ନୁଆ ଭାରିଆଣ୍ଟକୁ ମାତ୍ ଦେବ ବୁଷ୍ଟର ଡୋଜ୍, ଟିକା ଯୋଗାଇଦେବାକୁ କେନ୍ଦ୍ରକୁ ଚିଠି ଲେଖିବ ସ୍ୱାସ୍ଥ୍ୟ ବିଭାଗ
23/12/2022 at 12:22 PM

ଭୁବନେଶ୍ୱର ୨୩/୧୨: ନୁଆ ଭାରିଆଣ୍ଟକୁ ପ୍ରତିହତ କରିପାରିବ ବୁଷ୍ଟର ଡୋଜ । ସତର୍କ କରାଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ସେ କହିଛନ୍ତି ୨୮ନଭେମ୍ବର ରୁ ସରକାରୀ ଟୀକାକାରଣ ବନ୍ଦ ରହିଛି । କେନ୍ଦ୍ରକୁ ଟିକା ଯୋଗାଣ ପାଇଁ ଅନୁରୋଧ କରିବୁ । ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କେନ୍ଦ୍ରକୁ ଚିଠି ଲେଖାଯିବ ।
ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ଟିକାକରଣ କ୍ଷେତ୍ରରେ ୮ କୋଟି ୧୪ ଲକ୍ଷ ଟିକା ଦିଅ ସରିଛି । ଫାଷ୍ଟ ଡୋଜ୍ ୯୭%, ସେକେଣ୍ଡ ଡୋଜ ୯୪% ଓ ପ୍ରିକସନ ଡୋଜ୍ ୪୧% ଲୋକେ ନେଇଛନ୍ତି । ୨୫ ଲକ୍ଷ ନେଇନାହାନ୍ତି ଦ୍ୱତୀୟ ଡୋଜ ଆଉ ୫୯% ନେଇନାହାନ୍ତି ପ୍ରିକସନ ଡୋଜ । ବର୍ତ୍ତମାନ ଟିକା ଯୋଗାଣ ନାହିଁ ଯେତିକି ଥିଲା ସରିଯାଇଛି, ସମସ୍ତ ପ୍ରକାର ଟିକା ଆମର ସରିଯାଇଛି ଆମେ ସଜାଗ ଅଛୁ ।
ସଂକ୍ରମଣକୁ ପ୍ରତିହତ ପାଇଁ ଓଡିଶା ସରକାର ପ୍ରସ୍ତୁତ । ବୈଠକ ଅଛି ନିଷ୍ପତି ପରେ ଟିକା ଯୋଗାଇଦେବା ପାଇଁ ଚିଠି ଲେଖିବୁ । ରାଜ୍ୟରେ ୧୨ଟି ପ୍ରାଇଭେଟ ହସ୍ପିଟାଲ ରେ ଟିକାକରଣ ଚାଲିଛି । ବାହାର ରାଜ୍ୟରୁ ୧୬ ଲକ୍ଷ ୧୭ ହଜାର ଟିକା ମଗାଯାଇଥିଲା । ପ୍ରିକସନ ଡୋଜ ନେଇଥିବା ଲୋକେ ସୁରକ୍ଷିତ । ସର୍ବଭାରତୀୟ ସ୍ତରରେ ଓଡ଼ିଶାରେ ଅଧିକ ଟିକା ଦିଆଯାଇଛି । ତେବେ ନୂଆ ଭାରିଆଣ୍ଟକୁ ରୋକିପାରିବ ବୁଷ୍ଟର ଡୋଜ ଟିକା ।