ଭୁବନେଶ୍ୱର ୦୪/୦୧: ଅନ୍ୟ ଦେଶରେ ସଂକ୍ରମଣ ବଢୁଛି । ଆମ ଦେଶରେ ବି କିଛି ସ୍ଥାନରେ ସଂକ୍ରମଣ ବଢ଼ିବା ଆରମ୍ଭ କରୁଛି । ତେଣୁ ଆମର ବି ସଂକ୍ରମଣ ବଡିବାର ସମ୍ଭାବନା ରହିଛି । ଏଠି ସଂକ୍ରମଣ ବଢ଼ିବନି ବୋଲି କହିବା ଭୁଲ ହେବ । ତେଣୁ ତାକୁ ଫାଇଟ କରିବା ପାଇଁ ଆମକୁ ପ୍ରସ୍ତୁତ ହୋଇ ରହିବାକୁ ପଡ଼ିବ । ଯାହା ପରାମର୍ଶ ଦିଆଯାଇଛି ତାକୁ ମାନିକି ଚଳିବାକୁ ହେବ ।
ସରକାରଙ୍କ ପକ୍ଷରୁ ସର୍ଭିଲାନ୍ସ ଜାରି ରହିଛି, ହସ୍ପିଟାଲରେ ବେଡ଼ କୁ ପ୍ରସ୍ତୁତ କରି ରଖାଯାଇଛି । ଦରକାର ପଡ଼ିଲେ ବେଡ଼ ସଂଖ୍ୟାକୁ ବଢ଼ାଯିବ । ଟେଷ୍ଟିଂର ବ୍ୟବସ୍ଥା କରାଯାଇଛି । ସରକାର ସବୁ ପ୍ରକାର ସ୍ଥିତି ପାଇଁ ପ୍ରସ୍ତୁତ ରହିଛନ୍ତି ।