏ ଜିରା ପାଣି । ଏହା ଶରୀରକୁ ହାଲୁକା ଅନୁଭବ କରାଇଥାଏ । ଆସନ୍ତୁ ଜାଣିବା ଏହାର ଉପକାରୀତା…

{"id":898417,"width":839,"height":629,"sizeSlug":"full","linkDestination":"none"}

ସକାଳୁ ଜିରା ପାଣିକୁ ଫୁଟାଇ ପିଇବା ଦ୍ବାରା ଶରୀରରେ ଅନେକ ପରିବର୍ତ୍ତନ ହୋଇଥାଏ । ଜିରା ପାଣି ପିଇବା ଦ୍ୱାରା ବ୍ଲଡ ସୁଗାର ଲେଭଲ ନିୟନ୍ତ୍ରଣରେ ରହିଥାଏ। ମଧୁମେହ ରୋଗୀଙ୍କ ପାଇଁ ଜିରା ପାଣି ପିଇବା ଅତ୍ୟନ୍ତ ଲାଭଦାୟକ । ରକ୍ତରେ ଶର୍କରା ସ୍ତର ବଜାୟ ରଖିବାରେ ସହାୟକ ହୋଇଥାଏ ଜିରା ପାଣି ।

{"id":898419,"width":843,"height":562,"sizeSlug":"full","linkDestination":"none"}

ଜିରା ପାଣି ଖରାପ କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରିବା ସହ ହୃଦୟକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ଜିରା ପାଣି ଅନ୍ତନଳୀ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଅତ୍ୟନ୍ତ ଲାଭଦାୟକ । ଏହା ଚର୍ମ ବାର୍ଦ୍ଧକ୍ୟର ଲକ୍ଷଣକୁ ରୋକିବାରେ ମଧ୍ୟ ସାହାଯ୍ୟ କରିଥାଏ । ଇର୍ରିଟେବଲ୍ ବାଉଲ୍ ସିଣ୍ଡ୍ରୋମ୍ କିମ୍ବା ଆଇବିଏସ୍ ରୋଗରେ ପୀଡିତ ଲୋକ ନିୟମିତ ଭାବରେ ଜିରା ପାଣି ପିଇବା ଉଚିତ୍ ।

{"id":898418,"width":839,"height":457,"sizeSlug":"full","linkDestination":"none"}

ତେବେ କେମିତି ପିଇବେ ଜିରା ପାଣି ? ଦେଢ଼ ଗ୍ଲାସ ପାଣି ଏବଂ ୧ ଚାମଚ ଜିରା ମିଶାଇ ଏହାକୁ ୫ ରୁ ୬ ମିନିଟ୍ ପର୍ଯ୍ୟନ୍ତ ହାଲୁକା ଗରମ କରନ୍ତୁ । ପାଣି ଫୁଟି ସାରିବା ପରେ ୩ ରୁ ୫ ମିନିଟ୍ ପର୍ଯ୍ୟନ୍ତ ଘୋଡାଇ ରଖନ୍ତୁ । ଏହାପରେ ପାଣି ଛାଣି ଏକ ଗ୍ଲାସକୁ ଢାଳନ୍ତୁ । ଏହାର ସ୍ୱାଦ ବଢ଼ାଇବା ପାଇଁ ଏଥିରେ ମହୁ ମିଶାଇ ପିଇ ପାରିବେ ମଧ୍ୟ । ଏହି ପାଣି ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ।

You Can Read:

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.