ବଢିଲାଣି ସଂକ୍ରମଣ, ସାବଧାନ ରୁହ: ସତର୍କ କରାଇଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

Published By : Prameya-News7 Bureau | June 27, 2022 IST

ଭୁବନେଶ୍ୱର ୨୭/୦୬: ରାଜ୍ୟରେ କରୋନା ସଂକ୍ରମଣ ବଢିବାରେ ଲାଗିଲାଣି । କେବଳ ରାଜ୍ୟରେ ନୁହେଁ ସାରା ଦେଶରେ ସଂକ୍ରମଣ ଉପରମୁହାଁ ହେଲାଣି । ଦୈନିକ କେସ୍ ନୂଆ ନୂଆ ରେକର୍ଡ କରିବାରେ ଲାଗିଛି । ଏହାରି ଭିତରେ ଲୋକେ ସତର୍କ ରହୁନଥିବା ଦେଖିବାକୁ ମିଳୁଛି । କିଛି ସ୍ଥାନରେ ମାସ୍କ ପିନ୍ଧୁନଥିବା ନଜର ରହିଛି ।

ଏହାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଏନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ରଙ୍କ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଲକ୍ଷଣ ଥିଲେ ପୁରୀ ଯାଆନ୍ତୁନି । ଘରେ ବସି ଟିଭି ରେ ରଥଯାତ୍ରା ଦେଖନ୍ତୁ । କାରଣ ଦୀର୍ଘ ଦୁଇ ବର୍ଷ ପରେ ରଥଯାତ୍ରାରେ ଭକ୍ତଙ୍କୁ ଯିବାକୁ ଅନୁମତି ଦିଆଯାଇଛି । ଏହାକୁ ଦୃଷ୍ଟିରେ ରଖି ସତରକ୍ ରହିବାକୁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

ରଥଯାତ୍ରା ପାଇଁ ପୁରୀରେ ମାସ୍କ ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି । ରଥଯାତ୍ରା ଭିଡ଼ରେ ମାସ୍କ ପିନ୍ଧନ୍ତୁ ବୋଲି କୁହାଯାଇଛି । ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ଏବେ କିଛି ମାତ୍ରାରେ ସଂକ୍ରମଣ ବଢିଛି । ଖାସ କରି ଖୋର୍ଦ୍ଧାରେ କେସ୍ ବଢିବାରେ ଲାଗିଛି । ଟେଷ୍ଟିଂ ଆଗକୁ ବଢିବ । ସେଥିପାଇଁ ପୁରୀରେ ହେଲଥ କ୍ୟାମ୍ପ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.