oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫାଷ୍ଟଫୁଡ୍ ଦୋକାନରୁ ମାଲିକଙ୍କ ମୃତଦେହ ଉଦ୍ଧାର, ତଦନ୍ତ ଆରମ୍ଭ କଲା ପୋଲିସ୍‌
  • ||
  • ରାୟଗଡ଼ା : ଗୁମ୍ମା ଘାଟିରେ ଦୁର୍ଘଟଣା : ସ୍ୱାମୀ ମୃତ, ସ୍ତ୍ରୀ ଏବଂ ପୁଅ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୯ କୋଭିଡ୍ ପଜିଟିଭ୍
  • ||
  • ମେକ୍ସିକୋ ଧୁଆଁଧାର ଫାୟାରିଂ: ୭ ପୋଲିସ କର୍ମଚାରୀ, ମେୟରଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ
  • ||
  • ଜଲପାଇଗୁଡ଼ିରେ ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ବନ୍ୟାରେ ଭାସି ୭ ମୃତ
  • ||

ଧୀରେ ଧୀରେ ତଳମୁହାଁ ହେଉଛି ସଂକ୍ରମଣ, ଆଉ ୪ରୁ ୫ଦିନ ନଜର ରଖିବାକୁ ପଡିବ : ସ୍ବାସ୍ଥ୍ୟ ନିର୍ଦ୍ଦେଶକ

21/01/2022 at 11:18 AM

ଭୁବନେଶ୍ବର ୨୧।୧: ରାଜ୍ୟରେ କୋଭିଡ୍ ସଂକ୍ରମଣ କମିବା ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ କହିଛନ୍ତି, ଆମେ ଟେଷ୍ଟିଂ କମାଇନାହୁଁ । ଗାଇଡଲାଇନ ଅନୁସାରେ ଟେଷ୍ଟିଂ କରାଯାଉଛି । ଟେଷ୍ଟିଂର ଧାର୍ଯ୍ୟ ଲକ୍ଷ୍ୟ ଅନୁସାରେ ଟେଷ୍ଟ କରାଯାଉଛି ।

ଆହୁରି କହିଛନ୍ତି ଆକ୍ଟିଭ କେସରେ ଓଡ଼ିଶା ଅଷ୍ଟମ ସ୍ଥାନରେ ରହିବାର ଦୁଇଟି କାରଣ ରହିଛି । ଗୋଟିଏ ହେଲା, ଆମେ ଅଧିକ ରୋଗୀ ଚିହ୍ନଟ କରୁଛୁ । ସେଥିପାଇଁ ଅଧିକ ପଜିଟିଭ ବାହାରୁଛନ୍ତି ।  ସର୍ଭେଲାନ୍ସ, ଟେଷ୍ଟିଂ ଆମ ରାଜ୍ୟରେ ଭଲ ଅଛି । ଦ୍ଵିତୀୟରେ ଧୀରେ ଧୀରେ ଆମେ ତଳମୁହାଁ ହେଉଛୁ । ଏହି ତଳମୁହାଁ କେତେଦିନ ରହୁଛି, ଆଉ ୪-୫ ଦିନ ନଜର ରଖିବାକୁ ପଡ଼ିବ । ଏବେଠୁ କହି ହେବନି ପିକ୍ ରେ ପହଞ୍ଚି ଗଲେ ବୋଲି । ଏବେ ଯେଉଁ ତଳମୁହାଁ ହେଉଛି, ତାହାକୁ ସମାନ୍ତରାଳ ସ୍ଥିତିରେ ଗତି କରୁଛି ବୋଲି କହିପାରିବା । ଏହା ନିରନ୍ତର ତଳମୁହାଁ ପ୍ରକ୍ରିୟା ନୁହେଁ । ଯାହାର ବି ସାମାନ୍ୟ ଲକ୍ଷଣ ଦେଖାଦେଉଛି ଟେଷ୍ଟ କରାନ୍ତୁ । ଅଧିକ ପଜିଟିଭ ବାହାରିଲେ ଭଲ, ଡରିବାର ନାହିଁ। ସେମାନଙ୍କୁ ଆଇସୋଲସେନରେ ରଖି ସଂକ୍ରମଣକୁ କମାଇ ପାରିବା ।

ସେପଟେ ମୃତ୍ୟୁ ସଂଖ୍ୟା ବଢ଼ିବ ନେଇ କହିଛନ୍ତି, ମୃତ୍ୟୁ ସଂଖ୍ୟାର ପରିସଂଖ୍ୟାନ ଭିନ୍ନ । ଏବେ ବି ୬% ରୋଗୀ ଭେଣ୍ଟିଲେଟରରେ ଅଛନ୍ତି । ଭେଣ୍ଟିଲେଟରକୁ ଯାଉଥିବା ୮୦-୯୦% ରୋଗୀଙ୍କର ମୃତ୍ୟୁ ଆଶଙ୍କା ରହିଛି । ଆମର ଯେଉଁ ମୃତ୍ୟୁ ସଂଖ୍ୟା ବଢ଼ୁଛି ବୋଲି କୁହାହେଉଛି, ସେମାନେ ଭେଣ୍ଟିଲେଟରରେ ଥିବା ରୋଗୀ ଓ କୋମରବିଡ଼ ରୋଗୀ ।

   Related Posts