ରଥଯାତ୍ରାରେ ସଂକ୍ରମଣ ରୋକିବାକୁ ସ୍ୱାସ୍ଥ୍ୟ ବିଭାଗ ଆଲର୍ଟ, ବିଶେଷଜ୍ଞଙ୍କ ପରାମର୍ଶ ଲକ୍ଷଣ ଥିଲେ ଘରେ ବସି ଟିଭିରେ ଦେଖ

Published By : Prameya-News7 Bureau | June 28, 2022 IST

ଭୁବନେଶ୍ୱର ୨୮/୦୬: ରାଜ୍ୟରେ ଦୈନିକ ସଂକ୍ରମଣ ୧୦୦ ପାର୍ ହେବା ନେଇ ପ୍ରତିକ୍ରିୟା ରଖିଛନ୍ତି ଜନ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ସେ କହିଛନ୍ତି ରାଜ୍ୟରେ ସେପରି ଆଲାରାମିଙ୍ଗ ସ୍ଥିତି ନାହିଁ । ଯେତିକି ସଂକ୍ରମିତ ଚିହ୍ନଟ ହେଉଛନ୍ତି ସେ ଭିତରୁ କଟକ ଭୁବନେଶ୍ୱରରେ ଅଧିକ ରହୁଛି । ସ୍ଥିତି ଉପରେ ସ୍ଵାସ୍ଥ୍ୟ ବିଭାଗ ନଜର ରଖିଛି । ରଥଯାତ୍ରା ପରିଚାଳନା ଏବଂ ସେହି ସମୟରେ ସଂକ୍ରମଣ ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗର ବୈଠକ ହୋଇଛି ।

୧୦ ଲକ୍ଷ ଲୋକଙ୍କୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଯୋଗାଇ ଦିଆଯିବ ମାକ୍ସ । ପୁରୀରେ ରଥଯାତ୍ରା ୫୦ ହଜାର ରାପିଡ ଆଣ୍ଟିଜେନ ଟେଷ୍ଟିଂ ବଢ଼ାଯିବ । ଏହା ସହ ଟୀକାକରଣକୁ ଅଧିକ ବଢ଼ାଇବା ପାଇଁ ମଧ୍ୟ ନିର୍ଦେଶ ଦିଆଯାଇଛି । ଯେଉଁମାନଙ୍କର ଲକ୍ଷଣ ରହୁଛି ସେମାନେ ଘରେ ବସି ଟିଭିରେ ରଥଯାତ୍ରା ଦେଖନ୍ତୁ ।

ଯେଉଁମାନେ ଦର୍ଶନ କରିବା ପାଇଁ ଆସୁଛନ୍ତି ଦର୍ଶନ ପରେ ଭିଡ଼ ନ କରି ଜାଗା ଛାଡ଼ନ୍ତୁ । ସେପଟେ ଡେଙ୍ଗୁ ନେଇ ଜନ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ରଙ୍କ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଏଇ ସମୟରେ ଡେଙ୍ଗୁ ବଢେ, ଏବେ ମଧ୍ୟ କିଛିଟା ବଢୁଛି । ତେଣୁ ସେଥିପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଲୋକଙ୍କୁ ସଚେତନ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରୁଛୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.